ଫୁଡ୍‌ ସବ୍‌ସିଡି: କେନ୍ଦ୍ର ଉପରେ ୧୪,୨୪୯.୦୭ କୋଟି ବାକି

ଭୁବନେଶ୍ୱର,୮ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଉପରେ ପ୍ରାୟ ୧୪,୨୪୯.୦୭ କୋଟି ଟଙ୍କା ଫୁଡ୍‌ ସବ୍‌ସିଡି ବାବଦ ଅର୍ଥ ବକେୟା ପଡ଼ିରହିଛି। ସେଥିରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ୩ ମାସର ବକେୟା ୫,୨୭.୩୬ କୋଟି ଟଙ୍କା ବକେୟା ରହିଥିବା ବେଳେ ଚତୁର୍ଥ ତ୍ରୈମାସିକ ଆଡ୍‌ଭାନ୍ସ ସବ୍‌ସିଡି ବାବଦରେ ୧୪୬୯.୭୮ କୋଟି ଟଙ୍କା ବକେୟା ପଡ଼ିରହିଛି। ତୁରନ୍ତ ବକେୟା ଅର୍ଥ ପ୍ରଦାନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଙ୍ଗଳବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି।
ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ଯୋଗାଣ ନିଗମ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ରେ ଚାଷୀଙ୍କଠାରୁ ଧାନ କିଣିବା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣ ଯୋଜନା ପାଇଁ ଖାଦ୍ୟଶସ୍ୟ ଯୋଗାଇ ଦେଉଛି। ଭାରତ ସରକାରଙ୍କ ଅନୁମୋଦିତ ଖାଦ୍ୟଶସ୍ୟ ସଂଗ୍ରହକାରୀ ସଂସ୍ଥା ଉପରେ କୌଣସି ଆର୍ଥିକ ବୋଝ ରହିବ ନାହିଁ ବୋଲି ବୁଝାମଣାପତ୍ରରେ ବ୍ୟବସ୍ଥା ରହିଛି। ପ୍ରତି ତ୍ରୈମାସିକର ପ୍ରଥମ ମାସରେ ୯୦ ପ୍ରତିଶତ ସବ୍‌ସିଡି ଅର୍ଥ ଆଗୁଆ ଆସିବା କଥା। ପ୍ରତି ୩ ମାସରେ ସବ୍‌ସିଡି ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇ ଆଡ୍‌ଭାନ୍ସ ଅର୍ଥରୁ ତାହାକୁ ହ୍ରାସ କରାଯାଇଥାଏ। ତେବେ ଓଡ଼ିଶାକୁ ଦିଆଯାଉଥିବା ଆଡ୍‌ଭାନ୍ସ ଓ ସବ୍‌ସିଡି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ କରାଯାଉଛି। ଏଠାରେ ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୬ ତାରିଖରେ କେନ୍ଦ୍ର ସରକାର ଚାଉଳ ଷ୍ଟକ୍‌ ତଦାରଖ କରିବାକୁ ଷ୍ଟାଣ୍ଡିଂ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) କାର୍ଯ୍ୟକାରୀ କରିଛନ୍ତି। ଏହା ଦ୍ୱାରା ୬ ସପ୍ତାହ ମଧ୍ୟରେ ଯୁଗ୍ମ ଟିମ୍‌ ଷ୍ଟକ୍‌ ଯାଞ୍ଚ କରିବା ପରେ ମିଲରମାନଙ୍କୁ ଷ୍ଟକ୍‌ ରିପ୍ଲେସମେଣ୍ଟ ସାର୍ଟିଫିକେଟ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ତେବେ ଏହି କାର୍ଯ୍ୟ ଡିଏଫ୍‌ପିଡି ଅଧିକାରୀଙ୍କ ଅବହେଳା ଯୋଗୁ ଅଯଥା ବିଳମ୍ବ ହେଉଛି। ଡିଏଫ୍‌ପିଡି ଅଧିକାରୀଙ୍କ ଦ୍ୱାରା ତଦାରଖ ବିଳମ୍ବକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅତନୁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହିତ ସବ୍‌ସିଡି ବାବଦ ବକେୟା ପଡ଼ିରହୁଥିବାରୁ ଯୋଗାଣ ନିଗମ ଉପରେ ଆର୍ଥିକ ଭାର ବଢ଼ି ଚାଲିଛି। ବକେୟା ରାଶି ତୁରନ୍ତ ପଇଠ କରିବାକୁ ଅତନୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri