ନଦୀ ପାଇଁ ଚିନ୍ତା ନାହିଁ

ଭୁବନେଶ୍ବର, ୨ା୮(ବ୍ୟୁରୋ): ନଦୀଗୁଡ଼ିକ ଉପରେ ମାନବ ସଭ୍ୟତା ସର୍ବଦା ନିର୍ଭରଶୀଳ। ଓଡ଼ିଶାର ପ୍ରାୟ ସାଢ଼େ ୪ କୋଟି ଲୋକ ତାଙ୍କ ଦୈନନ୍ଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ମଧ୍ୟ ସର୍ବଦା ନିର୍ଭର କରିଥାଆନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ୍‌ ନଦୀ ଓଡ଼ିଶାରେ ପ୍ରବାହିତ ହେଉଛି। କିନ୍ତୁ ଅପାରଗ ରାଜ୍ୟ ସରକାରଙ୍କ ଲାଗି ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦୂଷିତ ହୋଇଗଲାଣି ବୋଲି ଭାଜପା ଅଭିଯୋଗ କରିଛି।
ଏକ ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ, ବିଭିନ୍ନ କଳ କାରଖାନା ଓ ଶିଳ୍ପଗୁଡ଼ିକ ନଦୀରୁ ମାତ୍ରାଧିକ ଜଳ ଶୋଷି ନେଉଛନ୍ତି। ହେଲେ ରାଜ୍ୟ ସରକାର ଜାଣିଶୁଣି ଏ ଦିଗରେ ଚୁପ୍‌ ରହୁଛନ୍ତି। ନଦୀକୁ ସୁରକ୍ଷା ଦେବା ଲାଗି ଭାଜପାର ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଶିଳ୍ପ କାରଖାନା ନଦୀଜଳ ବ୍ୟବହାର ପରେ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଯୋଗେ ପରିଷ୍କାର କରି ପୁନର୍ବାର ବ୍ୟବହାର କରିବା କଥା, ମାତ୍ର କମ୍ପାନୀଗୁଡ଼ିକ ମଇଳା ଜଳକୁ ସଫା ନ କରି ସିଧାସଳଖ ନଦୀକୁ ଛାଡୁଛନ୍ତି। ଫଳରେ ନଦୀଜଳ ପ୍ରଦୂଷିତ ହେଉଛି। ଫଳରେ ବିଭିନ୍ନ ଚର୍ମରୋଗ, ହଇଜା, କଲେରା ଓ ଅନ୍ୟାନ୍ୟ ରୋଗ ବ୍ୟାପୁଥିଲେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେଦ ନେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri