Posted inଖେଳ

ଟି୨୦ ବିଶ୍ୱକପ୍‌

ଆଇସିସି ଟି୨୦ ବିଶ୍ୱକପ୍‌ର ୮ମ ସଂସ୍କରଣ ଅଷ୍ଟ୍ରେଲିଆରେ ଚଳିତ ମାସ ୧୬ ତାରିଖରେ ଆରମ୍ଭ ହେବାକୁ ଯାଉଛି । ରୋହିତ୍‌ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ମେଗା ଟୁର୍ନାମେଣ୍ଟରେ ଖେଳିବ । ଇତିମଧ୍ୟରେ ୯ ବର୍ଷ ବିତିଯାଇଛି, ତଥାପି ଟିମ୍‌ ଇଣ୍ଡିଆ ଆଇସିସି ଟ୍ରଫି ହାସଲ କରିପାରିନାହିଁ। ଭାରତ ଏହି ଶୂନ୍ୟତାକୁ ପୂରଣ କରିପାରିବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି…

ଆଇସିସି ଟି୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଏହି ଫର୍ମାଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ରେ ଘରୋଇ ପରିବେଶରେ ଖେଳିଛି। ଏଥିରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏବଂ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ ସ୍ବାଭାବିକ ଭାବେ ଦଳର ମନୋବଳ ବଢ଼ିଛି। ମାତ୍ର ଏହି ସିରିଜ୍‌ରେ ଟିମ୍‌ ଇଣ୍ଡିଆର ଅନେକ ତ୍ରୁଟି ଓ ଦୁର୍ବଳତା ମଧ୍ୟ ପଦାରେ ପଡ଼ିଛି। ବ୍ୟାଟରମାନେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ବୋଲରଙ୍କ ବିଫଳତା ଚିନ୍ତାର କାରଣ ହୋଇଛି। ଦୀପକ ଚହର ଏବଂ ସ୍ପିନର ଅକ୍ଷର ପଟେଲ ଭଲ କରିଥିବା ବେଳେ ଭୁବନେଶ୍ୱର କୁମାର, ହର୍ଶଲ ପଟେଲ, ୟୁଜ୍‌ବେନ୍ଦ୍ର ଚହଲଙ୍କ ଡେଥ୍‌ ଓଭର ବୋଲିଂ ପ୍ରଭାବଶୂନ୍ୟ ରହିଛି। ଯଶ୍‌ପ୍ରୀତ ବୁମ୍‌ରାଙ୍କ ଆଘାତଜନିତ ସମସ୍ୟା ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ପାଇଁ ଅଙ୍କକଷାକୁ ଗୋଳମାଳିଆ କରିଛି। ପେସ୍‌ ବୋଲର ଟି. ନଟରାଜନ, ଉମ୍ରାନ୍‌ ମଲ୍ଲିକ, ବ୍ୟାଟର ସର୍ଫରାଜ ଖାଁ ଟିମ୍‌ରେ ସ୍ଥାନ ନ ପାଇବା ସମାଲୋଚନାର ଖୋରାକ ଯୋଗାଇଛି। ଘରୋଇ ପରିବେଶ ଏବଂ ଅଷ୍ଟ୍ରେଲିଆ ପରିବେଶ ମଧ୍ୟରେ ଆକାଶ ପାତାଳ ତଫାତ୍‌ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆର ପିଚ୍‌, ଜଳବାୟୁ, ସୁଇଂ କଣ୍ଡିଶନ ସହ ପରିଚିତ ଅଭିଜ୍ଞ ଖେଳାଳିଙ୍କୁ ମନୋନୟନ କରିଛି ଚୟନ କମିଟି। ଟି୨୦ ପାଇଁ ବ୍ୟାଟିଂ ଲାଇନ୍‌ ଅପ ଭଲ ରହିଛି ବୋଲି କୁହାଯାଇପାରିବ।
୨୦୧୩ରେ ଭାରତ ତା’ର ଶେଷ ଆଇସିସି ଟ୍ରଫି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଜିତିଥିଲା। ଚାମ୍ପିୟନ୍ସ ଟ୍ରଫିରେ ଭାରତ ଚାମ୍ପିୟନ ହୋଇଥିଲା। ଇତିମଧ୍ୟରେ ବିଭିନ୍ନ ଫର୍ମାଟରେ ବହୁ ଆଇସିସି ପ୍ରତିଯୋଗିତା ଖେଳିବା ସହିତ ଟ୍ରଫି ଜିତିବାର ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଏହି ଦୀର୍ଘ ୯ ବର୍ଷ ମଧ୍ୟରେ ଏକାଧିକ ଅଧିନାୟକ ପରିବର୍ତ୍ତନ ହୋଇଛନ୍ତି। ଆଇସିସିର ବିଭିନ୍ନ ଫର୍ମାଟରେ ୧ନଂ. ଏବଂ ୨ନଂ. ର଼୍ୟାଙ୍କିଙ୍ଗ୍‌ରେ ରହି ମଧ୍ୟ ବିଫଳ ହେବା ନିଶ୍ଚିତରୂପେ ଚିନ୍ତାର ବିଷୟ।
