ବ୍ରାଜିଲରେ ବନ୍ୟା, ଭୂସ୍ଖଳନ: ଶତାଧିକ ମୃତ

ପେଟ୍ରୋପୋଲିସ,୧୮।୨:ବ୍ରାଜିଲର ପେଟ୍ରୋପୋଲିସ ସହରରେ ପ୍ରବଳ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ରିଓ ଡି ଜେନିରୋ ଉତ୍ତରରେ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏହି ସହରରେ ପ୍ରବଳ ବର୍ଷା ଲାଗିରହିବା ଫଳରେ ଶହ ଶହ ଘର ଭାଙ୍ଗିଯାଇଛି। ବନ୍ୟାପାଣି ସ୍ରୋତରେ କାର୍‌ଗୁଡ଼ିକ ଭାସିଯାଇଛି। ଭୂସ୍ଖଳନ ଯୋଗୁ କାଦୁଅ ତଳେ ଅନେକ ଲୋକ ନିଖୋଜ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁବାର ଅପରାହ୍ନ ସୁଦ୍ଧା ୨୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ୯୪ ଜଣଙ୍କ ମୃତ୍ୟୁ ଘଟିଥିବା ବ୍ରାଜିଲ ନ୍ୟାଶନାଲ ସିଭିଲ ଡିଫେନ୍ସ ପକ୍ଷରୁ କୁହାଯାଇଛି। ଆହୁରି ୩୫ ଜଣ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରୁ ଉକ୍ତ ଅଞ୍ଚଳରେ ଅନେକ ଘର କାଦୁଅରେ ପୋତି ହୋଇପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।
ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ ପ୍ରାୟ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। କାରଗୁଡ଼ିକ ଖୁଣ୍ଟରେ ଝୁଲୁଥିବା ଦେଖାଯାଇଛି। ଅନେକ ଅଞ୍ଚଳରେ କାଦୁଅ ମାଡ଼ିଯାଇଛି ବୋଲି ରିଓ ଡି ଜେନିରୋ ଗଭର୍ନର କ୍ଲାଉଡିଓ କାଷ୍ଟ୍ରୋ କହିଛନ୍ତି। ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ପେଟ୍ରୋପୋଲିସ ଏକ ପର୍ଯ୍ୟଟନ କ୍ଷେତ୍ର। ଊନ୍ନବିଂଶ ଶତାବ୍ଦୀରେ ଏହା ବ୍ରାଜିଲ୍‌ ରାଜପ୍ରାସାଦକୁ ଗ୍ରୀଷ୍ମକାଳୀନ ଦ୍ୱାରଦେଶ ଭାବେ ବ୍ୟବହାର କରାଯାଉଥିଲା। ତେବେ ମାତ୍ର ୩ ଘଣ୍ଟାର ବର୍ଷା ସେଠାରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଭୂସ୍ଖଳନରେ ୮୦ ଘର ଧ୍ୱଂସ ହୋଇଯାଇଛି। ବର୍ଷାଜଳ ପ୍ରବଳ ବେଗରେ ମାଡ଼ିଆସିଥିଲା। କୋଭିଡ୍‌ ମହାମାରୀରେ ଜୀବନ ଦୁର୍ବିଷହ ହୋଇପଡ଼ିଥିବାବେଳେ ଏହି ବନ୍ୟା ବିପର୍ଯ୍ୟୟ ଦୁଃଖକୁ ଆହୁରି ବଢ଼ାଇ ଦେଇଛି ବୋଲି ଜଣେ ସ୍ଥାନୀୟ ଦୋକାନୀ କହିଛନ୍ତି। ଘରଦ୍ୱାର ହରାଇଥିବା ୩୦୦ରୁ ଊର୍ଦ୍ଧ୍ୱ ବିପନ୍ନଙ୍କୁ ବିଭିନ୍ନ ସ୍କୁଲ୍‌ ଓ ଆଶ୍ରୟ ସ୍ଥଳରେ ରଖାଯାଇଛି। ଦାତବ୍ୟ ଅନୁଷ୍ଠାନଗୁଡ଼ିକ ସେମାନଙ୍କୁ ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି। ସହରର ମେୟର ଜରୁରୀ ସ୍ଥିତି ଘୋଷଣା କରିଥିବାବେଳେ ରୁଷିଆ ଗସ୍ତରେ ଥିବା ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?