ବିଜେଡି ଇତିହାସରେ ପ୍ରଥମ, ଲୋକ ସଭାରେ ନାହାନ୍ତି କେହି

ଭୁବନେଶ଼୍ବର, ୨୪।୬: ଲୋକ ସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ଏମ୍‌ପି ମାନେ ଶପଥ ଗ୍ରହଣ କରୁଛନ୍ତି । ହେଲେ ବିଜୁ ଜନତା ଦଳର ଇତିହାସରେ ପ୍ରଥମ କରି ଏକ ଘଟଣା ଘଟିଛି । ଲୋକ ସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ କାରଣରୁ ଆଜିର ଲୋକ ସଭା ଅଧିବେଶନରେ ବିଜେଡିର କେହି ସଦସ୍ୟ ନାହାନ୍ତି । ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ଥିବା ବେଳେ ସେଥିରୁ ୨୦ଟି ଆସନ ଅକ୍ତିୟାର କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ କୋରାପୁଟ ଲୋକ ସଭା ଆସନରୁ ସପ୍ତଗିରି ଉଲାକା କଂଗ୍ରେସରୁ ପୁନର୍ବାର ବିଜୟୀ ହୋଇ ଏମ୍‌ପି ହୋଇଛନ୍ତି ।

ଅନ୍ୟପଟେ, ସଂସଦରେ ଆଉ ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ସୋମବାର ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟସଭା ଏମପି ମାନଙ୍କ ସହିତ ଆଲୋଚନା କରି ଚଳିତ ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରିଛି ବିଜେଡି। ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱ ଓ ଯୋଗାଯୋଗ ପ୍ରସଙ୍ଗ ଉଠାଇବ ବିଜେଡି। ସଭାପତିଙ୍କ ସହିତ ବୈଠକ ପରେ ଖବରଦାତାଙ୍କ ସହିତ ଆଲୋଚନା କରି ବିଜେଡି ଏମପି ଶସ୍ମିତ ପାତ୍ର, ସୁଲତା ଦେଓ ଏବଂ ମୁନ୍ନା ଖାଁ କହିଛନ୍ତି।

ସୂଚନା ଥାଉକି, ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ପରାସ୍ତ କରି ପ୍ରଥମ ଥର ପାଇଁ ସରକାର ଗଢ଼ିଛି । ଅନ୍ୟପଟେ ୱାଇଏସ୍‌ଆର କଂଗ୍ରେସକୁ ହରାଇ ଆନ୍ଧ୍ର ପ୍ରଦେଶରେ ଭାଜପା, ଟିଡିପି ଏବଂ ଜନସେନା ମେଣ୍ଟ ସରକାର କରିଛି । ଏହି ଦୁଇ ଆଞ୍ଚଳିକ ଦଳ ଲୋକ ସଭା ନିର୍ବାଚନରେ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏହି ଦୁଇ ଦଳଙ୍କ ପାଖରେ ଏବେ ମଧ୍ୟ ଭାଜପାକୁ ବିରୋଧ କରିବା ଏବଂ କୌଣସି ବିଲ୍‌ ପାସ୍‌ କରାଇନଦେବା ଭଳି କ୍ଷମତା ରହିଛି ।

ରାଜ୍ୟ ସଭାରେ ବର୍ତ୍ତମାନ ୱାଇଏସ୍‌ଆର କଂଗ୍ରେସର ୧୧ ଜଣ ଏମ୍‌ପି ଥିବାବେଳେ ବିଜୁ ଜନତା ଦଳର ୯ ଜଣ ଏମ୍‌ପି ଅଛନ୍ତି। ଅନ୍ୟପକ୍ଷରେ, ଦଶ ବର୍ଷ ଶାସନ କରିବା ପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଂସଦର ଉପର ଗୃହରେ ସଂଖ୍ୟାଗରିଷ୍ଠତା ନାହିଁ । ଯଦି ଏହାର ସହଯୋଗୀ ଏମ୍‌ପିଙ୍କ ସଂଖ୍ୟା ଯୋଡ଼ି ଦିଆଯାଏ ତେବେ ବି ଏହା ବିଲ୍‌ ପାସ୍‌ କରିବାକୁ ସମର୍ଥ ନୁହେଁ ।

ରାଜ୍ୟ ସଭାର ମୋଟ ସଦସ୍ୟଙ୍କ ସଂଖ୍ୟା ୨୪୫ ହୋଇଥିବା ବେଳେ କୌଣସି ବିଲ ପାସ କରିବାକୁ, ୧୨୩ ଏମ୍‌ପିଙ୍କ ସମର୍ଥନ ଆବଶ୍ୟକ ହେବ । ବର୍ତ୍ତମାନ ସମସ୍ତ ଏନଡିଏ ସହଯୋଗୀ ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ମାତ୍ର ୧୧୭, ଯାହା ସଂଖ୍ୟାଗରିଷ୍ଠତାଠାରୁ ୬ ସଦସ୍ୟ କମ୍‌। ଏଭଳି ପରିସ୍ଥିତିରେ, ୱାଇଏସ୍‌ଆର କଂଗ୍ରେସ କିମ୍ବା ବିଜୁ ଜନତା ଦଳ ବିନା ସମର୍ଥନରେ ଉପର ଗୃହରେ କୌଣସି ବିଲ ପାସ କରିବା ସହଜ ହେବ ନାହିଁ। ଆଗାମୀ ଦିନରେ ଅତି କମରେ ୬ଟି ଖାଲି ସିଟ ଜିତିବାକୁ ଭାଜପା ନିଶ୍ଚୟ ଚେଷ୍ଟା କରିବ । ତେବେ ସରକାର ହରାଇବା ପରେ ମଧ୍ୟ ଏବେ ବିି ୱାଇଏସ୍‌ର କଂଗ୍ରେସ ଏବଂ ବିଜୁ ଜନତା ଦଳ ରାଜ୍ୟସଭାରେ କ୍ଷମତାପୂର୍ଣ୍ଣ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?