ମେଗା ପ୍ରତିଯୋଗିତାର ୮ମ ସଂସ୍କରଣ ଏଥର ଅଷ୍ଟ୍ରେଲିଆରେ ହେବ। ୧୬ ଅକ୍ଟୋବରରୁ ଆରମ୍ଭ ହୋଇ ୧୩ ନଭେମ୍ବରରେ ଶେଷ ହେବ। ଏଥିରେ ୧୬ଟି ଦେଶ ଭାଗ ନେଉଥିବା ବେଳେ ମୋଟ ୪୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାର ୭ମ ସଂସ୍କରଣ ୟୁଏଇ ଏବଂ ଓମାନ୍‌ଠାରେ ଖେଳାଯାଇଥିଲା। ପ୍ରଥମଥର ପାଇଁ ଟି୨୦ର ସ୍ପେଶାଲିଷ୍ଟ ଦଳ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ହୋଇଥିଲା। ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ପ୍ରତି ୨ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ମେଗା ପ୍ରତିଯୋଗିତା ୨୦୦୭ରୁ ଆରମ୍ଭ ହୋଇଥିଲା। ୨୦୧୨ ଏବଂ ୨୦୧୬ରେ ଚାମ୍ପିୟନ ହୋଇ ୱେଷ୍ଟଇଣ୍ଡିଜ ସର୍ବାଧିକ ଥର ଟାଇଟଲ ଜିତିବାରେ ଆଗରେ ରହିଛି। ୨୦୦୭ର ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକାଠାରେ ଆରମ୍ଭ ହୋଇଥିବା ବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ୨୦୦୯ରେ ପାକିସ୍ତାନ ଟାଇଟଲ ହାସଲ କରିଥିବାବେଳେ ୨୦୧୦ରେ ଇଂଲଣ୍ଡ ବିଜେତା ହୋଇଥିଲା। ୨୦୧୨ରେ ପ୍ରଥମଥର ପାଇଁ ଏସିଆ ମହାଦେଶରେ ଆଇସିସି ଟି୨୦ ବିଶ୍ୱକପ୍‌ ଖେଳାଯାଇ ଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ୱେଷ୍ଟଇଣ୍ଡିଜ ଟ୍ରଫି ଜିତିଥିଲା। ୨୦୧୪ରେ ବାଂଲାଦେଶରେ ଅନୁଷ୍ଠିତ ଫାଇନାଲରେ ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ଦଳ ଶ୍ରୀଲଙ୍କା ଓ ଭାରତ ପରସ୍ପରକୁ ଭେଟିଥିଲେ। ଶ୍ରୀଲଙ୍କା ଚାମ୍ପିୟନ ଏବଂ ଭାରତ ରନର୍ସଅପ୍‌ ହୋଇଥିଲା। ୨୦୧୬ରେ ଫାଇନାଲ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା। ଏକ ରୋମାଞ୍ଚକର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହେବା ସହ ସର୍ବାଧିକ ୨ଥର ଏହି ଟ୍ରଫି ହାତେଇବାକୁ ସକ୍ଷମ ହୋଇଥିଲା। ୨୦୨୧ରେ ୟୁଏଇ ଏବଂ ଓମାନ୍‌ଠାରେ ଖେଳାଯାଇଥିବା ୭ମ ସଂସ୍କରଣରେ ବାଜି ମାରିଥିଲା ଅଷ୍ଟ୍ରେଲିଆ। ସର୍ବାଧିକ ୩ଥର ଶ୍ରୀଲଙ୍କା ଦଳ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି। ଦୁର୍ଭାଗ୍ୟର କଥା, ଟି୨୦ର ସ୍ପେଶାଲିଷ୍ଟ ଦଳ ରୂପେ ପରିଗଣିତ ହେଉଥିଲେ ହେଁ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଚାମ୍ପିୟନ ହୋଇପାରି ନାହାନ୍ତି।
ଚଳିତ ସଂସ୍କରଣ ପାଇଁ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସୁପର ୧୨ରେ ସ୍ଥାନ ପାଇସାରିଥିବା ବେଳେ ନାମ୍ବିଆ, ସ୍କଟ୍‌ଲାଣ୍ଡ, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ଗ୍ରୁପ୍‌ ଷ୍ଟେଜ୍‌ରେ ରହିଛନ୍ତି। ଗ୍ଲୋବାଲ କ୍ୱାଲିଫାୟର୍ସ ରୂପେ ୟୁଏଇ, ନେଦରଲାଣ୍ଡ, ଆୟର୍ଲାଣ୍ଡ ଏବଂ ଜିମ୍ବାୱେ ମ୍ୟାଚ୍‌ ଖେଳିବେ। ଆଇସିସି ର଼୍ୟାକିଂର ଶୀର୍ଷ ୧୦ଟି ଦଳ ଏବଂ ଟି୨୦ ୱାଲର୍‌ଡ କ୍ୱାଲିଫାୟର ୬ଟି ଦଳ ଏହି ପ୍ରତିଯୋଗିତା ପାଇଁ ଲଢେଇ କରିବେ। ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ, ପାକିସ୍ତାନର ବାବର ଆଜମ୍‌, ଇଂଲଣ୍ଡର ଜସ୍‌ ବଟଲର, ବାଂଲାଦେଶର ଶକିବ ଅଲ୍‌ ହାସନ, ଦକ୍ଷିଣ ଆଫ୍ରିକାର ଟେମ୍ବା ବଭୁମା, ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ୍‌, ଭାରତର ରୋହିତ ଶର୍ମା, ଶ୍ରୀଲଙ୍କାର ଦଶୁନ ସନକା, ୱେଷ୍ଟଇଣ୍ଡିଜର ନିକୋଲସ ପୁରନ ଏବଂ ଆଫଗାନିସ୍ଥାନର ମହମ୍ମଦ ନବୀଙ୍କ ଉପରେ ନେତୃତ୍ୱର ଭାର ରହିଛି। ଅନ୍ୟପକ୍ଷରେ ଏମ୍‌. ଇରାସମସ୍‌ ନାମ୍ବିଆ, ସିପି ରିଗୁଆନ ୟୁଏଇ, ରିଚାର୍ଡ ବାରିଙ୍ଗଟନ ସ୍କଟ୍‌ଲାଣ୍ଡ, ଆଣ୍ଡ୍ର୍ୟୁ ବାଲବିରନି ଆୟର୍ଲାଣ୍ଡ ଦଳର ମଙ୍ଗ ସମ୍ଭାଳିବେ।
ଟି୨୦ ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ରେ ବ୍ୟାଟରମାନେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଆସୁଛନ୍ତି। ୨୦୧୨ ଏବଂ ୨୦୧୬ରେ ୱେଷ୍ଟଇଣ୍ଡିଜର ମାର୍ଲନ ସାମୁଏଲ୍ସ ୭୮ ଏବଂ ୮୫ ରନ୍‌ ଇନିଂସ ଖେଳି ୱେଷ୍ଟଇଣ୍ଡିଜକୁ ଚାମ୍ପିୟନ କରାଇଥିଲେ। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ୨୦୧୪ ଏବଂ ୨୦୧୬ ସଂସ୍କରଣରେ ପ୍ଲେୟର ଅଫ ଦି ଟୁର୍ନାମେଣ୍ଟ ହୋଇଥିବା ବେଳେ ତାଙ୍କର ସର୍ବାଧିକ ଆଭରେଜ୍‌ ୭୭ ରହିଛି। ଟି୨୦ ବିଶ୍ୱକପ୍‌ରେ ବିରାଟ ୧୦ଟି ଅର୍ଦ୍ଧଶତକ କରିଥିବା ବେଳେ ୨୦୧୪ରେ ସେ ସର୍ବାଧିକ ୩୧୪ ରନ୍‌ କରିଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ସମସ୍ତ ୭ଟି ଟି୨୦ ବିଶ୍ୱକପ୍‌ ଖେଳିଛନ୍ତି। ସେ ମୋଟ ୩୩ଟି ବିଶ୍ୱକପ୍‌ ମ୍ୟାଚ ଖେଳି ୮ ଅର୍ଦ୍ଧଶତକ ସହ ମୋଟ ୮୪୭ ରନ୍‌ କରିଛନ୍ତି। ବାଂଲାଦେଶ ଅଧିନାୟକ ଶକିବ ଅଲ୍‌ ହାସନ ୪୧ଟି ଉଇକେଟ ନେଇଛନ୍ତି ବିଶ୍ୱକପ୍‌ରେ। ଅଷ୍ଟ୍ରେଲିଆର ଭିନ୍ନ ପରିବେଶରେ ସେ ପୁନର୍ବାର ସଫଳତା ଦୋହରାଇବାର ଆଶା କରାଯାଏ। ଘରୋଇ ଟି୨୦ ସିରିଜ ଜିତି ଟିମ୍‌ ଇଣ୍ଡିଆର ମନୋବଳ ବୃଦ୍ଧି ପାଇଛି। ବିରାଟ କୋହଲି ଫର୍ମକୁ ଫେରିବା ଶୁଭ ସୂଚନା। ବ୍ୟାଟିଂ ସମସ୍ୟା ଆପାତତଃ ଦୂର ହୋଇଥିବାବେଳେ ପେସ୍‌ ବୋଲିଂରେ ଦୁର୍ବଳତା ପରିଲକ୍ଷିତ ହୋଇଛି। ଡେଥ୍‌ ଓଭରଗୁଡିକରେ ଆମର ପେସ୍‌ ବୋଲରମାନେ ବ୍ୟୟବହୁଳ ହେବା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ। ଭାରତ ଏହାର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ। ଅକ୍ଟୋବର ୨୩ରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଆଉ ଏକ ସୁନ୍ଦର ଏବଂ ରୋମାଞ୍ଚକର ବିଶ୍ୱକପ୍‌ ଅପେକ୍ଷାରେ ରହିଛନ୍ତି କ୍ରିକେଟପ୍ରେମୀ।


