ପଳାଇଲେ, ପଳାଇଲେ

ଦେଶର ୫ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଯେଉଁ ବିଷୟରେ ଅଧିକ ଚର୍ଚ୍ଚା ଆରମ୍ଭ ହେଲାଣି ତାହା ହେଉଛି ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌। କୁହାଯାଉଛି, ଜାତୀୟ ସ୍ତରରେ ଏଭଳି କଠୋର ପଦକ୍ଷେପ ନିଆଯାଇପାରେ। ୨୦୨୦ ଉଦାହରଣକୁ ଦୃଷ୍ଟିରେ ରଖି ଦେଖିଲେ ଯଦି ସେଭଳି କୌଣସି ନିଷ୍ପତ୍ତି ନିଆଯାଏ, ତାହା ଦେଶବାସୀଙ୍କ ଜୀବିକା ଉପରେ ଘୋର ନକାରାତ୍ମକ ପ୍ରଭାବ ପକାଇବ। ଗତବର୍ଷ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାଠାରୁ ଆରମ୍ଭ କରି ସ୍ଥାନୀୟ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜନବହୁଳ ଦେଶ ଭାରତରେ ଅଧିକ ଲୋକ ଦିନ ମଜୁରିଆ। ଗୋଟିଏ ଦିନର ମଜୁରି ନ ମିଳିଲେ ସେହି ପରିବାରର ଅର୍ଥନୀତି ଭୁଶୁଡ଼ିପଡ଼ୁଛି। ସେଥିପାଇଁ ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି ଲକ୍‌ଡାଉନ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିବାର ଆବଶ୍ୟକତା ରହିଛି। ଇତିମଧ୍ୟରେ ଓଡ଼ିଶା ସରକାର ୫ ମେ’ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ଏପରି ସାମୟିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ତେବେ ଟିକାକରଣକୁ ବ୍ୟାପକ କରାଯାଇ ସମସ୍ତେ ଏହି ପ୍ରତିଷେଧକ ନେଇପାରିଲେ କୋଭିଡ୍‌-୧୯ ଭୂତାଣୁର ଗତିକୁ ରୋଧ କରାଯାଇପାରନ୍ତା ବୋଲି ବିଶ୍ୱାସ ହେଉଛି।
ଭାରତରେ ଏବେ ଦୁଇ ପ୍ରକାର ଟିକା-କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଉପଲବ୍ଧ ହେଉଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କୋଭିଶିଲ୍ଡ୍‌ ଅଦାର ପୁନାଓ୍ବାଲାଙ୍କ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ସିଆଇଆଇ) ଦ୍ୱାରା ପ୍ରସ୍ତୁତ ହେଉଥିବା ବେଳେ ଭାରତ ବାୟୋଟେକ୍‌ ‘କୋଭାକ୍ସିନ୍‌’ ଯୋଗାଇଚାଲିଛି। ହେଲେ ଏହି ଦୁଇ ସଂସ୍ଥା ଚାହିଦା ମୁତାବକ ଟିକା ଯୋଗାଇପାରୁ ନାହାନ୍ତି। ଏଭଳି ସମୟରେ ପୁନାଓ୍ବାଲା ଦେଶ ଛାଡ଼ି ଲଣ୍ଡନ ପଳାଇଯିବା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଲଣ୍ଡନର ‘ଦି ଟାଇମ୍ସ’ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, କୋଭିଶିଲ୍ଡ ଟିକା ଯୋଗାଣକୁ ନେଇ ଧମକପୂର୍ଣ୍ଣ ଫୋନ୍‌ ପାଇବା ପରେ ସେ ଓ ତାଙ୍କ ପରିବାର ବିଦେଶ ପଳାଇଯିବାକୁ ବାଧ୍ୟ ହେଲେ। ତାଙ୍କ ସଫେଇ ସାଧାରଣରେ ଗ୍ରହଣଯୋଗ୍ୟ ହେଉନାହିଁ। ଶୁଣିବାକୁ ମିଳୁଛି ବ୍ରିଟେନ୍‌ରେ ଟିକା ଉତ୍ପାଦନ କରି ନିଜ ବ୍ୟବସାୟ ବଢ଼ାଇବାକୁ ସେ ଯୋଜନା କରୁଛନ୍ତି। ନିଜର ବ୍ୟବସାୟ ବୃଦ୍ଧି କରିବା ଲାଗି ଉଦ୍ୟମ କରିବାରେ କିଛି ଭୁଲ ନାହିଁ। କିନ୍ତୁ ଶିଳ୍ପପତି ବିଜୟ ମାଲ୍ୟାଙ୍କ ଭଳି ଲୁଚି ବିଦେଶ ପଳାଇଯିବା ଆଲୋଚନାର ବିଷୟ ପାଲଟିଛି। କେନ୍ଦ୍ର ସରକାର ନିକଟରେ ପୁନାଓ୍ବାଲାଙ୍କୁ ଅଗ୍ରିମ ଋଣ ବାବଦରେ ୩,୦୦୦ କୋଟି ଟଙ୍କା ଦେଇଥିଲେ। ଏଥିସହିତ ତାଙ୍କୁ ଓ୍ବାଇ-କାଟାଗୋରି ସୁରକ୍ଷା ସେହି କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିଲା। ଏତେ ସତ୍ତ୍ୱେ ତାଙ୍କର ବିଦେଶ ପଳାଇବାର ଢଙ୍ଗ ଓ ସମୟ ଦେଖିଲେ ତାଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ସୃଷ୍ଟି କରୁଛି। ପୁନାଓ୍ବାଲା ଅତି ଧନୀ ବୋଲି ପରିବାର ସହ ଦେଶ ଛାଡ଼ି ପଳାଇଯାଇପାରିଲେ। ଅନ୍ୟପଟେ ସାଧାରଣ ଭାରତୀୟ ଉପରେ ଯେତେ ଚାପ ଓ ଧମକ ଆସିଲେ ମଧ୍ୟ ବିଦେଶ ପଳାଇବା ସମ୍ଭବପର ହୁଏ ନାହିଁ। ଏବେ ଦେଶରେ ଯେତେବେଳେ କରୋନା କୋପ ଅତି ଜୋର ଧରିଛି, ସେତେବେଳେ ଧମକ ପାଉଥିବାର ଆଳ ଦେଖାଇ ଦେଶଛାଡ଼ି ପଳାଇବା ଏକ ଅତ୍ୟନ୍ତ ନିନ୍ଦନୀୟ ପଦକ୍ଷେପ। ମନେପକାଇ ଦିଆଯାଇପାରେ ଯେ, ୨୨ ଜାନୁୟାରୀ ୨୦୨୧ରେ ପୁଣେସ୍ଥିତ ମଞ୍ଜରୀଠାରେ ଥିବା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ନିର୍ମାଣାଧୀନ କୋଠାରେ ନିଆଁ ଲାଗିଯାଇଥିଲା। ସେଥିରେ ୫ ଜଣଙ୍କ ପ୍ରାଣହାନି ଘଟିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିବା ଅନେକ ପ୍ରଶ୍ନ ଛିଡ଼ା କରିଥିଲା।
ଭାରତରେ କିଭଳି ଅଧିକ ଲୋକ ଶୀଘ୍ର ଓ ସହଜରେ ଟିକା ପାଇପାରିବେ ତାହା ଉପରଲିଖିତ ସଂସ୍ଥା ପ୍ରାଥମିକତା ଦେବା ଶୋଭନୀୟ ହୋଇଥାନ୍ତା। ଅଦ୍ୟାବଧି ଦେଶରେ ୧୫ କୋଟି ୭୨ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇସାରିଲାଣି। ଅବଶିଷ୍ଟ ଲୋକଙ୍କୁ କିଭଳି ତୁରନ୍ତ ଟିକା ଦିଆଯାଇପାରିବ ଓ ସେଥିପାଇଁ କେଉଁ ପ୍ରକାର ରଣକୌଶଳ ନିଆଗଲେ ଏହାକୁ ତ୍ୱରାନ୍ବିତ କରାଯାଇପାରିବ, ତାହା ଉପରେ ବିଚାରବିମର୍ଶ ହେବା କଥା। ହେଲେ ସେତିକି ଉତ୍ତରଦାୟିତ୍ୱ ପୁନାଓ୍ବାଲାଙ୍କ ଭଳି ବ୍ୟବସାୟୀଙ୍କର ରହୁ ନ ଥିବାରୁ ସେମାନେ ଲୋକଙ୍କ ଚକ୍ଷୁରେ ନିନ୍ଦିତ ହେଉଛନ୍ତି।
ବିଶେଷଜ୍ଞଙ୍କ ମତରେ ଜନଟିକାକରଣ ଦ୍ୱାରା କୋଭିଡ୍‌-୧୯ ଭୂତାଣୁକୁ ଅନେକାଂଶରେ ପ୍ରତିରୋଧ କରାଯାଇପାରିବ। ଦୁଃଖର ବିଷୟ ଯେ, ଦେଶର ସର୍ବବୃହତ୍‌ ଟିକା ନିର୍ମାତା ଦେଶଛାଡ଼ି ପଳାଇବା ଦ୍ୱାରା ଭାରତରେ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri