Posted inଜାତୀୟ

ବେରୋଜଗାର ସମସ୍ୟା ଦୂର କରିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉସ୍ମତା ବଢିବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳଗୁଡିକ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଯୁବବର୍ଗଙ୍କ ପାଇଁ ’ଭାରତୀ ବିଧାନ’ ନାମକ ଏକ ମେନିଫେଷ୍ଟୋ (ନିର୍ବାଚନୀ ଇସ୍ତାହାର) ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଯୁବକମାନେ ଚାକିରୀ ହରାଉଛନ୍ତି। ଏହାର କାରଣ କେନ୍ଦ୍ର ସରକାର ୨ରୁ ୩ ଶିଳ୍ପପତିଙ୍କୁ ସମସ୍ତ କାର୍ଯ୍ୟ ଟେକି ଦେଉଛନ୍ତି। ଫଳରେ ଦେଶରେ ଏଭଳି ଅବସ୍ଥା ଉପୁଜିଛି। ତେଣୁ ଉତ୍ତରପ୍ରେଦଶର ଯୁବବର୍ଗଙ୍କ ସହ କଥା ହେବା ପରେ କିପରି ଚାକିରି ସୃଷ୍ଟି କରାଯିବ ସେନେଇ ଏକ ଭିଜନ ଡକ୍ୟୁମେଣ୍ଟ ତିଆରି କରାଯାଇଥିବା ରାହୁଲ କହିଛନ୍ତି।

ଦଳର ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ରାଜ୍ୟରେ ସବୁଠାରୁ ବଡ଼ ସମସ୍ୟା ହେଉଛି ନିଯୁକ୍ତି ଏବଂ ବେରୋଜଗାର। ସମସ୍ତ ରାଜନୈତିକ ଦଳ କେବଳ ୨୫ରୁ ୩୦ ଲକ୍ଷ ଚାକିରୀ ଦେବାର ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ସେମାନେ ଏହା କିପରି କରିବେ ତାହା ବିସ୍ତୃତ ଭାବେ ସ୍ପଷ୍ଟ କରୁ ନାହାଁନ୍ତି। ଏଣୁ କଂଗ୍ରେସ ଯୁବବର୍ଗ କିପରି ଚାକିରୀ ପାଇବେ ତାହା ବିସ୍ତୃତ ଭାବେ ମେନିଫେଷ୍ଟୋରେ ରହିଥିବା ପ୍ରିୟଙ୍କା କହିଛନ୍ତି।

କେବଳ ସେତିକି ନୁହେଁ, ପରୀକ୍ଷା ସମୟରେ ଯୁବକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ମଧ୍ୟ କଂଗ୍ରେସ ଧ୍ୟାନ ଦେଉଛି। ପରୀକ୍ଷା ଏବଂ କାର୍ଯ୍ୟସୂଚୀକୁ ଧ୍ୟାନରେ ରଖି ଚାକିରି କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। ଏନେଇ ଉତ୍ତରପ୍ରଦେଶରେ ପ୍ରତିବର୍ଷ ଏକ ଯୁବ ମହୋତ୍ସବ ଆୟୋଜନ କରିବାକୁ ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଦଶକ ପରେ ଘାଟିରୁ ହଟିବ ଭୟ, କଶ୍ମୀରରେ ପ୍ରଥମ ମଲି୍ଟପ୍ଲେକ୍ସର ହେବ ଉଦ୍‌ଘାଟନ

ଜମ୍ମୁ,୨୦ ।୯: ନିକଟରେ କିଛି ବର୍ଷ ମଧ୍ୟରେ କଶ୍ମୀରର ଏକ ନୂଆ ରୂପ ସାମ୍ନାକୁ ଆସିବାକୁ ଯାଉଛି । ଏବେ ପ୍ରାୟ ଦୀର୍ଘ ୩ଦଶକ ପରେ...

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି...

ହେଲ୍‌ମେଟ୍‌ ନ ପିନ୍ଧିଲେ ଷ୍ଟାର୍ଟ ହେବନି ଗାଡ଼ି

ନୂଆଦିଲ୍ଲୀ,୧୩।୮: ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ନ ପିନ୍ଧି ଅଧିକାଂଶ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ୨୦୧୫ରୁ ୨୦୧୬ ମଧ୍ୟରେ ୪୫,୫୦୦...

ବେସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ହାଇକୋର୍ଟଙ୍କ ରୋକକୁ ହଟାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୨ : ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗରେ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ପାଇଁ...

ବସ୍‌ରେ ମହିଳାଙ୍କୁ ବଳାତ୍କାର କଲେ ଡ୍ରାଇଭର

ହାଇଦ୍ରାବାଦ,୧।୩: ହାଇଦ୍ରାବାଦରେ ଏକ ଘରୋଇ ବସ୍‌ରେ ଜଣେ ମହିଳା ଯାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ...

ଦେଶରେ ଲାଗୁହେଲା ସିଏଏ

ନୂଆଦିଲ୍ଲୀ,୧୧ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଶୁକ୍ରବାରଠାରୁ ଦେଶରେ ଲାଗୁ କରାଯାଇଥିବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗେଜେଟ ବିଜ୍ଞପ୍ତି...

ମାସ୍କ ନ ପିନ୍ଧିଲେ କରୋନା ଯୋଦ୍ଧାଙ୍କ ଭଳି ସେବା କରିବେ: ଯମରାଜ

ଭୋପାଳ,୧୩।୭: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରବିବାର ୧୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଏପର୍ଯ୍ୟନ୍ତର ସବୁଠାରୁ ବଡ ରେକର୍ଡ। ସହରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ...

ହିଜାବ ସପକ୍ଷବାଦୀ ପିଏଫ୍‌ଆଇ ପାଇଁ କାମ କରୁଛନ୍ତି: ସୁପ୍ରିମକୋର୍ଟଙ୍କୁ ଜଣାଇଲେ କର୍ନାଟକ ସରକାର

ନୂଆଦିଲ୍ଲୀ,୨୧ା୯: ୨୦୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରୀ ହିଜାବ ପରିଧାନ କରୁ ନ ଥିଲେ। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଦ୍ୱାରା ହିଜାବକୁ ନେଇ...

Advertisement
Archives

Model This Week