Enter your email to get our daily news in your inbox.

All Right Reserved By Dharitri.Com

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ: ଉପେନ୍ଦ୍ରଙ୍କ ନେବେ ସ୍ଥାନ

ନୂଆଦିଲ୍ଲୀ,୩୦।୬: କଶ୍ମୀରରେ ଆତଙ୍କବାଦୀଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ଜେନେରାଲ…

ଟଙ୍କା କାରବାରକୁ କେନ୍ଦ୍ର କରି ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ହାତ, ଗୋଡ଼କୁ ହାଣିଲେ….

ଭୁବନେଶ୍ୱର,୩୦।୬: ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରେ ଟଙ୍କା କାରବାରକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଉପରେ ମାରଣାନ୍ତକ ଆକ୍ରମଣ ଘଟିଛି। ମୂଳାପଡ଼ିଆ ନିକଟରେ କିଛି ଦୁର୍ବୃତ୍ତ ଧାରୁଆ…

କମ ହେବ ପେଟ୍ରୋଲ-ଡିଜେଲ ଦାମ? ଦୋହା ବୈଠକ ପୂର୍ବରୁ ଅଶୋଧିତ ତୈଳ ଦର ହ୍ରାସ ପାଇବ, ଜାଣନ୍ତୁ ନୂଆ ଦାମ୍‌

ନୂଆଦିଲ୍ଲୀ,୩୦।୬: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ଗ୍ରାହକମାନଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିପାରେ। ମଙ୍ଗଳବାର ତେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି, ଏବଂ ମାସ…

ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ବିନା ଭୁଲ୍‌ରେ ଛାତ୍ରଙ୍କୁ ଜୋରଦାର ଚାପୁଡା ମାରିଲେ ଶିକ୍ଷକ: ଆଉ ତା’ପରେ ଘଟିଲା…

ଅହମ୍ମଦାବାଦ,୩୦।୬:ଗୁଜରାଟର ଅହମ୍ମଦାବାଦରୁ ଶିକ୍ଷକ-ଛାତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକୋଲ ଅଞ୍ଚଳର ଏକ ସ୍କୁଲରେ ଜଣେ ଶିକ୍ଷକ ବିନା ଭୁଲ୍‌ରେ ଜଣେ…

ସ୍ନାନଯାତ୍ରା ପରେ ଜ୍ୱରରେ ପୀଡି଼ତ ମହାପ୍ରଭୁ; ଅଲାନାଥରେ ଚାଲିଛି ଦର୍ଶନ, ଜମୁଛି ଭକ୍ତଙ୍କ ଭିଡ଼

ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri