୪ ଜିଲାରେ ମିଳୁନି ପିଡିଏସ୍‌ ଗହମ, ରାଶନ ପାଇବାରୁ ବଞ୍ଚିତ ଅନ୍ୟ ଜିଲା

ଭୁବନେଶ୍ୱର,୧୧ା୫(ବ୍ୟୁରୋ)-ରାଜ୍ୟର ୪ ଜିଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗହମ ମିଳୁନାହିଁ। ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଜଟଣୀ ଗୋଦାମରୁ ଗତ ୪ ମାସ ହେବ ଗହମ ଉଠିପାରୁ ନାହିଁ। ଫଳରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକର କିଛି ଅଞ୍ଚଳକୁ ଗହମ ଯୋଗାଇ ଦିଆଯାଇପାରୁ ନାହିଁ। ସ୍ଥାନୀୟ ଟ୍ରକ୍‌ ମାଲିକମାନେ ଅନ୍ୟ ଟ୍ରକ୍‌ ଦ୍ୱାରା ମାଲ ପରିବହନକୁ ବିରୋଧ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ଏଣୁ ଏସବୁ ଜିଲାରେ ପିଡିଏସ୍‌ କାର୍ଡଧାରୀଙ୍କୁ କେବଳ ଚାଉଳ ଯୋଗାଇ ଦିଆଯାଉଛି। ଓ୍ବାନ ନେଶନ ଓ୍ବାନ ରାଶନରେ ଅନ୍ୟ ଜିଲାର ହିତାଧିକାରୀ ଏହି ଜିଲାଗୁଡ଼ିକରୁ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୁଧବାର କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି। ସମସ୍ୟାର ସମାଧାନ ପାଇଁ ଜଟଣୀ ପରିବର୍ତ୍ତେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲା ପାଇଁ ଜଗତପୁରସ୍ଥିତ ଗୋଦାମକୁ ଗହମ ଯୋଗାଇ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡିଏଚ୍‌ଏଚ୍‌କୁ ‘ମୋ ସରକାର’ ଟିମ୍‌ର ପରିଦର୍ଶନ: ତଦାରଖ କଲେ ସ୍ବାସ୍ଥ୍ୟସେବା

ଭୁବନେଶ୍ୱର, ୭ା୧(ବ୍ୟୁରୋ)‘ମୋ ସରକାର’ର ଟିମ୍‌ ସୋମବାର ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ଓ ରୋଗୀଙ୍କ ପ୍ରତିକ୍ରିୟା ନେବା ପାଇଁ...

୧ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ...

ଭଉଣୀ ହତ୍ୟାକାରୀକୁ ଆଜୀବନ: ଭିଣୋଇ ନିର୍ଦ୍ଦୋଶରେ ଖଲାସ

ଆନନ୍ଦପୁର,୨୫। ୯(ସ୍ବ.ପ୍ର.): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ବୁଧବାର ଏକ ହତ୍ୟା ଘଟଣାର ରାୟ ପ୍ରକାଶ କରି ଭିଣୋଇକୁ ନିର୍ଦ୍ଦୋଶରେ ଖଲାସ ଏବଂ...

୪୮ ଘଣ୍ଟା ପରେ ବି ପତ୍ତା ପାଉନି ପୋଲିସ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଶନିବାର ରାତିରେ ଜଣେ ଡେଲିଭରି ବୟଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସ୍ବାସ୍ଥ୍ୟକର୍ମୀ ତାଲିମ, ବ୍ୟାୟାମ, ଯୋଗ ଶିକ୍ଷା: ଗଞ୍ଜାମ ଜିଲା ପ୍ରଶାସନର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ ପ୍ରଦାନ କରାଯାଉଛି । କ୍ୱାରାଣ୍ଟାଇନ ଅବଧି ସରିବା ପରେ ଉକ୍ତ...

ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୧୭ା୨(ସ୍ବ.ପ୍ର.): ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଗୁରୁବାର ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତତିନି ଶେଷବର୍ଷ ଛାତ୍ରୀଛାତ୍ର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ପରେ...

ପୋଲିସକୁ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୭।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ଏକ ଜବତ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାରେ ମହିଳା କମିଶନ ଅଧ୍ୟକ୍ଷା...

ବିଜେପୁର ଆସନ ଛାଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୬(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ରବିବାର ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ଭାବେ ନିଜ ଇସ୍ତଫା ପତ୍ର ଓଡ଼ିଶା ବିଧାନସଭାର...

Advertisement
Archives

Model This Week