ବଣାଇ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ

ବଣାଇ, ୧୪।୧୦ (ସ୍ବ.ପ୍ର.):ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଅଞ୍ଚଳରେ ଦୀର୍ଘଦିନ ହେବ ଦୁଇଟି ଦନ୍ତା ତାଣ୍ଡବ ରଚି ଅନେକ ଫସଲ ନଷ୍ଟ କରିବା ସହ ବହୁ ଘର ଭାଙ୍ଗି ଆତଙ୍କ ଖେଳାଇ ଦେଇଛନ୍ତି। ମୁଖ୍ୟତଃ ହାତୀ ଦୁଇଟି ବଣାଇ ଓ କୁଳିପୋଷ ବନାଞ୍ଚଳରେ ଘୁରି ବୁଲୁଥିବା ବେଳେ ଏଭଳି ଘଟଣାକୁ ବନବିଭାଗ ହାଲୁକା ଭାବେ ଗ୍ରହଣ କରିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି l ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ବ୍ୟାପକ ଘର ଭାଙ୍ଗି ଥିବା ଏହି ଦୁଇ ହାତୀ ଏବେ କୁଳିପୋଷ ରେଞ୍ଜର ଶବରା ବନାଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ତାଣ୍ଡବ କରୁଥିବା ହାତୀଙ୍କ ପାଇଁ ଆତଙ୍କିତ ଅଞ୍ଚଳବାସୀ ଘଉଡାଇବା ପାଇଁ ଏବେ ଆକ୍ରମଣାତ୍ମକ ହୋଇ ପଡିଥିବା ଦେଖାଯାଇଛି। ଅତିଷ୍ଠ ହୋଇ ଏହି ହାତୀମାନଙ୍କୁ କିଏ ପଥର ମାରୁଛି ତ କିଏ ବର୍ଚ୍ଛା ଆଉ କେହି ବାଟୁଳିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏପରିକି ଏହି ହାତୀକୁ ଅନ୍ୟତ୍ର ନେବାକୁ ଦାବିକରି ବନ କର୍ମଚାରୀଙ୍କୁ ନିକଟ ଅତୀତରେ ଆକ୍ରମଣ ବି ହୋଇଥିଲା। ସେହିଭଳି ଗତ କିଛି ଦିନ ତଳେ ବାଙ୍କୀ ରେଞ୍ଜରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କିଛି ଲୋକ ଏକ ହାତୀକୁ ବର୍ଚ୍ଛା ଦ୍ୱାରା ମାରି ଗିରଫ ହୋଇଥିବା ନଜିର ରହିଛି। ବନବିଭାଗର ଅପାରଗତା ପାଇଁ ଏହି ଦୁଇଟି ହାତୀଙ୍କ ଜୀବନ ଏବେ ବିପଦରେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯଦି ଏଭଳି ଘଟଣାକୁ ଗୁରୁତ୍ୱ ନ ଦିଅନ୍ତି ତାହେଲେ ହାତୀଙ୍କ ଜୀବନ ପ୍ରତି ବିପଦ ଘନେଇ ଆସୁଛି। ଏପରିକି ପଥର ମାଡ, ବର୍ଚ୍ଛା ଆକ୍ରମଣରେ ହାତୀର କ୍ଷତଚିହ୍ନ ହୋଇଥିବା ଶୁଣିବାକୁ ମିଳିଛି। ଘଟଣା ସମ୍ପର୍କରେ ଯୋଗା ଯୋଗ କରିଥିଲେ ହେଁ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ l


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri