୨ ମାସ ହେବ ମା’ପୁଅଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ରହୁଥିବା ମା’ ପ୍ରିୟା ନାୟକ (୨୭) ଓ ତାଙ୍କ ୫ବର୍ଷର ପୁଅ ନିଖୋଜ ହେବା ଘଟଣାକୁ ୨ ମାସରୁ ଊର୍ଦ୍ଧ୍ୱ ବିତିଲାଣି। ହେଲେ ଏଯାଏ ତାଙ୍କର କୌଣସି ଖୋଜ ଖବର ମିଳୁନି। ପୋଲିସ ମାମଲା (ନଂ.୨୧/୨୦୨୨) ରୁଜୁ କରି ଚୁପ୍‌ ବସିଥିବାବେଳେ ସ୍ବାମୀ ପ୍ରଭାତ ନାୟକ ଚାରିଆଡେ ଖୋଜାଖୋଜି କରି ଭାଙ୍ଗି ପଡିଛନ୍ତି। କାର୍ଗିଲ ବସ୍ତିରେ ରହୁଥିବା ଗୌରୀ ନାମ୍ନୀ ଯୁବତୀ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ କେଉଁଆଡେ ନେଇଯାଇଥିବା ପ୍ରଭାତ ସନ୍ଦେହ କରୁଛନ୍ତି। ଏନେଇ ମଧ୍ୟ ପୋଲିସ ସେ ଜଣାଇଛନ୍ତି। ହେଲେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କମିଶନରେଟ ପୋଲିସ ସେତେଟା ଗୁରୁତ୍ୱ ନ ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ପ୍ରଭାତଙ୍କ ଘର ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜୀଲୀବା ଗ୍ରାମରେ। ସେ ହାଇଦ୍ରାବାଦରେ ରହି କାମ କରୁଥିବାବେଳେ ତାଙ୍କ ସ୍ତ୍ରୀ ଭୁବନେଶ୍ୱର ବଢ଼େଇବାଙ୍କରେ ରହି କାମ କରୁଥିଲେ। ପ୍ରଭାତ ଅକ୍ଟୋବରରେ ହାଇଦ୍ରାବାଦରୁ ଭୁବନେଶ୍ୱରସ୍ଥିତ ଘରକୁ ଆସିଥିଲେ। ଅକ୍ଟୋବର ୧୨ ସକାଳ ୮ଟା ୩୦ରେ ସେ ବାଥ୍‌ରୁମରେ ଗାଧୋଇ ବାହାରିବା ପରେ ସ୍ତ୍ରୀ ଓ ପୁଅଙ୍କୁ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଉଭୟଙ୍କୁ ବହୁ ଖୋଜାଖୋଜି କରିବା ପରେ ଶେଷରେ ନିରୁପାୟ ହୋଇ ଅକ୍ଟୋବର ୧୭ରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ଖୋଜାଖୋଜି କରିଥିଲେ ନିଶ୍ଚିତ ତାଙ୍କ ସ୍ତ୍ରୀ ଓ ପୁଅ ମିଳିଯାଇଥାନ୍ତେ ବୋଲି ପ୍ରଭାତ କ୍ଷୋଭର ସହ କହିଛନ୍ତି। ଏଥିସହ ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରି ନିଖୋଜ ସ୍ତ୍ରୀ ଓ ପୁଅଙ୍କୁ ଉଦ୍ଧାର କରିବାକୁ ସେ ପୋଲିସ କମିଶନରଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଭାଜପା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କ୍ଷୁଦ୍ର ପଲୋର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

କ୍ୟାମ୍ପ ନିକଟରୁ IRB ହାବିଲଦାରଙ୍କ ମୃତଦେହ ଉଦ୍ଧାର, ଋଣଭାର-ପାରିବାରିକ ଚିନ୍ତାରେ…

ଭଞ୍ଜନଗର,୧୩ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆରବି ୮ମ ସ୍ଵତନ୍ତ୍ର ବାଟାଲିୟନ ହାବିଲଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦେବାଶିଷ ବେହେରା…

ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା, ଭାଜପାରେ ସାମିଲ ହେଲେ ବହୁ….

ଗଞ୍ଜାମ,୧୩ା୫ (ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ବଳରାମଚନ୍ଦ୍ର ପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାଜପାର ମିଶ୍ରଣ…

ପ୍ରଧାନମନ୍ତ୍ରୀଙ୍କ କଥା ମାନିଲେ ମୁଖ୍ୟମନ୍ତ୍ରୀ, କମାଇଲେ ବ୍ୟକ୍ତିଗତ ସୁରକ୍ଷା ଗାଡ଼ି ସଂଖ୍ୟା, ରାଜ୍ୟବାସୀଙ୍କୁ ଆହ୍ବାନ ଦେଇ…

ଭୁବନେଶ୍ୱର,୧୩ା୫: ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର…

ବାସନ ଧୋଉଥିଲେ ମହିଳା, ଟାଣିନେଲା କୁମ୍ଭୀର, ଦୀର୍ଘ ସମୟ ଲଢ଼େଇ ପରେ…

ମହାକାଳପଡ଼ା,୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଦଳିଛି ସରକାର। ବଦଳିନି ଜଙ୍ଗଲଘେରୀ ଶବରପଡ଼ାର ଚିତ୍ର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ…

ପ୍ରତୀକ ଯାଦବଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା, ପୋଷ୍ଟମର୍ଟମ ରିପୋର୍ଟ….

ଲକ୍ଷ୍ନୌ,୧୩।୫: ଭାଜପାର ନେତ୍ରୀ ଏବଂ ମହିଳା କମିଶନର ଉପାଧ୍ୟକ୍ଷ ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ପ୍ରତୀକ ଯାଦବଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ…

ବସ୍‌ରେ ଯାତ୍ରା କରିବେ ନୀତିନ ଗଡକରୀ, ମୋଦିଙ୍କ ଅପିଲ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ଼୍ବାନ ପରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଇନ୍ଧନ ସଂରକ୍ଷଣ ପାଇଁ, ଗଡକରୀ ତାଙ୍କର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri