ଦକ୍ଷିଣ ଆଫ୍ରିକାରେ ପ୍ରଳୟଙ୍କରୀ ବନ୍ୟା: ୪୦୦ ଲୋକ ମୃତ, ୪୦ ହଜାର ବାସଶୂନ୍ୟ

କେପଟାଉନ,୧୭ ।୪: ଦକ୍ଷିଣ ଆଫ୍ରିକାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସେଠାରେ ତାଣ୍ଡବ ରଚିଛି । ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୪୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ହଜାର ଲୋକ ବାସଶୂନ୍ୟ ହୋଇ ପଡିଥିବା ଜଣାପଡିଛି । ପ୍ରବଳ ବନ୍ୟା ଫଳରେ କେତେକ ଘର ଏମିତିକି ହସ୍ପିଟାଲ ବି ଭାସି ଯାଇଥିବା କୁହାଯାଉଛି । ଡରବାନ ସହରରେ ପାଣି ପସିଯିବାରୁ ବହୁ କ୍ଷୟକ୍ଷତି ହେବା ସହ କେତେକ ଲୋକ ନିଖୋଜ ହୋଇଯାଇଛନ୍ତି । ଗୋଟିଏ ପରିବାରର ୧୦ ଲୋକଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳୁନାହିଁ । ଅନେକ ସ୍ଥାନରେ ଘର ଭିତରେ ପାଣି ପଶି ଯିବାରୁ କେତେକ ଲୋକେ ଘରେ ଥାଇ ବି ମୃତ୍ୟୁର ଶିକାର ହୋଇଛନ୍ତି । ତେବେ ଘର ଭିତରେ ପଡିଥିବା ମୃତଦେହକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଚାଲିଛି । ବନ୍ୟା ଆସିବାର ୬ ଦିନ ପରେ ନିଖୋଜ ଥିବା ଲୋକଙ୍କୁ ଜିବିତ ପାଇବା କଷ୍ଟକର ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଳକ ବିହିନ ଇଲେକ୍ଟ୍ରିକ କାର ନିର୍ମାଣ ପାଇଁ ଆପଲକୁ ଲାଗିବ ୫ ବର୍ଷ

ଲଣ୍ଡନ,୮।୧- ବିଶ୍ୱର ଅନ୍ୟତମ ଟେକନୋଲୋଜି କମ୍ପାନୀ ଆପଲ ଚାଳକ ବିହିନ ଇଲେକ୍ଟ୍ରିକ୍‌ କାର ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହି କାର ନିର୍ମାଣ କରିବାକୁ...

ବାଂଲାଦେଶରେ ଡେଙ୍ଗୁ ଅଣାୟତ, ଅଗଷ୍ଟରେ ୬୦ ହଜାରରୁ ଅଧିକ ସଂକ୍ରମିତ

ଢାକା,୨୭।୮: ବାଂଲାଦେଶରେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି। ଏବେ ଏହା ଅଣାୟତ୍ତ ସ୍ଥିତିକୁ ଚାଲି ଗଲାଣି। ଦେଶରେ ବହୁ ସଂଖ୍ୟାରେ ଲୋକେ ଡେଙ୍ଗୁ ଜ୍ୱରରେ ପୀଡ଼ିତ...

ଦିନକରେ ୩.୭ କୋଟି ସଂକ୍ରମିତ

ବେଜିଂ,୨୪।୧୨: ଚାଇନାରେ ଚଳିତ ସପ୍ତାହର ଗୋଟିଏ ଦିନରେ ପାଖାପାଖି ୩.୭ କୋଟି ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା...

‘ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ ରଚିଥିଲେ ଷଡ଼ଯନ୍ତ୍ର’

ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥି...

ତୁର୍କୀରେ ପୁଣି ଭୂକମ୍ପ

ଆଙ୍କାରା,୨୫ା୨: ଶନିବାର ତୁର୍କୀରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। କେନ୍ଦ୍ରୀୟ ତୁର୍କୀ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି। ଏନେଇ...

ରାଜ ପଦ ଛାଡିବେ ପ୍ରିନ୍ସ ହ୍ୟାରୀ-ମେଘନ

ଲଣ୍ଡନ,୯।୧: ବ୍ରିଟେନ ରାଜ ଦମ୍ପତି ପ୍ରିନ୍ସ ହ୍ୟାରୀ ଓ ତାଙ୍କ ଆମେରିକୀୟ ପତ୍ନୀ ମେଘନ ମାର୍କେଲ ରାଜ ପରିବାରର ବରିଷ୍ଠ ପଦ ଛାଡିବାକୁ ସ୍ଥିର କରିଛନ୍ତି,...

ସାମ୍ବାଦିକତା ପାଇଁ ବିପଦଜନକ ଦେଶ ତାଲିକାରେ ଭାରତ

ନୂଆଦିଲ୍ଲୀ, ୧୨।୧୨- ସାମ୍ବାଦିକତା ପାଇଁ ଭାରତ ଏକ ବିପଦଜନକ ରାଷ୍ଟ୍ର ବୋଲି ଅଭିହିତ କରିଛି ଅନ୍ତର୍ଜାତୀୟ ସାମ୍ବାଦିକ ଫେଡେରେଶନ (ଆଇସିଜେ)। ଆଇସିଜେ ପକ୍ଷରୁ ଶୁକ୍ରବାର ପ୍ରକାଶ...

ଆମକୁ ଦରକାର ମୋଦି ସରକାର: ପାକିସ୍ତାନୀ ଯୁବକ…

ଇସଲାମାବାଦ,୨୩।୨ : ପାକିସ୍ତାନୀ ୟୁଟ୍ୟୁବର୍‌ ସାନା ଅମଜାଦ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

Advertisement
Archives

Model This Week