Posted inଫୁରସତ

୩୦ ବର୍ଷ ଯାଏ ପୁରୁଷ ବେଶରେ ରହିଲେ ମହିଳା,କାରଣ ଜାଣିଲେ…

ମା’ ନିଜ ସନ୍ତାନକୁ ସୁରକ୍ଷା ଦେବା, ତା’ର ଉପଯୁକ୍ତ ଲାଳନ ପାଳନ କରିବା ପାଇଁ କିଛି ବି କରିପାରେ। ନାନା କଷ୍ଟ ସହିପାରେ। ଅନେକ ସମୟରେ ସେ ଉଭୟ ମା’ ଓ ବାପାର ଭୂମିକା ବି ତୁଲାଇଥାଏ। ତାମିଲନାଡୁ, ଥୁଥୁକୁଡି ଜିଲାସ୍ଥ କଟ୍ଟନାୟକନ ପଟ୍ଟିର ‘ପେଚିୟାମଲ୍ଲ’ ହେଉଛନ୍ତି ସେମିତି ଜଣେ ମା’ ଯେ କି ଏବେ ଚର୍ଚ୍ଚାରେ ଅଛନ୍ତି। ପେଚିୟାମଲ୍ଲ ସ୍ବାମୀଙ୍କୁ ହରାଇବା ପରେ ବାପ ଛେଉଣ୍ଡ ଝିଅକୁ ସମାଜର କୁଦୃଷ୍ଟିରୁ ରକ୍ଷା କରିବା ଲାଗି ପୁରୁଷ ବେଶ ଧାରଣ କରି ମା’ରୁ ବାପା ପାଲଟିଥିଲେ। ତା’ସହ ସମାଜରେ ସ୍ବାମୀ ନ ଥିବା ସ୍ତ୍ରୀ ଉପରେ ବି ସମସ୍ତେ ଖରାପ ନଜର ପକାନ୍ତି। ତେଣୁ ଏସବୁରୁ ନିଜକୁ ରକ୍ଷା ପାଇବା ଲାଗି ସେ ନିଜର ଲମ୍ବା କେଶକୁ କାଟି ପୁରୁଷଙ୍କ ପରି ଛୋଟ ଛୋଟ କରିଥିଲେ। ନାରୀ ସବୁବେଳେ ସଜେଇ ହୋଇ ରହିବାକୁ ପସନ୍ଦ କରେ। ହେଲେ ସେଇ ସଜବାଜକୁ ସେ ସମ୍ପୂର୍ଣ୍ଣ ଭାବେ ପରିତ୍ୟାଗ କଲେ। ଶାଢି ନ ପିନ୍ଧି ପୁରୁଷଙ୍କ ପରି ଲୁଙ୍ଗି, ସାର୍ଟ ପିନ୍ଧିଲେ। କେହି ସନ୍ଦେହ ନ କରିବା ପାଇଁ ପୁରୁଷଙ୍କ ସହ ମିଶି କାମ କରୁଥିଲେ,ବସ୍‌ରେ ପୁରୁଷଙ୍କ ସିଟ୍‌ରେ ବସୁଥିଲେ ଓ ପୁରୁଷଙ୍କ ଟୟଲେଟ୍‌ ବି ବ୍ୟବହାର କରୁଥିଲେ। ଏହିଭଳି ଦୀର୍ଘ ୩୦ ବର୍ଷ ସେ ରହିଲେ। ନିକଟରେ ତାଙ୍କ ଝିଅର ବାହାଘର ହୋଇଛି। ସ୍ବାମୀ ନିକଟରେ ଝିଅ ସୁରକ୍ଷିତ ଥିବା ଜାଣିବା ପରେ ଯାଇ ପେଚିୟାମଲ୍ଲ ସମସ୍ତଙ୍କୁ ନିଜର ଗୋପନ ପରିଚୟ ଜଣାଇଛନ୍ତି। ଆଉ ଖୋଲି କହିଛନ୍ତି ଯେ, ସେ ପ୍ରକୃତରେ ଜଣେ ପୁରୁଷ ନୁହନ୍ତି ବରଂ ଜଣେ ମହିଳା। ୨୦ ବର୍ଷ ବୟସରେ ପେଚିୟାମଲ୍ଲ ବିବାହ କରିଥିଲେ। ହେଲେ ବିବାହର ମାତ୍ର ୧୫ ଦିନ ପରେ ସ୍ବାମୀ ହୃଦ୍‌ଘାତରେ ମୃତ୍ୟୁବରଣ କଲେ। ଏହାର କିଛିଦିନ ପରେ ହିଁ ପେଚିୟାମଲ୍ଲ ଜାଣିଲେ ସେ ଗର୍ଭବତୀ ଅଛନ୍ତି। ଆଉ ୯ ମାସ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ। ଝିଅର ସୁରକ୍ଷା ପେଚିୟାମଲ୍ଲଙ୍କ ଉପରେ ନ୍ୟସ୍ତ ଥିଲା। ତେଣୁ ସେ ଏହି କଠୋର ନିଷ୍ପତ୍ତି ନେଲେ। ଆଉ ପୁରୁଷ ବେଶ ଧାରଣ କରି ଝିଅର ବାପା ସାଜିଲେ। ଯେମିତିକି କେହି ତାଙ୍କ ଝିଅକୁ ନଜର ଉଠେଇ ଚାହିଁବାକୁ ସାହସ କରିବେନି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri