Posted inଜାତୀୟ

୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ସମସ୍ତ ଭାରତୀୟଙ୍କ ଡିଏନ୍‌ଏ ସମାନ ରହିଛି: ମୋହନ ଭାଗଓ୍ବତ…

ଧର୍ମଶାଳା, ୧୯।୧୨: ହିମାଚଳ ପ୍ରଦେଶର ଧର୍ମଶାଲାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗଓ୍ବତ ଯୋଗଦେଇ କହିଛନ୍ତି ଯେ ୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ଭାରତର ସମସ୍ତ ଲୋକଙ୍କର ଡିଏନ୍‌ଏ ସମାନ ରହିଛି। ପୂର୍ବପୁରୁଷମାନଙ୍କ ଯୋଗୁଁ ଆମ ଦେଶରେ ବହୁ ଉନ୍ନତି ହୋଇଛି।

ଦେଶର ସଂସ୍କୃତି ଆଜି ପର୍ଯ୍ୟନ୍ତ ଜାରି ରହିଛି। ଆମର ପୂର୍ବପୁରୁଷମାନେ ଆମର ଗର୍ବ। ତେଣୁ ଆମର ବିଶ୍ୱସ୍ତତା, ସମ୍ମାନ ପୂର୍ବପୁରୁଷଙ୍କ ପ୍ରତି ରହିଛି। ଆମେ ତାଙ୍କ ଜୀବନକୁ ଅନୁସରଣ କରିଥାଉ। ଆମର ପୂର୍ବପୁରୁଷମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି। ତାହା ଆମର ପଥକୁ ଆଲୋଜିତ କରିଛି। ଗଣମାଧ୍ୟମ ଆମକୁ ସରକାରଙ୍କ ରିମୋଟ କଣ୍ଟ୍ରୋଲ ଭାବରେ ଉପସ୍ଥାପନ କରୁଛି। ତେବେ ତାହା ସତ୍ୟ ନୁହେଁ।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦିଓ ଭାରତ ବିଶ୍ୱ ଶକ୍ତି ନୁହେଁ, ମହାମାରୀ ପରବର୍ତ୍ତୀ ଯୁଗରେ ବିଶ୍ୱ ଗୁରୁ ଭାବେ ନିଜକୁ ପ୍ରତିପାଦିତ କରିବାର ସାମର୍ଥ୍ୟ ନିଶ୍ଚିତ ରଖିଛି। ଏଠାରେ ପୂର୍ବତନ ସୈନମାନଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି।

ସେ ଏକତା ପାଇଁ ଆହ୍ବାନ ଦେଇ କହିଛନ୍ତି ଯେ, ଭାରତର ଅବିଭାଜିତ ଦେଶ ବହୁର ବିଦେଶୀ ଆକ୍ରମଣକାରୀଙ୍କ ସହିତ ଅନେକ ଯୁଦ୍ଧରେ ହାରିଛି। କାରଣ ସ୍ଥାନୀୟ ଜନସଂଖ୍ୟା ମଧ୍ୟରେ ଏକତା ନଥିଲା । ସାମାଜିକ ସଂସ୍କାରକ ଡକ୍ଟର ବି ଆର ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଆମେ କଦାପି କାହାର ଶକ୍ତି ଦ୍ୱାରା ନୁହେଁ, ବରଂ ଆମର ଦୁର୍ବଳତା ଦ୍ୱାରା ପରାଜିତ ହୋଇଥାଉ।

ଭାଗଓ୍ବତ ସମ୍ପ୍ରତି ହିମାଚଳ ପ୍ରଦେଶର ପାଞ୍ଚ ଦିନିଆ ଗସ୍ତରେ ଅଛନ୍ତି ଏବଂ ସେ ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତଙ୍କୁ ଦର୍ଶନ ଦେବା ସହିତ ହାତ ସାନିଟାଇଜ୍‌ କରିବେ ପ୍ରଭୁ ଗଣେଶ

ମୁମ୍ବାଇ, ୧୯।୮: ଆଗକୁ ଗଣେଶ ପୂଜା ଆସୁଛି। ଏନେଇ ମୁମ୍ବାଇରେ ଏକ ନିଆରା ଗଣେଶ ମୂର୍ତ୍ତି ନିମାର୍ଣ କରାଯାଇଛି। ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ସହିତ...

ପୁଣି କରୋନା ଆତଙ୍କ: ମୁମ୍ବାଇରେ ୧୩୦୫ ବିଲ୍ଡିଂ ସିଲ୍‌

ନୂଆଦିଲ୍ଲୀ,୨୧।୨: ଦେଶରେ ପୁଣି କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦେଶର ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟରେ...

ବିଶ୍ୱରେ ବଢ଼ିବ ଖାଦ୍ୟ ଆଉ ଗରିବୀ ସମସ୍ୟା

ନୂଆଦିଲ୍ଲୀ,୪ା୩: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗର ପରିବର୍ତ୍ତନ ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଯଦି ଏହାକୁ ଗମ୍ଭୀର ସହକାରେ ଧ୍ୟାନ ଦିଆ ନ...

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌...

ଦେଶରେ ପ୍ରଥମଥର ଲଞ୍ଚ୍‌ ହେବ ଆଣ୍ଟିଭାଇରସ୍‌ ପୋଷାକ

ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ଥର ପାଇଁ ଆଣ୍ଟିଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରେ ତିଆରି ପୋଷାକ ଲଞ୍ଚ...

ଖାର୍ଗେଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ସୋନିଆ, ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲିକାର୍ଜୁନ ଖାର୍ଗେ। ଦଳର ଅଧ୍ୟକ୍ଷ ପଦ ଘୋଷଣା ହେବାର କିଛି ସମୟ ପରେ ପୂର୍ବତନ କଂଗ୍ରେସ...

କ୍ଷମା ମାଗନ୍ତୁ ଅଖିଳେଶ: ଯୋଗୀ

ଲକ୍ଷ୍ନୌ,୧ ।୧୧: ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରଶଂସା କରି ଏବେ ଅଡୁଆରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏହାକୁ ନେଇ ଭାରତୀୟ ଜନତା...

ବିବିସି ଡକ୍ୟୁମେଣ୍ଟାରୀ-ରାହୁଲଙ୍କ ମନ୍ତବ୍ୟ ନେଇ ମତ ରଖିଲେ ଜୟଶଙ୍କର…

ନୂଆଦିଲ୍ଲୀ,୨୧।୨ : ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଏକ ସାକ୍ଷାତକାରରେ ବିବିସି ଡକ୍ୟୁମେଣ୍ଟାରୀ, ପୂର୍ବ ଲଦାଖ ବିବାଦ ଉପରେ ଖୋଲାଖୋଲି ଭାବେ କହିଛନ୍ତି। କଂଗ୍ରେସ...

Advertisement
Archives

Model This Week