Posted inଜାତୀୟ

ଆସାମରେ ଜଳ ପ୍ରଳୟ

ଗୁଆହାଟୀ, ୨୪।୬:ମେ’ ମାସରୁ ଆସାମରେ ଜାରି ରହିଥିବା ଜଳପ୍ରଳୟ ଗୁରୁବାର ଆହୁରି ଭୟଙ୍କର ହୋଇଛି। ବୁଧବାର ଆଉ ୧୨ ମୃତ୍ୟୁକୁ ମିଶାଇ ଏ ପର୍ଯ୍ୟନ୍ତ ବନ୍ୟା ଓ ଏଥିଜନିତ ଭୂସ୍ଖଳନ ଯୋଗୁ ଆସାମର ୧୦୮ ଜଣଙ୍କ ଜୀବନ ଗଲାଣି। ୩୨ ଜିଲା ୪,୯୪୧ ଗ୍ରାମର ୫୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷାଯୋଗୁ ବ୍ରହ୍ମପୁତ୍ର ଏବଂ ବରାକ୍‌ ନଦୀ ସହ ଏହାର ଶାଖା ନଈଗୁଡ଼ିକ ଉଛୁଳିବା ଯୋଗୁ ରାଜ୍ୟର ୩୬ ଜିଲାରୁ ୩୨ ଜିଲାରେ ଅନେକ ଜମି ଜଳମଗ୍ନ ହୋଇ ରହିଛି। ଉଦ୍ଧାରକାରୀ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଅନ୍ୟ ଏଜେନ୍ସିଗୁଡ଼ିକ ପ୍ରାୟ ୨୭୬ଟି ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆସାମର ୧୨ ଜିଲାର ବିଭିନ୍ନ ସ୍ଥାନରେ ଫସି ରହିଥିବା ୧୪,୫୦୦ ଲୋକଙ୍କୁ ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କରିଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍‌ଡିଆରଏଫ୍‌ର ପ୍ରଥମ ବାଟାଲିୟନ ବିପର୍ଯ୍ୟୟ ପରିଚାଳନା ଫୋର୍ସର ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ୭୦ରୁ ଅଧିକ ବୋଟ୍‌ ମୁତୟନ ହୋଇଥିବା ଏହାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସନ୍ତୋଷ କୁମାର ସିଂ କହିଛନ୍ତି। ମଙ୍ଗଳବାରଠାରୁ ୨୦୭ କର୍ମଚାରୀଙ୍କୁ ନେଇ ଆଉ ୮ ଟିମ୍‌ ସିଲଚର୍‌ରେ ଏୟାରଲିଫ୍ଟ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସେଣ୍ଟର ଓ୍ବାଟର କମିଶନ (ସିଡବ୍ଲ୍ୟୁସି) ମୁତାବକ, ନଗାଓଁର କାମପୁର ଦେଇ ବହିଯାଇଥିବା କୋପିଲି ନଦୀ ଜଳ ବିପଦସଙ୍କୁଳ ସ୍ତର ଉପରେ ରହିଛି। ସେହିପରି ଶିବାସାଗରରେ ଦିସାଙ୍ଗ ନଦୀ, ତେଜପୁର, ଗୋଲପରା ଏବଂ ଧୁବ୍ରୀର ନିମାତିଘାଟରେ ବ୍ରହ୍ମପୁତ୍ର, ଚାଚର ଏବଂ ହୈଲାଖଣ୍ଡିର କରିମଗଞ୍ଜ ଦେଇ ବହିଥିବା ବରାକ୍‌ ନଦୀ ଏବଂ କରିମଗଞ୍ଜଠାରେ ଥିବା କୁଶିଆରା ନଦୀ ଜଳ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବାରପେଟା ଜିଲା ବନ୍ୟା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ୧୧,୨୯,୩୯୦ ଲୋକ ପ୍ରଭାବିତ ହୋଇଥିବାବେଳେ କାମ୍‌ରୂପ୍‌ ଜିଲାରେ ୭,୮୯,୪୯୬, ଧୁବ୍ରୀରେ ୫,୯୭,୧୫୩ ଏବଂ ନଗାଓଁରେ ୫,୦୩,୪୫୦ ଲୋକ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି। ଜିଲା ପ୍ରଶାସନଗୁଡ଼ିକ ପକ୍ଷରୁ ୧୦୨୫ ରିଲିଫ୍‌ ବଣ୍ଟା କେନ୍ଦ୍ର ଏବଂ ୮୪୫ ଆଶ୍ରୟ ସ୍ଥଳୀ ଖୋଲାଯାଇଛି। ଏଠାରେ ପ୍ରାୟ ୩ ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି। ବନ୍ୟା ଯୋଗୁ ୨୧୮ ରାସ୍ତା, ୨୦ ପୋଲ ନଷ୍ଟ ହୋଇଛି। ୯୯,୦୨୬ ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି। ୩୩,୧୭,୦୮୬ ପ୍ରାଣୀ ପ୍ରଭାବିତ ହୋଇଛନ୍ତି।
ବାକ୍‌ସା, ବିଶ୍ୱନାଥ, ବୋଙ୍ଗାଇଗାଓଁ, ଚିରାଙ୍ଗ, ଧୁବ୍ରୀ, କୋକ୍ରାଝର, ଲଖିମପୁର, ମଜୁଲି, ମୋରିଗାଓଏ ନାଲବରି, ଉଦାଲଗୁରି ଆଦି ସ୍ଥାନରେ ଭୂସ୍ଖଳନ ହୋଇଛି। ଚିରାଙ୍ଗ ଜିଲାରେ ବୁଧବାର ସ୍ଥିତି ଭୟଙ୍କର ହେବାରୁ ଅଗ୍ନିଶମ ବାହିନୀ ଏବଂ ଜରୁରିକାଳୀନ ସେବା ପ୍ରଦାନକାରୀ କର୍ମଚାରୀମାନେ ମଧ୍ୟ ଉଦ୍ଧାରକାରୀ ଟିମ୍‌ରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଚପରମୁଖ ରେଳଷ୍ଟେଶନ, ନେଲ୍ଲି ଜାତୀୟ ରାଜପଥ ପାର୍ଶ୍ୱ ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ପ୍ରଭାବିତ ପରିବାରକୁ ଭେଟିଛନ୍ତି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ନଗାଓଁ ଜିଲାର ଫୁଲାଗୁରୀ ରିଲିଫ୍‌ କେନ୍ଦ୍ର ପରିଦର୍ଶନ କରି ବନ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ଦିଲ୍ଲୀ ଆନ୍ଦୋଳନ ସମୟରେ ଅଭିଜିତ ଦୀପ୍‌କେଙ୍କ ଘରୁ ଆସିଲା ଏହି ଦୁଃଖଦ ଖବର, ଭାଙ୍ଗିପଡ଼ିଛନ୍ତି ପୂରା ପରିବାର

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀର ଜନ୍ତରମନ୍ତରଠାରେ କକ୍ରୋଚ୍ ଜନତା ପାର୍ଟି (ସିଜେପି ) ପକ୍ଷରୁ ଚାଲିଥିବା ଆନ୍ଦୋଳନ ଏବଂ ଗିରଫଦାରୀ ମଧ୍ୟରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କ ପରିବାରରୁ ଏକ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?