ପିଲାଙ୍କ ପାଇଁ

ଏବେ ବି କରୋନା ଲାଗି ଅଧିକାଂଶ ମା’ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ବାହାର କିଣା ଖାଦ୍ୟ ଦେଉ ନାହାନ୍ତି। ଏମିତିରେ ପ୍ରତିଦିନ ପିଲାଙ୍କୁ ସେମାନଙ୍କର ମନପସନ୍ଦର ଖାଦ୍ୟ ଘରେ ପ୍ରସ୍ତୁତ କରି ଖୁଆଇବା ମା’ମାନଙ୍କ ଲାଗି ସାଜିଛି ଏକ ବଡ଼ ଚ୍ୟାଲେଞ୍ଜ। ତେବେ ଯଦିଓ ଏହା କଷ୍ଟ, ହେଲେ ଅସମ୍ଭବ ନୁହେଁ, କାରଣ ବର୍ତ୍ତମାନ ପ୍ରତ୍ୟେକ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଶିଖିବା ଲାଗି କୁକିଂ ଗୁରୁ
ସାଜିଛି ୟୁଟ୍ୟୁବ୍‌…

ପିଲାମାନଙ୍କୁ ସବୁବେଳେ ଦରକାର ଭଳିକି ଭଳି ଖାଦ୍ୟ। ରୁଟି, ଭାତ, ଡାଲି, ତରକାରି ଭଳି ପାରମ୍ପରିକ ଖାଦ୍ୟ ପରିବର୍ତ୍ତେ ସେମାନଙ୍କର ବେଶି ପସନ୍ଦ ଆଖିକୁ ଆକର୍ଷଣୀୟ ଦିଶୁଥିବା ତଥା ପାଟିକୁ ଅଧିକ ସ୍ବାଦିଷ୍ଟ ଲାଗୁଥିବା ରୋଲ୍‌, ଚାଓମିନ୍‌, ପିଜା, ବର୍ଗର ଆଦି। ତେବେ ଏଭଳି ଖାଦ୍ୟ ମାର୍କେଟ୍‌ରେ ଖୁବ୍‌ ସହଜରେ ମିଳିଯାଉଥିବାରୁ ଅଭିଭାବକମାନଙ୍କୁ ବି ପିଲାଙ୍କ ଡିମାଣ୍ଡ ପୂରଣ କରିବା ସହଜ। ହେଲେ ଦୀର୍ଘ କିଛି ମାସ ଧରି ଲାଗି ରହିଛି କରୋନା ଭୟ। ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା ବି ଅଧିକାଂଶ ମା’ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ବାହାର କିଣା ଖାଦ୍ୟ ଦେଉ ନାହାନ୍ତି। ଏଣେ ପିଲାଙ୍କୁ ତାଙ୍କ ଡିମାଣ୍ଡ ଅନୁସାରେ ପ୍ରତିଦିନ ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନ ନ ଦେଲେ ସେମାନଙ୍କୁ ସମ୍ଭାଳିବା ଏକପ୍ରକାର ମୁସ୍କିଲ୍‌। ତା’ଛଡ଼ା ଏଭଳି ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ସମସ୍ତଙ୍କୁ ଜଣା ନ ଥିବାରୁ ପିଲାଙ୍କ ପାଇଁ ଏଭଳି ଖାଦ୍ୟ ପ୍ରସ୍ତୁତି କରିବା ମା’ମାନଙ୍କ ଲାଗି ପାଲଟିଛି ଚିନ୍ତାର କାରଣ। ହେଲେ ମା’ମାନଙ୍କର ଏହି ଟେନ୍‌ଶନ୍‌ ଦୂର କରିବାରେ ବର୍ତ୍ତମାନ ବେଶ୍‌ ସାହାଯ୍ୟ କରୁଛି ୟୁଟ୍ୟୁବ୍‌। ପିଲାଙ୍କ ମନ ପସନ୍ଦର ଯେକୌଣସି ଖାଦ୍ୟ ପ୍ରସ୍ତୁତ କରିବା ଲାଗି ଚାହିଁଲେ ସହଜରେ ଏହାର ପ୍ରସ୍ତୁତି ପ୍ରଣାଳୀ ଇଣ୍ଟରନେଟ୍‌ରୁ ତତ୍‌କ୍ଷଣାତ୍‌ ଶିଖିହୋଇପାରୁଛି। ଏଥିରେ ଫଟୋ ଓ ଭିଡ଼ିଓ ସହିତ ପୃଥିବୀର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଜାଣି ହେଉଛି। ପ୍ରତିଷ୍ଠିତ ସେଫ୍‌ମାନଙ୍କ ରେସିପି ବୁକ୍‌ ଯେକୌଣସି ସମୟରେ ପଢି ହେଉଛି ଏବଂ ଡାଉନ୍‌ଲୋଡ୍‌ କରି ରଖିହେଉଛି କିମ୍ବା ପ୍ରିଣ୍ଟ ବାହାର କରି ପାଖରେ ରଖି ମଧ୍ୟ ହେଉଛି। ତା’ଛଡା ବର୍ତ୍ତମାନ ରୋଷେଇ ଭିଡିଓ ବିଶେଷ କରି ୟୁଟ୍ୟୁବ୍‌ ଭିଡିଓ ଦେଖି ରୋଷେଇ ଶିଖିବାର ସବୁଠୁ ଅଧିକ ଫାଇଦା ଉଠାଉଛନ୍ତି ମା’ମାନେ। ଏଥିରେ ଭିଜୁଆଲ୍‌ ସହ ଭଏସ୍‌ କମାଣ୍ଡ( ଇଂଲିଶ୍‌, ହିନ୍ଦୀ, ଓଡିଆ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ) ଥିବାରୁ ଶିଖିବା ଖୁବ୍‌ ସରଳ ହୋଇପାରୁଛି। କୁକିଙ୍ଗ୍‌ ୱିଥ୍‌ ଡଗ୍‌, ମଞ୍ଜୁଲାସ୍‌ କିଚେନ୍‌, ୟୁ ସକ୍‌ ଆଟ୍‌ କୁକିଙ୍ଗ୍‌, ସେଫ୍‌ ଷ୍ଟେପ୍ସ ଭଳି ଅନେକ ସବୁଠାରୁ ଅଧିକ ଲୋକପ୍ରିୟ କୁକିଙ୍ଗ୍‌ ଚ୍ୟାନେଲ୍‌ ରହିଛି। ସେହିପରି ସଞ୍ଜୀବ କପୁର, ରଜଥି ସାଇକୁମାର, ନିଶା ମଧୁଲିକା, ବିକାଶ ଖାନ୍ନା, ଶିଳ୍ପୀ, ସଞ୍ଚୟ ଥୁମାଙ୍କ ଭଳି ଅନେକ ଇଣ୍ଡିଆନ୍‌ ସେଫ୍‌ଙ୍କ କୁକିଙ୍ଗ୍‌ ଭିଡିଓରୁ ମଧ୍ୟ ପ୍ରତିଷ୍ଠିତ ସେଫ୍‌ମାନଙ୍କ କୁକିଙ୍ଗ୍‌ ରେସିପି ଭିଡିଓ ଦେଖିବା ସହ ଡାଉନ୍‌ଲୋଡ୍‌ କରି ପରବର୍ତ୍ତୀ ସମୟରେ ରେଫରେନ୍ସ ଲାଗି ରଖାଯାଇପାରୁଛି । କେବଳ ଏତିକି ନୁହେଁ, ବର୍ତ୍ତମାନ ଅନେକ ୟୁଟ୍ୟୁବର୍‌ ଏବଂ ଭ୍ଲଗରଙ୍କ ରୋଷେଇ ଶିକ୍ଷା ଭିଡ଼ିଓ ମା’ମାନଙ୍କ ଲାଗି ପାଲଟିଛି ଟେନଶନ୍‌ ଫ୍ରି ଫର୍ମୁଲା।

 

କ’ଣ କରନ୍ତି ଏମାନେ…
ଚ୍ୟାଲେଞ୍ଜଠୁ କମ୍‌ ନୁହେଁ
-ମିନାକ୍ଷୀ ବେହେରା(ଶିକ୍ଷୟିତ୍ରୀ, ରାଧାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, କୁରୁଣ୍ଟି, କଟକ ) ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନ କାହାକୁ ବା ଭଲ ନ ଲାଗେ। ଆଉ ଯଦି ଛୋଟ ପିଲାଙ୍କ କଥା ଆସେ ତେବେ ସେମାନଙ୍କ ପସନ୍ଦ ଅନୁସାରେ ଖାଦ୍ୟ ଯୋଗାଇବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। କାରଣ ଟେଷ୍ଟ ପସନ୍ଦ ନ ଆସିଲେ ପିଲା ଏହାକୁ ଆଦୌ ଖାଇବେ ନାହିଁ। ତେଣୁ ବର୍ତ୍ତମାନ କରୋନା ଲାଗି ପିଲାଙ୍କୁ ବାହାର ଖାଦ୍ୟ ଦେଉ ନ ଥିବାରୁ ସେମାନଙ୍କର ବିଭିନ୍ନ ଖାଦ୍ୟର ଡିମାଣ୍ଡ ଘରେ ପୂରଣ କରିବାକୁ ପଡ଼ୁଛି। ଯେଉଁଥିପାଇଁ ମୁଁ ବିଭିନ୍ନ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବିଶେଷ କରି ଇଣ୍ଡିଆନ୍‌ ଭ୍ଲଗ୍‌ର୍‌ଙ୍କ ଭିଡିଓ ଦେଖୁଛି। ଯଦିଓ ଏଥିରେ ପରିଶ୍ରମ ଅଧିକ ହେଉଛି ହେଲେ ପିଲାଙ୍କୁ ଘରେ ହେଲ୍‌ଦି ଖାଦ୍ୟ ପ୍ରସ୍ତୁତ କରି ଖୁଆଇପାରୁଥିବାରୁ ଖୁସି ଲାଗୁଛି।
ୟୁଟ୍ୟୁବ୍‌ ସାଜିଛି ଗୁରୁ
-ସଞ୍ଜୁକ୍ତା ପାଣ୍ଡେ(ଗୃହଣୀ, ବାଲିଆପଣ୍ଡା, ଭୁବନେଶ୍ୱର)
ଛୋଟ ପିଲାଙ୍କୁ ସବୁବେଳେ ମାର୍କେଟ୍‌ରେ ମିଳୁଥିବା ନୂଆ ନୂଆ ଖାଦ୍ୟ ପସନ୍ଦ। ହେଲେ ବର୍ତ୍ତମାନ ବାହାର ଖାଦ୍ୟ ଦେବାକୁ ଭୟ ଲାଗୁଛି। ତେଣୁ ଝିଅ ପାଇଁ ଘରେ ହିଁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଛି। ଏସବୁ ଖାଦ୍ୟ ଶିଖିବା ଲାଗି ୟୁଟ୍ୟୁବ୍‌ ମୋର ଟେକ୍‌ ଗୁରୁ ସାଜିଛି। ସେ ଯାହା ଖାଇବାକୁ ଡିମାଣ୍ଡ କରୁଛି, ତାହା କିଭଳି ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ହୋଇପାରିବ ସେଥିପାଇଁ ଏକାଧିକ ସେଫ୍‌ଙ୍କ ଭିଡିଓ ଦେଖିଥାଏ।
ଏକାଧିକ ରେସିପି ଶିଖିବା ହେଉଛି ସହଜ
-ସ୍ମିତା ମହାପାତ୍ର(ଗୃହିଣୀ, ଓଲ୍ଡଟାଉନ୍‌, ଭୁବନେଶ୍ୱର)
ପୂର୍ବରୁ ପିଲାମାନେ ମଝିରେ ମଝିରେ ଟିଫିନ୍‌ ଷ୍ଟଲ୍‌, ଫୁଡ଼୍‌ ଷ୍ଟଲ୍‌, ହୋଟେଲ୍‌ କିମ୍ବା ରେଷ୍ଟୁରାଣ୍ଟ ଯାଇ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିଲେ। ହେଲେ ବର୍ତ୍ତମାନ କରୋନା ଲାଗି ବାହାର ଖାଦ୍ୟ ଦେଉନାହିଁ। ତେବେ ଏଭଳି ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଜଣା ନ ଥିବା ବେଳେ ଏହାକୁ ଘରେ ଠିକ୍‌ ଭାଗମାପରେ ସମସ୍ତ ସାମଗ୍ରୀ ବ୍ୟବହାର କରି ପ୍ରସ୍ତୁତ କରିବା ଆଉ ସେହିଭଳି ସ୍ବାଦ ପାଇବା ମୋ ପାଇଁ ପ୍ରଥମେ ଚିନ୍ତାର କାରଣ ସାଜିଥିଲା। ହେଲେ ବର୍ତ୍ତମାନର ଟେକ୍ନିକାଲ୍‌ ଯୁଗରେ ସେ ଅସୁବିଧା ନାହିଁ। କାରଣ ଇଣ୍ଟରନେଟ୍‌ରୁ ପ୍ରତ୍ୟେକ ଆଇଟମ୍‌ର ରେସିପି ସହଜରେ ମିଳିଯାଉଛି। ୟୁଟ୍ୟୁବ୍‌ରୁ ଭିଡିଓରେ ଭିଜୁଆଲ୍‌ ସହ ଆଞ୍ଚଳିକ ଭାଷାରେ ଭଏସ୍‌ କମାଣ୍ଡ ଥିବା ଭିଡିଓ ଦେଖି ନିଜେ ରାନ୍ଧିବା ସହଜ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri