Posted inଜାତୀୟ

ବେରୋଜଗାର ସମସ୍ୟା ଦୂର କରିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉସ୍ମତା ବଢିବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳଗୁଡିକ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଯୁବବର୍ଗଙ୍କ ପାଇଁ ’ଭାରତୀ ବିଧାନ’ ନାମକ ଏକ ମେନିଫେଷ୍ଟୋ (ନିର୍ବାଚନୀ ଇସ୍ତାହାର) ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଯୁବକମାନେ ଚାକିରୀ ହରାଉଛନ୍ତି। ଏହାର କାରଣ କେନ୍ଦ୍ର ସରକାର ୨ରୁ ୩ ଶିଳ୍ପପତିଙ୍କୁ ସମସ୍ତ କାର୍ଯ୍ୟ ଟେକି ଦେଉଛନ୍ତି। ଫଳରେ ଦେଶରେ ଏଭଳି ଅବସ୍ଥା ଉପୁଜିଛି। ତେଣୁ ଉତ୍ତରପ୍ରେଦଶର ଯୁବବର୍ଗଙ୍କ ସହ କଥା ହେବା ପରେ କିପରି ଚାକିରି ସୃଷ୍ଟି କରାଯିବ ସେନେଇ ଏକ ଭିଜନ ଡକ୍ୟୁମେଣ୍ଟ ତିଆରି କରାଯାଇଥିବା ରାହୁଲ କହିଛନ୍ତି।

ଦଳର ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ରାଜ୍ୟରେ ସବୁଠାରୁ ବଡ଼ ସମସ୍ୟା ହେଉଛି ନିଯୁକ୍ତି ଏବଂ ବେରୋଜଗାର। ସମସ୍ତ ରାଜନୈତିକ ଦଳ କେବଳ ୨୫ରୁ ୩୦ ଲକ୍ଷ ଚାକିରୀ ଦେବାର ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ସେମାନେ ଏହା କିପରି କରିବେ ତାହା ବିସ୍ତୃତ ଭାବେ ସ୍ପଷ୍ଟ କରୁ ନାହାଁନ୍ତି। ଏଣୁ କଂଗ୍ରେସ ଯୁବବର୍ଗ କିପରି ଚାକିରୀ ପାଇବେ ତାହା ବିସ୍ତୃତ ଭାବେ ମେନିଫେଷ୍ଟୋରେ ରହିଥିବା ପ୍ରିୟଙ୍କା କହିଛନ୍ତି।

କେବଳ ସେତିକି ନୁହେଁ, ପରୀକ୍ଷା ସମୟରେ ଯୁବକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ମଧ୍ୟ କଂଗ୍ରେସ ଧ୍ୟାନ ଦେଉଛି। ପରୀକ୍ଷା ଏବଂ କାର୍ଯ୍ୟସୂଚୀକୁ ଧ୍ୟାନରେ ରଖି ଚାକିରି କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। ଏନେଇ ଉତ୍ତରପ୍ରଦେଶରେ ପ୍ରତିବର୍ଷ ଏକ ଯୁବ ମହୋତ୍ସବ ଆୟୋଜନ କରିବାକୁ ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?