ଫୁଡ୍‌ ସବ୍‌ସିଡି: କେନ୍ଦ୍ର ଉପରେ ୧୪,୨୪୯.୦୭ କୋଟି ବାକି

ଭୁବନେଶ୍ୱର,୮ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଉପରେ ପ୍ରାୟ ୧୪,୨୪୯.୦୭ କୋଟି ଟଙ୍କା ଫୁଡ୍‌ ସବ୍‌ସିଡି ବାବଦ ଅର୍ଥ ବକେୟା ପଡ଼ିରହିଛି। ସେଥିରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ୩ ମାସର ବକେୟା ୫,୨୭.୩୬ କୋଟି ଟଙ୍କା ବକେୟା ରହିଥିବା ବେଳେ ଚତୁର୍ଥ ତ୍ରୈମାସିକ ଆଡ୍‌ଭାନ୍ସ ସବ୍‌ସିଡି ବାବଦରେ ୧୪୬୯.୭୮ କୋଟି ଟଙ୍କା ବକେୟା ପଡ଼ିରହିଛି। ତୁରନ୍ତ ବକେୟା ଅର୍ଥ ପ୍ରଦାନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଙ୍ଗଳବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି।
ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ଯୋଗାଣ ନିଗମ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ରେ ଚାଷୀଙ୍କଠାରୁ ଧାନ କିଣିବା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣ ଯୋଜନା ପାଇଁ ଖାଦ୍ୟଶସ୍ୟ ଯୋଗାଇ ଦେଉଛି। ଭାରତ ସରକାରଙ୍କ ଅନୁମୋଦିତ ଖାଦ୍ୟଶସ୍ୟ ସଂଗ୍ରହକାରୀ ସଂସ୍ଥା ଉପରେ କୌଣସି ଆର୍ଥିକ ବୋଝ ରହିବ ନାହିଁ ବୋଲି ବୁଝାମଣାପତ୍ରରେ ବ୍ୟବସ୍ଥା ରହିଛି। ପ୍ରତି ତ୍ରୈମାସିକର ପ୍ରଥମ ମାସରେ ୯୦ ପ୍ରତିଶତ ସବ୍‌ସିଡି ଅର୍ଥ ଆଗୁଆ ଆସିବା କଥା। ପ୍ରତି ୩ ମାସରେ ସବ୍‌ସିଡି ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇ ଆଡ୍‌ଭାନ୍ସ ଅର୍ଥରୁ ତାହାକୁ ହ୍ରାସ କରାଯାଇଥାଏ। ତେବେ ଓଡ଼ିଶାକୁ ଦିଆଯାଉଥିବା ଆଡ୍‌ଭାନ୍ସ ଓ ସବ୍‌ସିଡି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ କରାଯାଉଛି। ଏଠାରେ ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୬ ତାରିଖରେ କେନ୍ଦ୍ର ସରକାର ଚାଉଳ ଷ୍ଟକ୍‌ ତଦାରଖ କରିବାକୁ ଷ୍ଟାଣ୍ଡିଂ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) କାର୍ଯ୍ୟକାରୀ କରିଛନ୍ତି। ଏହା ଦ୍ୱାରା ୬ ସପ୍ତାହ ମଧ୍ୟରେ ଯୁଗ୍ମ ଟିମ୍‌ ଷ୍ଟକ୍‌ ଯାଞ୍ଚ କରିବା ପରେ ମିଲରମାନଙ୍କୁ ଷ୍ଟକ୍‌ ରିପ୍ଲେସମେଣ୍ଟ ସାର୍ଟିଫିକେଟ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ତେବେ ଏହି କାର୍ଯ୍ୟ ଡିଏଫ୍‌ପିଡି ଅଧିକାରୀଙ୍କ ଅବହେଳା ଯୋଗୁ ଅଯଥା ବିଳମ୍ବ ହେଉଛି। ଡିଏଫ୍‌ପିଡି ଅଧିକାରୀଙ୍କ ଦ୍ୱାରା ତଦାରଖ ବିଳମ୍ବକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅତନୁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହିତ ସବ୍‌ସିଡି ବାବଦ ବକେୟା ପଡ଼ିରହୁଥିବାରୁ ଯୋଗାଣ ନିଗମ ଉପରେ ଆର୍ଥିକ ଭାର ବଢ଼ି ଚାଲିଛି। ବକେୟା ରାଶି ତୁରନ୍ତ ପଇଠ କରିବାକୁ ଅତନୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri