ଧାରଣା ଦେଲେ ପରିବାର

ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍‌ ସଂକ୍ରମିତ ନିଖୋଜ ବାପାଙ୍କୁ ପୁଅ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଥିବା ନିଖୋଜ ଏନ୍‌. ତ୍ରିନାଥଙ୍କ ସ୍ତ୍ରୀ ପୋଲିସକୁ ଜବାବ ମାଗିଛନ୍ତି। ଏପରି କି, ନ୍ୟାୟ ପାଇଁ ପରିବାରବର୍ଗଙ୍କ ସହ ସେ ବୁଧବାର ଭରତପୁର ଥାନା ଆଗରେ ଧାରଣାରେ ବସିଥିଲେ। ଏଥିସହ ପୋଲିସକୁ ଏକ ଅଭିଯୋଗପତ୍ର ଦେଇଛନ୍ତି। ଘଟଣାର ତଦନ୍ତ କରି ତ୍ରିନାଥଙ୍କୁ ଖୋଜି ଆଣିବା ପାଇଁ ମଧ୍ୟ ଗୁହାରି ଜଣାଇଛନ୍ତି। ପୋଲିସ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ମୁତାବକ, ଏପ୍ରିଲ ୧୯ରେ ପୁରୀ ନୋଳିଆସାହିର ଏନ୍‌. ତ୍ରିନାଥ କୋଭିଡ୍‌ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଥିଲା। ପରଦିନ ପର୍ଯ୍ୟନ୍ତ ତ୍ରିନାଥ ସୁସ୍ଥ ଥିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। କିନ୍ତୁ ୨୧ତାରିଖରେ ତ୍ରିନାଥଙ୍କ ସହ ପରିବାରବର୍ଗ ଯୋଗାଯୋଗ କରି ନ ପାରିବାରୁ ପରିବାର ଲୋକେ ଉକ୍ତ ହସ୍ପିଟାଲକୁ ଯାଇ ପଚାରି ବୁଝିଥିଲେ। ତ୍ରିନାଥ ନ ଥିବା ହସ୍ପିଟାଲ କର୍ମଚାରୀ ପ୍ରଥମେ କହିଥିଲେ। କିନ୍ତୁ ପରେ ତାଙ୍କ ପୁଅ ଏନ୍‌.ଭାସ୍କର ଯୁକ୍ତିତର୍କ କରିବାରୁ ତାଙ୍କ ବାପା ମୃତ ଓ ମରଶରୀର କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଥିବା କର୍ମଚାରୀମାନେ କହିଥିଲେ। ଭାସ୍କର କ୍ୟାପିଟାଲ ହସ୍ପିଟାଲ ଯାଇ ବୁଝିବାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଆସିଥିବାରୁ ସତ୍ୟନଗର ମଶାଣିକୁ ପଠାଇ ଦିଆଯାଇଥିବା କୁହାଯାଇଥିଲା। ଭାସ୍କର ସେଠାକୁ ଯାଇ ଖୋଜିଥିଲେ ମଧ୍ୟ ବାପାଙ୍କୁ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

ରଥଟଣା ବେଳେ ଅଘଟଣ: ଶଳାକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭିଣୋଇ, ଦଳାଚକଟାରେ ଜଣେ ଆହତ

ପୁରୁଷୋତ୍ତମପୁର, ୧୬।୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ରଥଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ରଥଟଣା ଚାଲିଥିବା ବେଳେ ପାରିବାରିକ…

କୁଲାଡ ବଡ଼ଦାଣ୍ଡ ଭକ୍ତମୟ: ମାଉସୀମା ମନ୍ଦିରରେ ଲାଗିଲା ରଥ, ମଝି ରାସ୍ତାକୁ ଆଣିବା ପାଇଁ ନିଆଯାଇଥିଲା ହାଇୱାର ସହାୟତା

ଭଞ୍ଜନଗର, ୧୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri