Posted inଖେଳ

ଫୁଟ୍‌ବଲ ଲଭର୍ସ ଡେ’

କ୍ରୀଡ଼ା ମନୋରଞ୍ଜନର ଏକ ମାଧ୍ୟମ । ତେବେ ଅନେକ ସମୟରେ ଦେଖାଯାଏ ଦର୍ଶକ କ୍ରୀଡ଼ାରେ ମାତ୍ରାଧିକ ଭାବପ୍ରବଣ ହୋଇଯାଆନ୍ତି । ଦଳ ବା ଖେଳାଳିଙ୍କ ପ୍ରତି ଥିବା ଏହି ଭାବପ୍ରବଣତା ବେଳେବେଳେ ହିଂସ୍ର ରୂପ ମଧ୍ୟ ଧାରଣ କରିଥାଏ। ଏହା ପଛରେ କିନ୍ତୁ କ୍ରୀଡ଼ା ପ୍ରତି ପ୍ରଶଂସକମାନଙ୍କର ଭଲ ପାଇବା ଲୁଚି ରହିଥାଏ ।

କ୍ରୀଡ଼ା ମନୋରଞ୍ଜନର ଏକ ମାଧ୍ୟମ। ତେବେ ଅନେକ ସମୟରେ ଦେଖାଯାଏ ଦର୍ଶକ କ୍ରୀଡ଼ାରେ ମାତ୍ରାଧିକ ଭାବପ୍ରବଣ ହୋଇଯାଆନ୍ତି। ଦଳ ବା ଖେଳାଳିଙ୍କ ପ୍ରତି ଥିବା ଏହି ଭାବ ପ୍ରବଣତା ବେଳେବେଳେ ହିଂସ୍ର ରୂପ ଧାରଣ କରିଥାଏ। ତେବେ ଏହି ଭାବପ୍ରବଣତାକୁ କ୍ରୀଡ଼ା ପ୍ରତି ପ୍ରଶଂସକମାନଙ୍କର ଭଲ ପାଇବା କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଏମିତି ଏକ ମାତ୍ରାଧିକ ଭାବପ୍ରବଣତାକୁ ମନେରଖିବା ପାଇଁ ଭାରତୀୟ ଫୁଟ୍‌ବଲ ଇତିହାସରେ ପାଳିତ ହୁଏ ‘ଫୁଟ୍‌ବଲ ଲଭର୍ସ ଡେ’। ୮୦ ଦଶକରେ କିଛି ଭାବପ୍ରବଣ ପ୍ରଶଂସକଙ୍କ କାରଣରୁ ଘଟିଥିବା ଅଘଟଣ ଭାରତୀୟ ଫୁଟ୍‌ବଲ ଇତିହାସରେ କଳା ଅକ୍ଷରରେ ଲିଖିତ। ଏହି ଦିନଟିକୁ ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ଏହା ଫୁଟ୍‌ବଲ ଲଭର୍ସ ଡେ’ ଭାବେ ପ୍ରସିଦ୍ଧ। ନିକଟରେ ଇଣ୍ଡୋନେସିଆରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କ ହୃଦୟକୁ ବ୍ୟଥିତ କରିଛି। ତା’ ସହିତ ୮୦ ଦଶକରେ ଭାରତରେ ଘଟିଥିବା ସମାନ ଘଟଣାର କରାଳ ସ୍ମୃତିକୁ ମଧ୍ୟ ତାଜା କରିଛି। ଫୁଟ୍‌ବଲ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଖେଳ। ଫୁଟ୍‌ବଲ ଏକ କଣ୍ଟାକ୍ଟ ସ୍ପୋର୍ଟ ହୋଇଥିବାରୁ ଅନେକ ସମୟରେ ଖେଳାଳିଙ୍କ ମଧ୍ୟରେ ଝଗଡ଼ାର ନଜିର ରହିଛି। ତେବେ ଖେଳାଳି ଅଥବା ଟିମ୍‌ଗୁଡିକର ଲଢ଼େଇ ଯେତେବେଳେ ପଡ଼ିଆ ବାହାରକୁ ଯାଏ ତାହା ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଥାଏ। ବ୍ରାଜିଲ, କଲମ୍ବିଆ, ଆର୍ଜେଣ୍ଟିନା ଓ ଆମେରିକା ପରି ଫୁଟ୍‌ବଲପ୍ରିୟ ଦେଶରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଝଗଡ଼ା