ଖାଦ୍ୟ ଅଭାବ, ଗାଁ ମୁହାଁ ବିଲୁଆ

ମହାକାଳପଡ଼ା,୩୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ)ଅସନ୍ତୁଳିତ ପରିବେଶ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଧ୍ୱଂସ, କିଆବୁଦା ହ୍ରାସ ସାଙ୍ଗକୁ ଖାଦ୍ୟାଭାବ ବିଲୁଆ ବଂଶ ପାଇଁ ବିପଦ ସାଜିଛି। ଖାଦ୍ୟାଭାବ କାରଣରୁ ଏବେ ବିଲୁଆ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଦିନ ଥିଲା, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ବହୁସଂଖ୍ୟାରେ ବିଲୁଆ ଦେଖିବାକୁ ମିଳୁଥିଲେ। ବିଶେଷକରି କିଆବୁଦା ମୂଳେ ନିରାପଦ ଓ ସୁରକ୍ଷିତ ଭାବେ ବିଲୁଆମାନେ ବଂଶ ବିସ୍ତାର କରିଆସୁଥିଲେ। କାଳକ୍ରମେ ପ୍ରାକୃତିକ ବିପର୍ଯ୍ୟୟ, ସାମୁଦ୍ରିକ ଝଡ଼, ଜଙ୍ଗଲ ଅବକ୍ଷୟ ହେଲା। ଜଙ୍ଗଲ ଧ୍ୱଂସ ଓ ପୋଡୁଚାଷ କରି କିଆବୁଦା ନଷ୍ଟ ହେବା ସହ ଉକ୍ତ ସ୍ଥାନରେ ଜନବସତି ଗଢ଼ି ଉଠିବା ଫଳରେ ବିଲୁଆ ବସା ଭାଙ୍ଗିଗଲା। ଖାଦ୍ୟାଭାବ ଯୋଗୁ ବହୁ ବିଲୁଆଙ୍କ ମୃତ୍ୟୁ ହେଲା। ଫଳରେ ସମୟ ଅନୁପାତରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲା। ୧୯୭୧ ମସିହାରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ବ୍ଲକର ବିଶେଷକରି ବଙ୍ଗୋପସାଗର ଉପକୂଳ ଜମ୍ବୁ ଓ ସୁନିତି ଅଞ୍ଚଳରେ ୩ ହଜାରରୁ ଅଧିକ ଲୋକଙ୍କ ସହ ବନ୍ୟ ଜୀବଜନ୍ତୁ ଓ ଗୃହପାଳିତ ପ୍ରାଣୀ, ଅନେକ ଦେଶୀୟ ପକ୍ଷୀଙ୍କ ଜୀବନ ଯାଇଥିଲା। ସାମୁଦ୍ରିକ ଝଡ଼ର ପରବର୍ତ୍ତୀ ସମୟରେ କୁଢ଼ କୁଢ଼ ମୃତଦେହ ପଡ଼ି ପଚି ଦୁଗନ୍ଧ ପରିବେଶ ସୃଷ୍ଟି ହେଲା। ବିଗିଡ଼ି ଯାଇଥିବା ସନ୍ତୁଳିତ ପରିବେଶକୁ ପୂର୍ବସ୍ଥିତିକୁ ଫେରିବାକୁ ହେଲେ ଏଣେତେଣେ ଗଦା ଗଦା ହୋଇ ପଡ଼ିଥିବା ମୃତଦେହକୁ ସଫା କରିବା ଆବଶ୍ୟକ ପଡ଼ିଥିଲା। ଏଥିରେ ବିଲୁଆ, ଶାଗୁଣାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ସେମାନଙ୍କ ମୃତଦେହ ପଡ଼ି ଦୁର୍ଗନ୍ଧ ହେବା ପରିବେଶ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତତ୍‌କାଳୀନ ରାଜନଗର ବିଧାୟକ ବିଜୁ ପଟ୍ଟନାୟକ ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ଦେଖିବାକୁ ଆସିଥିଲେ। ପ୍ରାଥମିକ ଦୃଷ୍ଟିରୁ ଭୋକିଲା ପେଟକୁ ଆହାର, ସ୍ବାସ୍ଥ୍ୟସେବା, ପାନୀୟଜଳ ଓ ଅନ୍ୟପଟେ ମୃତଦେହକୁ ସଫା କରିବା ପାଇଁ ଶାଗୁଣା, ବିଲୁଆଙ୍କ ଆବଶ୍ୟକ ପଡ଼ିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଖାଦ୍ୟ ଯୋଗାଇବା ସହ ଦୁର୍ଗନ୍ଧମୟ ପରିବେଶକୁ ସଫା କରିବାକୁ ଗଡ଼ଜାତ ଅଞ୍ଚଳରୁ ହଜାରରୁ ଅଧିକ ବିଲୁଆଙ୍କୁ ଟ୍ରକ୍‌ ଯୋଗେ ଆଣି ଏହି ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଛାଡ଼ିବାର ବ୍ୟବସ୍ଥା କରିଥିଲେ। ସେହିପରି ବିଲୁଆ ମୁଖ୍ୟ ଖାଦ୍ୟ ହିସାବରେ ମାଛ, କଙ୍କଡ଼ା, ଛୋଟ ଛୋଟ ଜୀବଜନ୍ତୁଙ୍କୁ ଶିକାର କରି ବଞ୍ଚୁଥିଲେ। ଅପରପକ୍ଷରେ ଗହୀର ବିଲ ଖାଲପାଟରେ ମିଳୁଥିବା ମାଛ, କଙ୍କଡ଼ା ଆଉ ପୂର୍ବପରି ମିଳୁନାହାନ୍ତି। ଫଳରେ ବିଲୁଆମାନେ ସଞ୍ଜ ନଇଁଲେ ଗଁା ମୁଣ୍ଡରେ ଥିବା ବଣବୁଦା ମୂଳେ ଛପିରହି କୁକୁଡ଼ା, ମେଣ୍ଢା, ଛେଳି ଆଦିକୁ ଆକ୍ରମଣ କରୁଥିବା ନଜରକୁ ଆସିଛି। ଏ ସଂକ୍ରାନ୍ତରେ ପରିବେଶପ୍ରେମୀ ସମରେନ୍ଦ୍ର ମାହାଳିଙ୍କ କହିବା କଥା, ପୂର୍ବଭଳି ଢେର୍‌ ସଂଖ୍ୟାରେ ବିଲୁଆଙ୍କ ସଂଖ୍ୟା ହ୍ରାସ ପାଇଛି। ବାସସ୍ଥାନ ଓ ଖାଦ୍ୟାଭାବ ଯୋଗୁ ଏମାନଙ୍କ ବଂଶ ଏବେ ବିପଦମୁହଁା ହୋଇଛି। ଏମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ପରିମାଣରେ କିଆ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେହିପରି ସାମାଜିକ କର୍ମୀ ସୁବାସ ସ୍ବାଇଁଙ୍କ କହିବା କଥା, ଆଗଭଳି ଆଉ ଗଁା ପାଖ ନଦୀକୂଳ କିଆବୁଦାମୂଳେ ସଞ୍ଜ ନଇଁଲେ ବିଲୁଆଙ୍କ ହୁକେ ହୋ ରଡ଼ି ଶୁଭୁନାହିଁ। ଗଁାର ପୁରୁଖା ଲୋକମାନେ କହିବା କଥା, ଅଣ୍ଡିରା ବିଲୁଆ ରାତିର ଚତୁର୍ଥ ପ୍ରହରରେ ଉପରମୁହଁା ହୋଇ ଭୁକିଲେ ଅଞ୍ଚଳ ପ୍ରତି ବିପଦର ସୂଚନା ବୋଲି କହିଛନ୍ତି। ପରିବେଶ ସନ୍ତୁଳନ କରିବାରେ ଏମାନଙ୍କର ମୁଖ୍ୟ ଭୂମିକା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?