ସୁସ୍ଥତା ପାଇଁ…

କର୍ମଜୀବୀ ମହିଳାମାନେ ଫିଟ୍‌ ରହିବା ପାଇଁ ପ୍ରତିଦିନ ଯୋଗାସନ କରିବା ନିହାତି ଜରୁରୀ। ତେଣୁ ପ୍ରତିଦିନ ଏଥି ନିମନ୍ତେ କିଛି ସମୟ ବାହାର କରିବା ପାଇଁ ଭୁଲନ୍ତୁ ନାହିଁ।
ପଶ୍ଚିମୋତାଶନ
ଭୂମି ଉପରେ ପ୍ରଥମେ ଯୋଗ ମ୍ୟାଟ୍‌ ପକାଇ ଗୋଡ଼ ଦୁଇଟିକୁ ଆଗକୁ କରି ବସନ୍ତୁ। ଧ୍ୟାନ ରଖିବେ ଯେପରି ଗୋଡ଼ ଦୁଇଟି ଓ ଗୋଇଠି ପରସ୍ପର ସହିତ ଲାଗି କରି ରହିବ।
ପିଠି ତଥା ବେକକୁ ସିଧା କରି ବସନ୍ତୁ। ଏହାପରେ ଦୁଇ ହାତକୁ ଉପରକୁ ଉଠାଇ ନଶ୍ୱାସ ଛାଡ଼ିବା ଅବସ୍ଥାରେ ଧିରେ ଧିରେ ଆଗକୁ ମୁଣ୍ଡ ନୁଆଁଇ ଗୋଡ଼ରେ ଲଗାନ୍ତୁ। ଏହି ସମୟରେ ଗୋଡ଼ ଆଙ୍ଗୁଠିକୁ ହାତରେ ଧରିବା ପାଇଁ ଚେଷ୍ଟା କରନ୍ତୁ।
ଆଗକୁ ନଇଁବା ସମୟରେ ମୁଣ୍ଡକୁ ଏପଟ ସେପଟ କରନ୍ତୁ ନାହିଁ। କିଛି ସମୟ ଏପରି ଅବସ୍ଥାରେ ରହି ସାଧାରଣ ଭାବଲେ ନିଶ୍ୱାସ ନିଅନ୍ତୁ।
ଶେଷରେ ଜୋରରେ ନିଶ୍ୱାସ ନେଇ ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।
ସାବଧାନତା
ପ୍ରଥମେ ପ୍ରଥମେ କରୁଥିଲେ କମ୍‌ ସମୟ କରି ଅଭ୍ୟାସ କରି ଧିରେ ଧିରେ ସମୟ ବଢ଼ାନ୍ତୁ।
ଯୋଗାସନ ସମୟରେ ନିଶ୍ୱାସ ନେବା ଏବଂ ଛାଡ଼ିବାର ପ୍ରକ୍ରିୟାକୁ ଭଲ ଭାବେ ବୁଝି ଯୋଗ କରନ୍ତୁ।
ଗର୍ଭବତୀ ମହିଳାମାନେ ଏହି ଯୋଗ କରନ୍ତୁ ନାହିଁ। ଆଜ୍‌ମା, ଅଲସର ଏବଂ ଆଣ୍ଠୁଗଣ୍ଠି ସମସ୍ୟା ଥିବା ରୋଗୀ ଏହି ଯୋଗ କରନ୍ତୁ ନାହିଁ।
ଫାଇଦା
ଏହି ଆସନ କରିବା ଫଳରେ ପାଚନତନ୍ତ୍ରକୁ ଠିକ୍‌ ରହେ ଓ ସ୍ପାଇନାଲ୍‌ କମ୍ପ୍ରେସନରୁ ମୁକ୍ତି ମିଳିଥାଏ।
ଡାଇବେଟିସ୍‌ ନିୟନ୍ତ୍ରଣ ହୁଏ, ପେଟର ଚର୍ବି କମେ, ମନ ଶାନ୍ତ ରହେ ଏବଂ ଭୋକ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରଭୋଜନ

ରାତ୍ରଭୋଜନ ସହଜରେ ହଜମ ହେଉଥିବା ଦରକାର। ରାତିରେ ଯଦି ଆମେ ଗରିଷ୍ଠ ଖାଦ୍ୟ ଖାଇବା ତେବେ ତାହା ହଜମଜନିତ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏହି...

କ୍ୟାନସର୍‌ ଦୂର କରେ କଲରା

ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ କଲରାର ଅନେକ ଉପକାରୀ ଗୁଣ ରହିଛି। ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌...

ଡାଏରୀ ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ସୁଖ ନିଦ୍ରା ଲାଗି…

ଏକ ସୁସ୍ଥ ଜୀବନ ଲାଗି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ମହିଳା...

କିଡ୍‌ନୀ ଖରାପ ଥିଲେ ଦେଖାଦିଏ ଏସବୁ ଲକ୍ଷଣ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଲୋକେ ନାନା ରୋଗର ଶିକାର ହେଉଛନ୍ତି। ବିଶେଷ କରି କିଡ୍‌ନୀ ସମସ୍ୟା ଏବେ ଚିନ୍ତାର କାରଣ...

ମେଡିକାଲ ଅକ୍ସିଜେନ୍‌

ଏବେ ଆମ ଦେଶରେ ମେଡିକାଲ ଅକ୍ସିଜେନ୍‌ର ସଙ୍କଟ ଯୋଗୁଁ ବହୁ କରୋନା ରୋଗୀ ମୃତ୍ୟୁର ଶିକାର ହେଉଛନ୍ତି। ଏପରିକି ସରକାର ବିଦେଶରୁ ୫୦ ହଜାର ମେଟ୍ରିକ...

ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଫ୍ୟାଶନ

ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଆଉଟ୍‌ଫିଟ୍‌ରେ ମୁଖ୍ୟତଃ ଡ୍ରେସ୍‌ଗୁଡ଼ିକର ହାତ ଡିଜାଇନ୍‌ କାନ୍ଧ ପାଖରୁ ପାଦ ପର୍ଯ୍ୟନ୍ତ ଓହଳିକି ରହିଲା ଭଳି ଦେଖାଯାଇଥାଏ। ଏହାକୁ ଖାଲିରେ ଦେଖିଲେ...

ଆପଣଙ୍କ ହାତରେ ଅଛି କି ଏମିତି ରେଖା, ଭାଙ୍ଗିଦେବ ବୈବାହିକ ଜୀବନ

ଜୀବନ ସହିତ ଜଡ଼ିିତ ସମସ୍ତ କଥାକୁ ହାତର ରେଖା ଦ୍ୱାରା ପୂର୍ବାନୁମାନ କରାଯାଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଲେଖାଅଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ହାତର ରେଖା ମଧ୍ୟ ବୈବାହିକ...

Advertisement
Archives

Model This Week