ଅତି ସାଧାରଣ କାହାଣୀ। ବେଳେବେଳେ ଏହି ବିବାଦ ଦଙ୍ଗାର ରୂପ ଧାରଣ କରି ବ୍ୟାପକ କ୍ଷତି ଘଟାଇଥାଏ। ଇଣ୍ଡୋନେସିଆରେ ଘଟିଥିବା ଘଟଣା ଏହାର ସଦ୍ୟତମ ଉଦାହରଣ। ଏହି ଦୁର୍ଘଟଣାରେ ୧୭୪ ଜଣଙ୍କ ପ୍ରାଣ ହାନି ଘଟିବା ସହ ଶତାଧିକ ଲୋକ ଆହତ ହୋଇଥିଲେ। ଭାରତ ଏକ ଶାନ୍ତିପ୍ରିୟ ଦେଶ ହୋଇଥିଲେ ହେଁ ଅଗଷ୍ଟ ୧୬, ୧୯୮୦ରେ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ଘଟିକଥିଲା ଏମିତି ଘଟଣା, ଯାହା ଦେଶର ଫୁଟ୍‌ବଲ ଇତିହାସକୁ ନିନ୍ଦିତ କରିବା ପାଇଁ ଯଥେଷ୍ଟ। ଉକ୍ତ ମ୍ୟାଚ୍‌ ପରେ ଦଳାଚକଟା କାରଣରୁ ୧୬ ଜଣ ଫୁଟ୍‌ବଲ ଫ୍ୟାନ୍‌ଙ୍କ ମୃତ୍ୟୁ ଘଟିଥିଲା।
କୋଲ୍‌କାତାକୁ ସିଟି ଅଫ୍‌ ଜୟ ବୋଲି କୁହାଯାଏ। ଭାରତର ଏହା ଏମିତି ଏକ ସହର, ଯେଉଁଠି ଫୁଟବଲ ବେଶ୍‌ ଲୋକପ୍ରିୟ। ଏଠାକାର ଫୁଟବଲ କ୍ଲବ୍‌ଗୁଡ଼ିକ ମଧ୍ୟରେ ରହିଥିବା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମନୋଭାବ କାହାକୁ ଅଛପା ନୁହେଁ। ଏହି ଧାରାରେ ୭୦-୮୦ ଦଶକରେ ସାମିଲ ହୋଇଥିଲେ ଦୁଇ କ୍ଲବ୍‌ ଇଷ୍ଟବେଙ୍ଗଲ ଓ ମୋହନବାଗାନ। ୭୦ ଦଶକରେ ଦୁଇ କ୍ଲବ୍‌ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦ୍ୱିତା ଶୀର୍ଷରେ ଥାଏ। ୧୯୭୦-୭୫ ମଧ୍ୟରେ ଇଷ୍ଟବେଙ୍ଗଲ ପ୍ରତିପକ୍ଷ ଦଳ ଅପେକ୍ଷା ଭଲ ପ୍ରଦର୍ଶନ କରି ପ୍ରାୟ ସମସ୍ତ ଟ୍ରଫି ହାସଲ କରିଚାଲିଥିଲା। ତେବେ ୧୯୭୮ରେ ପୁନଶ୍ଚ ଫର୍ମକୁ ଫେରିଥିଲା ମୋହନବାଗାନ। ଏହି ବର୍ଷରେ ଆଇଏଫ୍‌ଏ ସିଲ୍ଡ, ଡୁରାଣ୍ଡ କପ୍‌ ଓ ରୋଭର୍ସ କପ୍‌ ଜିତିବା ସହିତ ଟ୍ରିପଲ୍‌ କ୍ରାଉନ୍‌ ହାସଲ କରିଥିଲା। ଉକ୍ତ ମ୍ୟାଚ୍‌ ପୂର୍ବରୁ ଦୁଇ ଦଳ ମଧ୍ୟରେ ଫେଡେରେଶନ କପ୍‌ର ଫାଇନାଲ ଖେଳାଯାଇଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ଟି ୧-୧ରେ ଅମୀମାଂସିତ ରହିବା ସହ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ଫେଡେରେଶନ କପ୍‌ ପରେ ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ଏତେ ଉତ୍କଣ୍ଠା ରହିଥିଲା କି ସେ ସମୟରେ ୬୬ ହଜାର କ୍ଷମତାବିଶିଷ୍ଟ ଇଡେନ୍‌ ଗାର୍ଡେନ୍ସରେ ମ୍ୟାଚ୍‌ ଦେଖିବାକୁ ରୁଣ୍ଡ ହୋଇଥିଲେ ୭୦ ହଜାର ଦର୍ଶକ। ଏହି ମ୍ୟାଚ୍‌ରେ କମ୍ପଟନ୍‌ ଦତ୍ତ ମୋହନବାଗାନ ଓ ସତ୍ୟଜିତ୍‌ ମିତ୍ର ଇଷ୍ଟବେଙ୍ଗଲର ନେତୃତ୍ୱ ନେଉଥିଲେ। ତେବେ ରେଫରିଙ୍କ ବିବାଦୀୟ ନିଷ୍ପତ୍ତି ଏହି ଅଘଟଣର ସବୁଠାରୁ ବଡ଼ କାରଣ ରହିଥିଲା। ଇଷ୍ଟବେଙ୍ଗଲର ଦିଲୀପ ପାଲିତ ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ବିଦେଶ ରଞ୍ଜନ ବୋଷ୍‌ଙ୍କୁ ଫାଉଲ ମାରିଥିଲେ। ତେବେ ରେଫରି ଏହାକୁ ଅଣଦେଖା କରିଥିଲେ। ସମାନ ଢଙ୍ଗରେ ୫୭ତମ ମିନିଟ୍‌ରେ ପାଲିତ ପୁନର୍ବାର ସମାନ ଖେଳାଳିଙ୍କୁ ଫାଉଲ ମାରିଥିବା ବେଳେ ମିଳିଥିଲା ପ୍ରତ୍ୟୁତ୍ତର। ତେବେ ବିଦେଶ ରଞ୍ଜନଙ୍କ ପ୍ରତିରୋଧ କାରଣରୁ ରେଫରି ତାଙ୍କୁ ରେଡ୍‌କାର୍ଡ ଦେଇଥିଲେ। ପ୍ରଥମ ୍‌କାର୍ଡ ମିଳିବାର ୩ ମିନିଟ୍‌ ପରେ ଭୁଲ୍‌ ସୁଧାରିବା ଲାଗି ରେଫରି ବିନା କାରଣରେ ପାଲିତ୍‌ଙ୍କୁ ରେଡ୍‌କାର୍ଡ ଦିଅନ୍ତି। ମ୍ୟାଚ୍‌ ଗୋଲଶୂନ୍ୟରେ ଶେଷହେବା ପରେ ଷ୍ଟାଡିୟମରେ ଦେଖାଦେଇଥିଲା ଉତ୍ତେଜନା। ଉଭୟ ଦଳର ଫ୍ୟାନ୍‌ଙ୍କ ଆକ୍ରୋଶ ଦଳାଚକଟାରେ ପରିବର୍ତ୍ତିତ ହୋଇ ୧୬ ଜଣ ଫୁଟବଲପ୍ରେମୀଙ୍କ ପ୍ରାଣହାନି ଘଟିଥିଲା। ପୂର୍ବରୁ ଏହି ଦୁଇ ଦଳର ମ୍ୟାଚ୍‌ ସମୟରେ ଉଭୟ ଦଳର ସମର୍ଥକମାନଙ୍କୁ ଅଲଗା ଅଲଗା ବସିବା ସ୍ଥାନ ମିଳିଥାଏ। ପ୍ରଥମଥର ପାଇଁ ଉଭୟ ଦଳର ସମର୍ଥକ ଏକାଠି ବସିଥିବା ବେଳେ ଷ୍ଟାଡିୟମ କ୍ଷମତାଠାରୁ ଅଧିକ ଲୋକଙ୍କ ଉପସ୍ଥିତି ଏହାକୁ ଆହୁରି ସଙ୍ଗିନ କରିଥିଲା। ପୋଲିସ ରିପୋର୍ଟ ଅନୁସାରେ, ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଦର୍ଶକ ଆହତ ହୋଇଥିଲେ। ଏହାପରେ ଉକ୍ତ ସିଜନର ସମସ୍ତ ମ୍ୟାଚ୍‌କୁ ବାତିଲ କରାଯିବା ସହିତ ଉଭୟ ଦଳ ଉପରେ ମୋଟା ଅଙ୍କର ଜରିମାନା ଲଗାଯାଇଥିଲା। ନିହତ ଫୁଟ୍‌ବଲପ୍ରେମୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ଫୁଟ୍‌ବଲ ସଂଘ(ଆଇଏଫ୍‌ଏ) ପକ୍ଷରୁ ଏହି ଦିନକୁ ‘ଫୁଟ୍‌ବଲପ୍ରେମୀ ଦିବସ ବା ଫୁଟ୍‌ବଲ ଲଭର୍ସ ଡେ’ ଭାବେ ଘୋଷଣା କରାଯାଇଥିଲା।
-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?