‘ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଅ’

ଭୁବନେଶ୍ୱର,୧୮।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ପରିପେକ୍ଷୀରେ ସୋମବାର ବିଭିନ୍ନ ଜିଲା ଲାଗି ନିଯୁକ୍ତ ନିର୍ବାଚନ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପ୍ରତି କୋଭିଡ୍‌ ପରିସ୍ଥିତିରେ ଏକ ସୁରକ୍ଷିତ, ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି।
ନିର୍ବାଚନ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ଆଖି ଓ କାନ ଭାବେ ସମ୍ପୂର୍ଣ୍ଣ ରାଜ୍ୟରେ ତୀକ୍ଷ୍ମ ନଜର ରଖିବେ। ଏହାସହ ନିୟମିତ ଅନ୍ତରରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଜିଲାରେ ନିର୍ବାଚନ ଆଚରଣ ବିଧିର ଠିକ୍‌ ପାଳନ ହେଉଛି କି ନାହିଁ ସେନେଇ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ରଖିବେ। ଚଳିତ ନିର୍ବାଚନରେ ଯେକୌଣସି ପ୍ରକାର ରାଲିକୁ ନିଷେଧ କରାଯାଇଥିବାବେଳେ ଏଥିପ୍ରତି ପର୍ଯ୍ୟବେକ୍ଷକମାନେ ସଜାଗ ରହିବେ। ଚଳିତ ନିର୍ବାଚନରେ ଭୋଟ ଗଣତି ବୁଥ୍‌ ବଦଳରେ ବ୍ଲକ୍‌ ମୁଖ୍ୟାଳୟରେ ହେବ। ନିର୍ବାଚନ କମିଶନର ଏବଂ ଜିଲା ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବାକୁ କମିଶନର ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ସିଟିଇଟି ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ମଙ୍ଗଳବାର ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ୨୦୧୯ର ଫଳ ପ୍ରକାଶ ପାଇଛି। ଜୁଲାଇ ୭...

ପୁଅ ଅଜିତଙ୍କ ପଛରେ ଚାଲିଗଲେ ମା’

ପୁରୀ ଅଫିସ,୧୭।୪: ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ଦିନ କେଇଟା...

‘ଓଡ଼ିଶାର ଅଭିବୃଦ୍ଧିରେ ଅଂଶୀଦାର ହୁଅ’

ଭୁବନେଶ୍ୱର, ୧୮ା୧୦(ବ୍ୟୁରୋ):ଓଡ଼ିଶା ଆସ, ପୁଞ୍ଜିନବେଶ କର। ଓଡ଼ିଶାର ନୂତନ ଶିଳ୍ପ ଯୁଗରେ ଆମର ଅଂଶୀଦାର ହୁଅ। ଏଠାରେ ରହିଛି ପ୍ରଚୁର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ...

ହସ୍ତଶିଳ୍ପ ତାଲିକାଭୁକ୍ତ ହେଲା ଜନଜାତି ଚିତ୍ରକଳା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପୂର୍ବରୁ ହସ୍ତ ଶିଳ୍ପକ୍ଷେତ୍ରରେ ସମୁଦାୟ ୫୦ଟି କ୍ରାଫ୍ଟ ବା ହସ୍ତଶିଳ୍ପକୁ ଅନୁମୋଦିତ ହସ୍ତଶିଳ୍ପରେ ତାଲିକାଭୁକ୍ତ କରାଯାଇଥିଲା...

ଭିଜିଲାନ୍ସ ହାତରେ ଢିପିସାହି ସମବାୟ ସମିତି ସମ୍ପାଦକ

ନୟାଗଡ ଅଫିସ,୨୮।୫-ବିହନ ଦେବା ପାଇଁ ଜଣେ ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ନୟାଗଡ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢିପିସାହି ସମବାୟ ସମିତି...

ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୪୨କୋଟି

ଭୁବନେଶ୍ୱର,୨।୬(ବ୍ୟୁରୋ): ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ପ୍ରଥମ...

୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା ଅଫିସ,୧୪ା୧୧: ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼ ସୀମାନ୍ତରେ ଦୀର୍ଘଦିନ ଧରି ପିଏଲ୍‌ଏଫ୍‌ଆଇ ନଁ।ରେ ଆତଙ୍କ ସୃଷ୍ଟି କରୁଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାଉରକେଲା ପୋଲିସ...

ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ ନିରଞ୍ଜନ, କହିଲେ ଆମେ ଅହିଂସା ନୀତିରେ ବିଶ୍ୱାସ କରୁ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ପ୍ରଦୀପ ମାଝିଙ୍କ ମନ୍ତବ୍ୟରେ ମୁଁ ଦୁଃଖିତ। ସେ ଭାବବିହ୍ବଳ ହୋଇ ଏଭଳି କଥା କହିଛନ୍ତି। ପିସିସି ସଭାପତି ଭାବେ ମୁଁ ଏଥିରେ ଦୁଃଖ ପ୍ରକାଶ...

Advertisement
Archives

Model This Week