Posted inଜାତୀୟ

ଶବ୍ଦ ପ୍ରଦୂଷଣ ନିୟମ ପାଳନ କର

ବେଙ୍ଗାଲୁରୁ,୭।୪(ପି.ଟି.): ମସ୍‌ଜିଦରେ ଡାକବାଜି ଯନ୍ତ୍ରର ଉତ୍କଟ ଶବ୍ଦକୁ ବିରୋଧ କରି କେତେକ ହିନ୍ଦୁ ସଂଗଠନ ଏହାକୁ ବନ୍ଦ କରିବା ଲାଗି ଦାବି କରିଥିଲେ। ଅନୁମୋଦିତ ଡେସିବେଲ୍‌ ସ୍ତରରେ ଡାକବାଜି ଯନ୍ତ୍ରର ଶବ୍ଦକୁ ସୀମିତ ରଖିବା ଲାଗି କର୍ନାଟକର ମସ୍‌ଜିଦଗୁଡ଼ିକୁ ପୋଲିସ ନୋଟିସ ପଠାଇଛି।
ମସ୍‌ଜିଦଗୁଡ଼ିକରୁ ଅତି ଉଚ୍ଚ ଶବ୍ଦରେ ଆଜାନ ପଢ଼ାଯାଉଥିବାରୁ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅତିଷ୍ଠ ହୋଇପଡ଼ିଲେଣି। କେତେକ ମସ୍‌ଜିଦ ନିକଟରେ ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି। ଡାକବାଜି ଯନ୍ତ୍ର ବନ୍ଦ କରିବା ଲାଗି କେତେକ ହିନ୍ଦୁ ସଂଗଠନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା। କେବଳ ବେଙ୍ଗାଲୁରୁରେ ପ୍ରାୟ ୨୫୦ ମସ୍‌ଜିଦ ରହିଛି। ନୋଟିସ ପାଇବା ପରେ ମସ୍‌ଜିଦ କର୍ତ୍ତୃପକ୍ଷ ଶବ୍ଦକୁ ନିର୍ଦ୍ଦିଷ୍ଟ ସ୍ତର ମଧ୍ୟରେ ସୀମିତ ରଖିବା ଲାଗି ଉପକରଣ ଲଗାଇବା ଆରମ୍ଭ କରିଛନ୍ତି। ଧର୍ମୀୟ ସଂଗଠନ, ପବ୍‌, ନାଇଟ୍‌ କ୍ଲବ ଓ ଅନ୍ୟ ଅନୁଷ୍ଠାନ ତଥା ବିଭିନ୍ନ ଉତ୍ସବରେ ଶବ୍ଦ ପ୍ରଦୂଷଣ ନିୟମ ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରିବା ଲାଗି କର୍ନାଟକ ପୋଲିସ ମହାନିର୍ଦ୍ଦେଶକ ପ୍ରବୀଣ ସୁଦ୍‌ ସମସ୍ତ ପୋଲିସ କମିଶନର, ଆଇଜି ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମସ୍‌ଜିଦରେ ଡାକବାଜି ଯନ୍ତ୍ରର ଅପବ୍ୟବହାର ରୋକିବା ଲାଗି ମଙ୍ଗଳବାର ବିଭିନ୍ନ ଥାନାକୁ ସ୍ମାରକପତ୍ର ଦିଆଯାଇଥିଲା। ଡିଜିପିଙ୍କ ନିର୍ଦ୍ଦେଶ ପରେ ବେଙ୍ଗାଲୁରୁ ପୋଲିସ ବିଭିନ୍ନ ମସ୍‌ଜିଦକୁ ନୋଟିସ ଜାରି କରିଛି। ଡାକବାଜି ଯନ୍ତ୍ର ଶବ୍ଦକୁ ନିୟନ୍ତ୍ରଣ କରିବା ଲାଗି ଉପକରଣ ଲଗାଯାଉଛି ବୋଲି ବେଙ୍ଗାଲୁରୁ ଜାମା ମସ୍‌ଜିଦର ଖାତିମ୍‌-ଓ-ଇମାମ ମକ୍‌ସୁଦ୍‌ ଇମ୍ରାନ୍‌ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri