ଖାଦ୍ୟ ହିଁ ପ୍ରାଣ ପୁଣି ପ୍ରାଣଘାତକ

ଖାଦ୍ୟ। ଶରୀର ପୋଷଣ ନିମନ୍ତେ ଅତି ଜରୁରୀ। ଖାଦ୍ୟ ଦ୍ୱାରା ଶରୀରରେ ଥିବା ଜୀବକୋଷ ପରିପାକ ହୋଇ ଶକ୍ତି ଉପତ୍ନ୍ନ କରେ। ଫଳରେ ଶରୀରର ଅଭିବୃଦ୍ଧି ଓ ବିକାଶ ହୋଇଥାଏ। ଏଣୁ ଖାଦ୍ୟକୁ ପ୍ରାଣ ବୋଲି କୁହାଯାଏ। ଯଦି ଏହି ପ୍ରାଣଦାୟୀ ଖାଦ୍ୟ ସଂକ୍ରମିତ ହୋଇଥାଏ, ତେବେ? ଖାଦ୍ୟ ମାଧ୍ୟମରେ କ୍ଷତିକାରକ ତତ୍ତ୍ୱସମୂହ ଶରୀର ମଧ୍ୟକୁ ପ୍ରବେଶ କରି ନକାରାତ୍ମକ କ୍ରିୟା କରିବ। ଫଳରେ ଖାଦ୍ୟ ଆଉ ପ୍ରାଣଦାୟୀ ହୋଇ ରହିପାରିବ ନାହିଁ? ବରଂ ପ୍ରାଣଘାତକ ସାବ୍ୟସ୍ତ ହେବ।
ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ ପ୍ରତିବର୍ଷ ବିଶ୍ୱର ପ୍ରତି ୧୦ ଜଣରେ ଜଣେ ଖାଦ୍ୟ ସଂକ୍ରମଣଜନିତ ରୋଗରେ ପୀଡ଼ିତ। ଏଥିସହ ବିଶ୍ୱର ପ୍ରାୟ ୨୦୦ରୁ ଅଧିକ ରୋଗ ଖାଦ୍ୟ ସଂକ୍ରମଣ ଯୋଗୁ ହିଁ ହୋଇଥାଏ। ବିଶେଷଜ୍ଞଙ୍କ ମତାନୁସାରେ ଓଡ଼ିଶାରେ ସାଧାରଣତଃ ଖାଦ୍ୟ ଓ ପାନୀୟ ସଂକ୍ରମଣ ଯୋଗୁ ଟାଇଫଏଡ୍‌ ଜ୍ୱର, ଜିଆଡ଼ିଆ, ହଇଜା, ଡିସେଣ୍ଟ୍ରି, ହେପାଟାଇଟିସ-ଏ, ସଲମୋନେଲା, ଇ. କୋଲାଇ ଆଦି ବହୁ ପ୍ରକାର ରୋଗ ଦେଖାଯାଇଥାଏ। ତିନି କାରଣରୁ ଖାଦ୍ୟ ହୁଏ ସଂକ୍ରମିତ। ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଉଛି ଜୈବିକ, ରାସାୟନିକ ଓ ବାହ୍ୟ ଉପାଦାନ ଖାଦ୍ୟରେ ମିଶିବା ଫଳରେ ସଂକ୍ରମଣ ହୋଇଥାଏ । ଅଧିକାଂଶ ଖାଦ୍ୟ ସଂକ୍ରମଣଜନିତ ରୋଗ ବିଶେଷକରି ଜୈବିକ କାରଣରୁ ହିଁ ହୋଇଥାଏ। ଯେମିତି କି ଖାଦ୍ୟରେ ରୋଗ ସୃଷ୍ଟିକାରୀ ବୀଜାଣୁ, ଭୂତାଣୁ, ବ୍ୟାକ୍ଟେରିଆ, ପ୍ରୋଟୋଜୋଆ, ପାରାସାଇଟ ଓ ଫଙ୍ଗସ୍‌ ଆଦି ରହିବା ଦ୍ୱାରା ବିଭିନ୍ନ ରୋଗର ସଂକ୍ରମଣ ହୋଇଥାଏ। ଖାଦ୍ୟ ସଂକ୍ରମଣଜନିତ ରୋଗ ସୃଷ୍ଟି କରୁଥିବା ଏକ ସାଧାରଣ ଭୂତାଣୁ ହେଉଛି ନୋରାଭାଇରସ୍‌। ଏହାର ସଂକ୍ରମଣ ଯୋଗୁ ପେଟ କାଟିବା, ହଜମରେ ସମସ୍ୟା ଆଦି ଦେଖାଯାଇଥାଏ। ଏହି ରୋଗକୁ ଆମେ ଷ୍ଟୋନମ୍ୟାନ ଫ୍ଲୁ କହିଥାଉ। ସଲମୋନେଲା ବ୍ୟାକ୍ଟେରିଆ ମଧ୍ୟ ଖାଦ୍ୟ ସଂକ୍ରମଣଜନିତ ରୋଗ ସୃଷ୍ଟି କରିଥାଏ। ବାନ୍ତି, ପେଟ କାମୁଡ଼ିବା, ଝାଡ଼ା, ଜ୍ୱର ଆଦି ବିଭିନ୍ନ ସମସ୍ୟା ଏହା ଯୋଗୁ ଦେଖାଯାଇଥାଏ।
ରାସାୟନିକ ଉପାୟରେ ଖାଦ୍ୟ ସଂକ୍ରମଣ ଅସାବଧାନତା କାରଣରୁ ହୋଇଥାଏ। କୀଟନାଶକ ବା କ୍ଲିନର ଆଦି ଫସଲରେ ପ୍ରୟୋଗ କରିବା ସମୟରେ ଏଥିରେ ଥିବା ରାସାୟନିକ ଦ୍ରବ୍ୟ ମଣିଷ ଶରୀରକୁ ଆସିଥାଏ। ଏଥିସହ ଖାଦ୍ୟକୁ ଅଧିକ ଧଳା ଦେଖାଇବା ପାଇଁ ବ୍ଲିଚିଂ କରାଯାଉଥିବା ବେଳେ ଏହା ମଧ୍ୟ ଖାଦ୍ୟ ସଂକ୍ରମଣର କାରଣ ହୁଏ। ଜଳ ଦ୍ୱାରା ସଂକ୍ରମିତ ଡାଇରିଆ ଅପେକ୍ଷା ହେପାଟାଇଟିସ-ଏ ଓ ଇ ଅଧିକ ମାରାତ୍ମକ। ଏହା ଜଣ୍ଡିସ କରାଇବା ସହ ରୋଗୀର ମୃତ୍ୟୁର କାରଣ ବି ହୋଇଥାଏ। ଓଡ଼ିଶାରେ ଦେଖାଯାଉଥିବା ଆଉ ଏକ ସାଧାରଣ ଜଳବାହୀ ରୋଗ ହେଉଛି ଏଚ୍‌ ପାଇଲୋରି ଗ୍ୟାଷ୍ଟ୍ରିଟିସ୍‌। ବିଶ୍ୱ ଜନସଂଖ୍ୟାର ୫୦% ଏହି ରୋଗରେ ପୀଡ଼ିତ। ସପ୍ତାହକୁ ଆସୁଥିବା ୪୦ ଜଣରେ ଜଣେ ରୋଗୀ ହେପାଟାଇଟିସ-ଏରେ ଆକ୍ରାନ୍ତ ହୋଇଥିବା ଦେଖାଯାଉଛି। ଖାଦ୍ୟ ସଂକ୍ରମଣ ଦୁଇଟି ଉପାୟରେ ହୁଏ। ଗୋଟିଏ ହେଉଛି ଦୁର୍ଘଟଣାବଶତଃ ହେଉଥିବା ଖାଦ୍ୟ ସଂକ୍ରମଣ ଓ ଅନ୍ୟଟି ଜାଣିଶୁଣି ହେଉଥିବା ଖାଦ୍ୟ ସଂକ୍ରମଣ। ଘରେ ଖାଦ୍ୟ ଥୁଆ ହୋଇଥିବା ସମୟରେ ମୂଷା ଚାଲିଯିବା, କିଛି ପଡ଼ିଯିବା ବା ଖାଦ୍ୟ ଖରାପ ହୋଇଯିବା ପରେ ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ। ସେହିଭଳି ଖାଦ୍ୟରେ ବ୍ୟବହାର ହେଉଥିବା ରସାୟନ ଯୋଗୁ ବି ଦେହ ଖରାପ ହୋଇଥାଏ। ଏସବୁକୁ ତ ସତର୍କ ହୋଇ ମୁକାବିଲା କରାଯାଇପାରେ। କିନ୍ତୁ ଜାଣିଶୁଣି କରାଯାଉଥିବା ଖାଦ୍ୟ ସଂକ୍ରମଣକୁ ନିୟନ୍ତ୍ରିତ କରିବା ଆମ ଦାୟିତ୍ୱ। କ୍ଷୀର, ତେଲ, ମସଲା ଗୁଣ୍ଡ, ହଳଦୀ, ଲଙ୍କା, ଗୋଲମରିଚ ଗୁଣ୍ଡ ଆଦିରେ ବିଭିନ୍ନ ପ୍ରକାର ଅପମିଶ୍ରଣ କରାଯାଇ ବଜାରକୁ ଛଡ଼ାଯାଉଛି। ଫଳକୁ ଚିକ୍‌ଚିକ୍‌ ଦେଖାଇବା ପାଇଁ ରସାୟନ ସିଞ୍ଚନ କରାଯାଉଛି, ଯେଉଁଥିରେ ସୀସା ଓ ଆର୍ସେନେଡ ରହିଛି। ଏହା ସ୍ନାୟୁ, ମସ୍ତିଷ୍କ ଓ ଶରୀରର ସ୍କେଲେଟାଲ ସିଷ୍ଟମ ପାଇଁ ଖରାପ ହୋଇଥାଏ। ମୁଣ୍ଡ ଝାଇଁ ଝାଇଁ ଲାଗିବା, ପକ୍ଷାଘାତ ରୋଗ, ମାଂସପେଶୀରେ ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଇଥାଏ। କିଛି କିଛି ଅଞ୍ଚଳର ପାଣିରେ ଫ୍ଲୋରାଇଡ଼ ପରିମାଣ ଅଧିକ ଥାଏ। ଏହାର ସ୍ତରକୁ ନିୟମିତ ପରୀକ୍ଷା କରିବା ଉଚିତ। ଖାଦ୍ୟ ଅଧିକ ସମୟ ରହିଲେ ଏଥିରେ କାମ୍ପାଇଲୋବ୍ୟାକ୍ଟେର, ସାଲମୋନେଲା ଓ ସିଗେଲା ଆଦି ଜୀବାଣୁ ବଢ଼ି ମଣିଷ ଶରୀରରେ ଫୁଡ୍‌ପଏଜନିଂ କରାଇଥାଏ।

ଡା. ପ୍ରଫୁଲ୍ଲ କୁମାର ଦାସ
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri