ଫ୍ଲୋରାଲ୍‌ ବ୍ଲାଉଜ୍‌ ଫ୍ୟାଶନ

ଫ୍ଲୋରାଲ୍‌ ପ୍ରିଣ୍ଟର ଫ୍ୟାଶନ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ଏହି ପ୍ରିଣ୍ଟ ରିଫ୍ରେଶିଂ ଲୁକ୍‌ ଦେଇଥାଏ। କେବଳ ଓ୍ବେଷ୍ଟର୍ନ ନୁହେଁ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ରେ ମଧ୍ୟ ଫ୍ଲୋରାଲ୍‌ ପ୍ରିଣ୍ଟ ଖୁବ୍‌ ସୁନ୍ଦର ଲାଗେ। ଏପରିକି ଫ୍ଲୋରାଲ୍‌ ପ୍ରିଣ୍ଟବାଲା ବ୍ଲାଉଜ୍‌ର ବି ଭଲ ଡିମାଣ୍ଡ ରହିଥାଏ ମହିଳାଙ୍କ ଗହଣରେ। ସେଥିପାଇଁ ଏହି ପାର୍ଟନ ବ୍ଲାଉଜ୍‌ର ଅନେକ ଡିଜାଇନ୍‌ ଆସିଥାଏ, ଯାହା ସାଧାରଣ ଶାଢିକୁ ବି ନୂଆ ଲୁକ୍‌ ଦେଇଥାଏ। ସେମିତି କେତୋଟି ଟ୍ରେଣ୍ଡି ଫ୍ଲୋରାଲ୍‌ ବ୍ଲାଉଜ୍‌ ଡିଜାଇନ୍‌ ସମ୍ପର୍କରେ…

ଫ୍ଲୋରାଲ୍‌ ଅନ୍‌ ଫ୍ଲୋରାଲ୍‌: କେବଳ ଯେ ପ୍ଲେନ୍‌ ଶାଢି ସହ ଫ୍ଲୋରାଲ୍‌ ଡିଜାଇନ୍‌ ବ୍ଲାଉଜ୍‌ ପିନ୍ଧିହେବ ତାହା ନୁହେଁ, ଫ୍ଲୋରାଲ୍‌ ପ୍ରିଣ୍ଟ ଶାଢି ସହ ବି ଏହାକୁ ପେୟାର୍‌ କରିହେବ। ଲାଇଟ୍‌ କଲର୍‌ର ଫ୍ଲୋରାଲ୍‌ ଶାଢି ସହ ଫ୍ଲୋରାଲ୍‌ ବ୍ଲାଉଜ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଡିଜାଇନର୍‌ ଫ୍ଲୋରାଲ୍‌ ବ୍ଲାଉଜ୍‌: ଯଦି ଆପଣଙ୍କର ହେଭି ଲୁକ୍‌ ପସନ୍ଦ, ତା’ହେଲେ ଏହି ପାର୍ଟନର ଫ୍ଲୋରଲ୍‌ ବ୍ଲାଉଜ୍‌ ଟ୍ରାଏ କରନ୍ତୁ। ଏହି ବ୍ଲାଉଜର କାନ୍ଧରେ ଏବଂ ବେକରେ ଖୁବ୍‌ ସୁନ୍ଦର ସୁନ୍ଦର ଫ୍ଲୋରାଲ୍‌ ଡିଜାଇନ୍‌ ହୋଇଥାଏ, ଯାହା ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ।

ଫୁଲ୍‌ ସ୍ଲିଭ୍‌ ଫ୍ଲୋରାଲ୍‌ ବ୍ଲାଉଜ୍‌: ପ୍ଲେନ୍‌ ଶାଢି ସହ ଏହି ପାର୍ଟନର୍‌ ବ୍ଲାଉଜ୍‌ ପେୟାର୍‌ କରି ପିନ୍ଧିଲେ ଲୁକ୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ତେବେ ଏହି ବ୍ଲାଉଜ୍‌ ପିନ୍ଧିଲାବେଳେ ବେକରେ ନେକ୍‌ପିସ୍‌ ନ ପିନ୍ଧି କେବଳ ଷ୍ଟେଟମେଣ୍ଟ ଇୟର ରିଂ ପିନ୍ଧିଲେ ବି ଲୁକ୍‌କୁ ଭଲ ମାନିଥାଏ।

ଜିପ୍‌ ଡିଜାଇନ୍‌ ଫ୍ଲୋରାଲ୍‌ ବ୍ଲାଉଜ୍‌: ଏହି ପାର୍ଟନ ବ୍ଲାଉଜ୍‌ର ସ୍ଲିଭ୍‌ ଖୁବ୍‌ ସରୁ ରହିବା ସହ ଏହାର ପଛପଟେ ଜିପ୍‌ ଲାଗିଥାଏ। କେହି କେହି ଆଗପଟେ ବି ଜିପ୍‌ ଲଗାଇବାକୁ ପସନ୍ଦ କରିଥାନ୍ତି। ତେବେ ସେ ଯାହା ବି ହେଉ ଖାସ୍‌କରି ପ୍ଲେନ୍‌ ଶାଢି ସହ ଏହି ବ୍ଲାଉଜ୍‌ ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ।

କୋର୍ସେଟ୍‌ ଷ୍ଟାଇଲ୍‌ ଫ୍ଲୋରାଲ୍‌ ବ୍ଲାଉଜ୍‌: ଏହି ଷ୍ଟାଇଲ୍‌ର ବ୍ଲାଉଜ୍‌କୁ ବାହାଘର ଭଳି ବିଶେଷ ଦିନମାନଙ୍କରେ ପିନ୍ଧିଲେ ଯେ କେହି ବି ସେଣ୍ଟର ଅଫ୍‌ ଆଟ୍ରାକ୍‌ସନ୍‌ ଦେଖାଯାଇପାରିବେ ଏଥିରେ ସନ୍ଦେହ ନାହିଁ। ଖାସ୍‌କରି ସର୍ଟ ସ୍ଲିଭ୍‌ କିମ୍ବା ସ୍ଲିଭ୍‌ ଲେସ୍‌ ଷ୍ଟାଇଲ୍‌ରେ ଆସୁଥିବା ଏହି ବ୍ଲାଉଜ୍‌ର ଲମ୍ବା ପ୍ରାୟତଃ ଅଣ୍ଟା ପର୍ଯ୍ୟନ୍ତ ରହିଥାଏ।

ପର୍ଲ ବର୍ଡର ଫ୍ଲୋରାଲ୍‌ ବ୍ଲାଉଜ୍‌: ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ଚାହୁଁଥିଲେ ସିମ୍ପଲ ଫ୍ଲୋରାଲ୍‌ ଡିଜାଇନ୍‌ ବ୍ଲାଉଜ୍‌ର ବର୍ଡରମାନଙ୍କରେ ପର୍ଲ ଲଗାଇପାରିବେ। ଏହା ମହିଳାମାନଙ୍କୁ କ୍ଲାସି ଲୁକ୍‌ ଦେଇଥାଏ। ଏହା ସହିତ ମ୍ୟାଚିଂ କରି ପିନ୍ଧିବା ପାଇଁ ଆପଣ ଚାହିଁଲେ ଶାଢିରେ ମଧ୍ୟ ପର୍ଲ ଲଗାଇପାରିବେ।

ବୋଟ୍‌ ନେକ୍‌ ଫ୍ଲୋରାଲ୍‌ ବ୍ଲାଉଜ୍‌: ଏହା ହେଉଛି ଏବେକାର ଲାଟେଷ୍ଟ ଷ୍ଟାଇଲ୍‌ର ବ୍ଲାଉଜ୍‌। ଏହାକୁ ଉଭୟ ପ୍ରିଣ୍ଟେଡ୍‌ ହେଉ ଅବା ଡିଜାଇନର୍‌ ଶାଢି ସହ ପେୟାର କରି ପିନ୍ଧାଯାଇପାରେ। ଦେହରେ ଭଲ ଫିଟିଙ୍ଗ୍‌ ହୋଇ ରହିବା ପାଇଁ ଏହି ବ୍ଲାଉଜ୍‌ର ଆଗପଟ ହେଉ ଅବା ପଛପଟେ ଏବେ ଚେନ୍‌ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri