ଖୋର୍ଦ୍ଧା: ୩ ପଞ୍ଚାୟତର ୧୦ ଗାଁ ଜଳବନ୍ଦୀ

ଖୋର୍ଦ୍ଧା ଅଫିସ,୧୮ା୮: ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାର ଜଳସ୍ତର ବୃଦ୍ଧି ପାଇଛି। ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ୧୦ଟି ଗ୍ରାମ ଜଳବନ୍ଦୀ ହୋଇଛି। ଓରବରସିଂ ପଞ୍ଚାୟତର ଓରବରସିଂ, ହିରିମୂଳ ଡିହଖଳା, ଦୁର୍ଗାପୁର, କୃଷ୍ଣପୁର, ରାୟପୁର, ନରଣଗଡ ପଞ୍ଚାୟତର ମାନପୁର, ବଳପୁର, ଧଳପୁର, ଓରମୀ ଏବଂ ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର ଗ୍ରାମ ବନ୍ୟା ଘେରରେ ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ଯୋଗୁ ହିରିମୂଳ, ଡିହଖଳା ଓ ଦୁର୍ଗାପୁର ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ମାନପୁର ଗ୍ରାମ ବାତ୍ୟାଶ୍ରୟସ୍ଥଳରେ କେତେଜଣ ଗ୍ରାମବାସୀ ଆଶ୍ରୟ ନେଇଛନ୍ତି। ଗତ ତିନି ଦିନ ଧରି ହିରିମୂଳ ଗ୍ରାମରେ ୮ଫୁଟ ଉଚ୍ଚର ପାଣି ମାଡ଼ିବା ସହିତ କେତେକଙ୍କ ଘରେ ପାଣି ପଶିଛି। ପ୍ରଶାସନ ପକ୍ଷରୁ ୨ଟି ଡଙ୍ଗା ବ୍ୟବସ୍ଥା କରାଯାଇଛି। ରାଶନ ସାମଗ୍ରୀ, ପନିପରିବା ନ ପାଇବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିଛି। ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ପହଞ୍ଚି ନ ଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଗୋରୁଙ୍କ ପାଇଁ ଖାଦ୍ୟ ନାହିଁ। ୧୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଗଛରେ ରହିଯାଇଛନ୍ତି। କେଲୁଣି ପାଇକରାୟ, ପ୍ରମିଳା ସିଂ ଓ ପାର୍ବତୀ ସିଂ ପ୍ରମୁଖ କହିଛନ୍ତି, ୩ଦିନ ହେଲା ରନ୍ଧାଖାଦ୍ୟ ଖାଇନାହୁଁ। ପାଣି ଘେରରେ ଘରଗୁଡ଼ିକ ରହିଛି। ଜଳସ୍ତର ବଢିଲେ ଘରେ ପାଣି ପଶିବ। ଅନ୍ୟପଟେ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟିମ୍‌ ବନ୍ୟାଘେରରେ ଥିବା ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆବଶ୍ୟକ ଔଷଧ ଦେଉଛନ୍ତି। ଆବଶ୍ୟକ ପଡ଼ିଲେ, ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଖୋର୍ଦ୍ଧା ତହସିଲଦାର ଈପ୍‌ସିତ ସାହୁ କହିଛନ୍ତି, ଖୋର୍ଦ୍ଧା ବ୍ଲକର ଏହି ତିନି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହିରିମୂଳ ଗ୍ରାମ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କ ଯାତାୟାତ ପାଇଁ ୨ଟି ପାୱାର ବୋଟ୍‌ ବ୍ୟବସ୍ଥା କରାଯାଇଛି। ଏହି ଅଞ୍ଚଳରେ ମୁଁ ସ୍ଥିତି ଅନୁଧ୍ୟାନ କରୁଛି। ଗୋଖାଦ୍ୟ ଓ ରିଲିଫ ପହଞ୍ଚାଇବା ବ୍ୟବସ୍ଥା କରାଯାଉଛି। ବନ୍ୟାଜଳ ବଢିଲେ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବନ୍ୟା ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି। ଗୋଖାଦ୍ୟ ମହଜୁଦ ସହ ବାତ୍ୟାଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି।

ଗାଁ ଛାଡ଼ିଲେ ଅନେକ ଲୋକ
ରାଜୁଆ ଓ ଦୟା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଖୋର୍ଦ୍ଧା ବ୍ଲକର ୩ ପଞ୍ଚାୟତ ବନ୍ୟାଘେରରେ ରହିଛି। ଚାରିଆଡ଼େ ଖାଲି ପାଣି ଆଉ ପାଣି। ବୁଧବାର ବହୁ ଲୋକ ଗାଁ ଛାଡ଼ି ଆଶ୍ରୟସ୍ଥଳ ଓ ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛନ୍ତି। ଢିହଖଳାର ପରମାନନ୍ଦ ଛୋଟରାୟ କହିଛନ୍ତି, ଘରେ ପାଣି ପଶିଛି। ବସିବାକୁ ଜାଗା ନାହିଁ। ମା, ବାପା ଚଲାବଚଲା କରିବାକୁ ଅସୁବିଧା ହେଉଛି। ଏଣୁ ସେମାନଙ୍କୁ ବହୁ କଷ୍ଟରେ ଘରୁ ବାହାର କରି ଭୁବନେଶ୍ୱରରେ ରହୁଥିବା ଭଉଣୀ ଘରକୁ ଛାଡ଼ିବାକୁ ଯାଉଛି। ସେହିପରି ରୀତା ଛୋଟରାୟ କୁହନ୍ତି ଘରେ ବାହାରେ ପାଣି। ରାତିସାରା ଚୌକି ଉପରେ ବସି ରହିଲୁ। ଏବେ ଝିଅ ଘରକୁ ଯିବାକୁ ବାହାରିଛି। ପାଣି ଛାଡ଼ିଲେ ଘରକୁ ଫେରିବୁ।

ସ୍ଥାୟୀ ପ୍ରତିକାର କରାଯାଉ
ହିରିମୂଳ ଗ୍ରାମରେ ରହନ୍ତି ୩୦ ପରିବାର। ସମସ୍ତେ ଦିନମଜୁରିଆ ଓ କ୍ଷୁଦ୍ର ଚାଷୀ। ଖଟିଲେ ପରିବାର ଚଳେ। ପ୍ରତିବର୍ଷ ବନ୍ୟା ହେଲେ ଏହି ୩ ପଞ୍ଚାୟତର ଦୁର୍ଦ୍ଦଶା ବଢିଥାଏ। ଘରେ ବନ୍ୟାପାଣି ପଶେ। ଚାଷଜମି ବୁଡ଼ିଯାଇ ଫସଲ ନଷ୍ଟ ହୁଏ। ଛାତ ଉପରେ ଗ୍ରାମବାସୀ ତମ୍ବୁ ଟାଣି ରହିବାକୁ ବାଧ୍ୟ ହୋଇଥାନ୍ତି। ପାଖ ଗାଁ ଓରମୀ, ମାନପୁର, ଧବଳପୁର, ରାୟପୁର ସମସ୍ୟା ମଧ୍ୟ ସମାନ। ତେଣୁ ଏ ନେଇ ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ଅଞ୍ଚଳବାସୀ।

ହିରିମୂଳ ଗ୍ରାମବାସୀ କହିଛନ୍ତି, ବନ୍ୟା ପରିସ୍ଥିତି ଆଜିକାଲିର ସମସ୍ୟା ନୁହଁ, ବରଂ ଦୀର୍ଘ ଦିନ ଧରି ଲାଗି ରହିଛି। ହିରିମୂଳରୁ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଦେଢ କିମି ରାସ୍ତା ନିର୍ମାଣ କରାଗଲେ, ବନ୍ୟା ସ୍ଥିତି ଉପୁଜିବ ନାହିଁ। ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରାଯାଇଛି। କେବଳ ପ୍ରତିଶ୍ରୁତି ମିଳିଛି। ସମାଧାନ କିଛି ନାହିଁ। ୨୨ବର୍ଷ ତଳେ କେତେଜଣଙ୍କୁ ଇନ୍ଦିରା ଆବାସ ମିଳିଥିଲା। ତା’ପରଠାରୁ ଆଉ ଆବାସ ଯୋଜନାରେ କାହାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଫଳରେ ପକ୍କାଘର ସ୍ବପ୍ନ ହୋଇଛି। ଉଚ୍ଚ ସ୍ଥାନରେ ଘର ନିର୍ମାଣ ଲାଗି ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri