ଅପାରଗତାରୁ ଇ-ସେବା ଫେଲ୍‌

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ସବୁ କାର୍ଯ୍ୟ ଡିଜିଟାଲରେ ହେବ। ଲୋକମାନଙ୍କୁ ବାରମ୍ବାର ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଲୋକମାନେ ଇ-ସେବା ପାଇପାରିବେ। ଜନ୍ମ ମୃତ୍ୟୁ ପଞ୍ଜୀକରଣଠାରୁ ଆରମ୍ଭ କରି ହୋଲ୍‌ଡିଂ ଟ୍ୟାକ୍ସ, ସମ୍ପତ୍ତି ଟିକସ, ପ୍ରମାଣପତ୍ର ଏବଂ ବିଭିନ୍ନ ପ୍ରକାର ଜନସେବା ୱେବ୍‌ ପ୍ଲାଟ୍‌ଫର୍ମ ଜରିଆରେ ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ତେବେ ଅଧିକାରୀଙ୍କ ଅପାରଗତା ଯୋଗୁ ଇ-ଗଭର୍ନାନ୍ସ ପ୍ରକଳ୍ପ ଫେଲ୍‌ ମାରିଛି। ସହରବାସୀଙ୍କୁ ଇ-ସେବା ତ ମିଳିଲା ନାହିଁ ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ୪.୦୭ କୋଟି ଟଙ୍କା ପାଣିରେ ପଡ଼ିଛି। କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଏ ବାବଦରେ ଯୋଗାଇ ଦେବାକୁ ଥିବା ୮.୬୩ କୋଟି ଟଙ୍କା ମଧ୍ୟ ରାଜ୍ୟକୁ ହରାଇବାକୁ ପଡ଼ିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏହି ଅପାରଗତାକୁ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ପଦାରେ ପକାଇଛନ୍ତି।
ସିଏଜି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୦୫ରେ ଜବାହରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ (ଜେଏନ୍‌ଏନ୍‌ୟୁଆର୍‌ଏମ୍‌) ଅଧୀନରେ ୨୦୦୫ରେ ଇ-ଗଭର୍ନାନ୍ସ ଉପରେ ନ୍ୟାଶନାଲ ମିଶନ ମୋଡ୍‌ ପ୍ରୋଜେକ୍ଟ (ଏନ୍‌ଏମ୍‌ଏମ୍‌ପି) ଆରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୱେବ୍‌ ପ୍ଲାଟ୍‌ଫର୍ମ ଜରିଆରେ ସହରବାସିନ୍ଦାଙ୍କୁ ବିଭିନ୍ନପ୍ରକାର ମାୈଳିକ ଜନସେବା ଯୋଗାଇ ଦେବା। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୮୦:୨୦ ଅନୁପାତରେ ଖର୍ଚ୍ଚ ବହନ କରିବେ। ଏନ୍‌ଏମ୍‌ଏମ୍‌ପି ଗାଇଡ୍‌ଲାଇନ ଅନୁସାରେ ରାଜ୍ୟ ସରକାର ଉଭୟ ରାଜ୍ୟ ଓ ସହରାଞ୍ଚଳ ଇ-ଗଭର୍ନାନ୍ସ ପାଇଁ ଜଣେ ପରାମର୍ଶଦାତା ନିଯୁକ୍ତି କରିବେ। ପରାମର୍ଶଦାତା ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିିପିଆର) ପ୍ରସ୍ତୁତ କରିବା, ରିକ୍ୟୁଏଷ୍ଟ ଫର ପ୍ରପୋଜାଲ(ଆର୍‌ଏଫ୍‌ପି), ସଫ୍ଟୱେର ଡେଭଲପର ଚୟନ ପ୍ରକ୍ରିିୟା ସହିତ ସିଷ୍ଟମ ଚାଲୁ ହେବା ଯାଏ ତଦାରଖ କରିବେ ବୋଲି ସ୍ଥିର ହୋଇଥିଲା। ଓଡ଼ିଶା ସରକାର ୨୦୧୨ ଜାନୁୟାରୀ ୧୮ରେ ମେସର୍ସ ୱିପ୍ରୋ ଲିମିଟେଡକୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ। ପ୍ରଥମେ ଭୁବନେଶ୍ୱର ଓ ପୁରୀରେ ଏନ୍‌ଏମ୍‌ଏମ୍‌ପି କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ୱର ପାଇଁ ୧୨.୯୮ କୋଟି ଏବଂ ପୁରୀ ସହର ପାଇଁ ୧.୦୪ କୋଟି ଟଙ୍କାକୁ ମିଶାଇ ମୋଟ ୧୪.୦୨ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟର ପ୍ରସ୍ତାବକୁ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଅନୁମୋଦନ କରିଥିଲା। ୨୦୧୨ ଅକ୍ଟୋବରରେ କେନ୍ଦ୍ର ସରକାର ପ୍ରଥମ କିସ୍ତି ହିସାବରେ ୨.୬ କୋଟି ଟଙ୍କା ପ୍ରଦାନ କରିଥିଲେ। ୨୦୧୨ ଡିସେମ୍ବରରେ ରାଜ୍ୟ ସରକାର ନିଜ ଅଂଶଧନ ବାବଦରେ ୬୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପରାମର୍ଶଦାତା ୱିପ୍ରୋ ଚୁକ୍ତିନାମା ଅନୁସାରେ ଦୁଇ ସହରରେ ୨.୬ କୋଟି ଟଙ୍କାରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଉତ୍ତରଦାୟୀ । ୨୦୧୪ରେ ପ୍ରକଳ୍ପ ଶେଷ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ୱିପ୍ରୋ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିପାରି ନ ଥିଲା। ୱିପ୍ରୋ ଚୁକ୍ତିନାମାକୁ ୨୦୧୫ ଜାନୁୟାରୀ ୧୬ ଯାଏ ବୃଦ୍ଧି କରାଯାଇଥିଲା। କେବଳ ସେତିକି ନୁହେଁ, ଚୁକ୍ତିନାମା ସହିତ ୬୦ ଲକ୍ଷ ଟଙ୍କାର ପ୍ରକଳ୍ପ ମୂଲ୍ୟ ମଧ୍ୟ ବଢ଼ାଇ ଦିଆଯାଇଥିଲା। ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଚୁକ୍ତିନାମା ଶେଷ ହୋଇଥିବାରୁ ୩.୨ କୋଟି ବର୍ଦ୍ଧିତ ଚୁକ୍ତିନାମା ମଧ୍ୟରୁ ୨୦୧୩ ଜାନୁୟାରୀରୁ ୨୦୧୭ ମେ’ ମାସ ମଧ୍ୟରେ ଡିପିଆର ପ୍ରସ୍ତୁତି ଏବଂ ପ୍ରକଳ୍ପ ପରିଚାଳନା ମୂଲ୍ୟ ବାବଦରେ ୱିପ୍ରୋକୁ ୨.୬୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସିଏଜି ଅଡିଟରୁ ଜାଣିବାକୁ ପାଇଲେ ଯେ ରାଜ୍ୟ ନଗର ଉନ୍ନୟନ ବିଭାଗ ୨୦୨୦ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ୪.୦୭ କୋଟି ଖର୍ଚ୍ଚ କରିଥିଲେ ମଧ୍ୟ ତାହା ବେକାର ହୋଇଥିଲା। ପ୍ରକଳ୍ପର ବ୍ଲ୍ୟୁପ୍ରିିଣ୍ଟ ପ୍ରସ୍ତୁତ କରିବା ଓ ଡେଭଲପର ଚୟନରେ ବିଳମ୍ବ ଏବଂ ତ୍ରୁଟି ଯୋଗୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ଓପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ ଯଦି ଏଲ୍‌-୧ ବିଡର ଚୟନ ପରେ ଚୁକ୍ତିନାମା ପାଇଁ ନ ଆସନ୍ତି ତେବେ ଏଲ୍‌-୨ ବିଡରଙ୍କ ସହିତ ଚୁକ୍ତିନାମା କରାଯିବ। ନଚେତ୍‌ ଟେଣ୍ଡର ବାତିଲ କରାଯିବ। ଦେଖାଯାଇଥିଲା ଯେ ରାଜ୍ୟ ନଗର ଉନ୍ନୟନ ବିଭାଗ ଏକ ସଫ୍ଟଓ୍ବେର ଡେଭଲପର ଚୟନ ପାଇଁ ୨୦୧୩ ଫେବୃୟାରୀ ୬ରେ ଆର୍‌ଏଫ୍‌ପି ଜାରି କରିଥିଲା। ଓ୍ବିପ୍ରୋ ସହ ଚୁକ୍ତିନାମା ଅନୁଯାୟୀ ଆର୍‌ଏଫ୍‌ପି ଚୂଡ଼ାନ୍ତ ପାଇଁ ୬୦ ଦିନ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ତାହାକୁ ୩୮୪ ଦିନକୁ ଗଡ଼ାଇ ଦିଆଯାଇଥିଲା। ଅନ୍ୟ ପକ୍ଷରେ ଏଲ୍‌-୧ ବିଡରକୁ ବିଭାଗ ପ୍ରତ୍ୟାଖ୍ୟାନ କରିବା ପରେ ଏଲ୍‌-୨ ବିଡରକୁ କାର୍ଯ୍ୟ ନ ଦେଇ ଟେଣ୍ଡରକୁ ବାତିଲ କରାଯାଇଥିଲା। ୨୦୧୩ ଡିସେମ୍ବର ୧୮ରେ ନଗର ଉନ୍ନୟନ ବିଭାଗ ଆଉ ଏକ ଟେଣ୍ଡର ଜାରି କରିଥିଲା। ଏଥିରେ ମାତ୍ର ଜଣେ ବିଡର ଅଂଶଗ୍ରହଣ କରିବାରୁ ଉକ୍ତ ଟେଣ୍ଡରକୁ ବାତିଲ କରାଯାଇଥିଲା। ଇତିମଧ୍ୟରେ କେନ୍ଦ୍ରୀୟ ଯୋଜନା ଜେଏନ୍‌ଏନ୍‌ୟୁଆରଏମ୍‌ର ଅବଧି ଶେଷ ହୋଇଯାଇଥିଲା। ସଫ୍ଟୱେର ବିକାଶ କରିବା ପୂର୍ବରୁ ଏସ୍‌ଆରଏସ୍‌ ଚୂଡ଼ାନ୍ତ ନ ହେବା ଏବଂ ସଫ୍ଟୱେର ଡେଭଲପର ଚୟନରେ ବିଳମ୍ବ ହେତୁ ଏନ୍‌ଏମ୍‌ଏମ୍‌ପି ସଫଳତାର ସହିତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ଏହି ପ୍ରକଳ୍ପ ପାଇଁ ବ୍ୟୟ କରାଯାଇଥିବା ୪.୦୭ କୋଟି ଟଙ୍କା ପାଣିରେ ପଡ଼ିବା ସହ ୮.୬୩ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ରାଜ୍ୟକୁ ହରାଇବାକୁ ପଡ଼ିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri