FM ଛାତ୍ରୀ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ସୁରାକ୍‌! ଖିଅ ଏଇଠି…

ଭୁବନେଶ୍ୱର,୨୨।୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାର ତଦନ୍ତ ଜାରି ରହିଛି। ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ରବିବାର ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ତଦନ୍ତକୁ ୬ ଦିନ ପୂରିଥିବାବେଳେ କ୍ରାଇମବ୍ରାଞ୍ଚ ହାତରେ ବଡ଼ ତଥ୍ୟ ଲାଗିଛି। କଲେଜର ଛାତ୍ରୀଛାତ୍ରଙ୍କୁ ଓ୍ବାନ ଟୁ ଓ୍ବାନ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ତା ସହିତ ସେମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। କ୍ରାଇମବ୍ରାଞ୍ଚ ହାତରେ କେଉଁଠି ନା କେଉଁଠି ବଡ଼ ତଥ୍ୟ ଲାଗିଛି। ତା’ ସହିତ ତଦନ୍ତ ମଧ୍ୟ ଚାଲିଛି। ସେପଟେ କ୍ରାଇମବ୍ରାଞ୍ଚ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ, କିଛି କର୍ମଚାରୀଙ୍କୁ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚ ଅନୁସାରେ, ବହୁତ ତଥ୍ୟ ଲାଗିଛି। ତଦନ୍ତ ଯେହେତୁ ଚାଲିଛି, ତଦନ୍ତରେ ବାଧା ଉପୁଜିବା ଆଶଙ୍କା ନେଇ ଏବେ କିଛି କହିହେବନାହିଁ ବୋଲି କହିଛି କ୍ରାଇମବ୍ରାଞ୍ଚ।

ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ରବିବାର ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀଜଣକ ଆତ୍ମାହୁତି ଦେଇଥିବା ସ୍ଥାନ ବୁଲି ଦେଖିଥିଲେ। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ କଥା ହୋଇ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ICC ରିପୋର୍ଟରେ ସାଂଘାତିକ ଖୁଲାସା ହୋଇଛି। ଯାହା ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଦାୟୀ କରାଯାଇଛି । ରିପୋର୍ଟରେ ସମୀର ସାହୁଙ୍କୁ କ୍ଲିନଚିଟ ଦିଆଯାଇଛି। ପୀଡିତା କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଆଇସିସି କହିଛି। ଏହି ରିପୋର୍ଟକୁ ଦେଖିଲେ ଜଣାପଡୁଛି, ପୂରା କଲେଜ ଗୋଟିଏ ପଟେ ଅନ୍ୟପଟେ ଏକା ହୋଇ ଯାଇଥିଲେ ଛାତ୍ରୀ। ଫେବର ମାଗିବା କଥା ନେଇ ପୀଡିତା ଛାତ୍ରୀ ଅଭିଯୋଗ କରିଥିଲେ। ଯାହା ପରେ ଆଇସିସି କମିଟି ଗଠନ କରାଯାଇ ତଦନ୍ତ କରିଥିଲା।

ତଦନ୍ତ କରି ଏହି ରିପୋର୍ଟ ଦେଇଥିଲା ଆଇସିସି। ପଢନ୍ତୁ…

-ପୀଡ଼ିତାଙ୍କୁ ଫେଭର ମାଗିବା କଥା, କୌଣସି ବୟାନ ବା ଦୃଷ୍ଟିକୋଣରୁ ସାବ୍ୟସ୍ତ ହୋଇନାହିଁ।
-ଏହି ଘଟଣା ପରେ ମଧ୍ୟ ପୀଡ଼ିତା ସମୀର ସାରଙ୍କ ପାଖକୁ ନୋଟ ଆଣିବାକୁ ଯାଇଛନ୍ତି ଓ ଆଦୌ ଅସୁରକ୍ଷିତ ମନେ କରିନାହାଁନ୍ତି ।
-ମେସରେ ଥିବା ବେଳେ ରାତି ୧୦ରେ କାହା ସହ କଥା ହୋଇ ଜୋରରେ କାନ୍ଦନ୍ତି ଓ ଅନ୍ୟ ଅନ୍ତେବାସୀଙ୍କୁ ଅସୁବିଧାରେ ପକାନ୍ତି ।
-ସେ ଦିନ ୨ଟା ବେଳେ ବିଛଣାରୁ ଉଠନ୍ତି, ତେଣୁ କ୍ଲାସ କରିପାରନ୍ତି ନାହିଁ ।
-ବିଭାଗୀୟ ମୁଖ୍ୟଙ୍କୁ ଦରଖାସ୍ତ ନଦେଇ କ୍ଲାସରୁ ଅନୁପସ୍ଥିତ ରୁହନ୍ତି, ତେଣୁ ଉପସ୍ଥାନ କମ ରୁହେ ।
-ନିର୍ଯାତନା ନେଇ ପ୍ରମାଣ କମିଟିର ହସ୍ତଗତ ହୋଇନାହିଁ, ତେଣୁ ଏହା ଭିତ୍ତିହୀନ


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?