Posted inଫୁରସତ

ଗଡ଼ଜାତ ଆନ୍ଦୋଳନର ସଂଗ୍ରାମର ଆଲୋକ ଶିଖା

ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଜଣେ ଜଣାଶୁଣା ବିପ୍ଳବୀ। ଗଡ଼ଜାତ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାଏଙ୍କ ଜନ୍ମ ୨୩ ଜାନୁୟାରୀ ୧୮୦୯ରେ ଓଡ଼ିଶାର ସମ୍ବଲପୁରର ଉତ୍ତରରେ ୪୦ କିଲୋମିଟର ଦୂରରେ ଖିଣ୍ଡା ଗାଁରେ ହୋଇଥିଲା।  ସେ ପିତା ଧର୍ମ ସିଂଙ୍କ ସାତ ସନ୍ତାନଙ୍କ ମଧ୍ୟରୁ ଜଣେ ଥିଲେ। ଧର୍ମ ସିଂଙ୍କ ପରିବାର ସମ୍ବଲପୁର ରାଜ୍ୟ ଶାସକ ପରିବାରର ବଂଶଧର ଥିଲେ।
ସମ୍ବଲପୁରରେ ଜନଜାତିଙ୍କ ଭାଷା ଏବଂ ସଂସ୍କୃତିର ବିକାଶ ପାଇଁ ସାଏ ଅବଦାନ ଉଲ୍ଲେଖନୀୟ ଥିଲା। ଏହା ଦ୍ୱାରା ତତ୍‌କାଳୀନ ବ୍ରିଟିଶ୍‌ ସରକାରଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା।
୧୮୨୭ ମସିହାରେ ସମ୍ବଲପୁରର ଶାସକ, ରାଜା ମହାରାଜା ସାଏଙ୍କର ଉତ୍ତରାଧିକାରୀ ବିନା ମୃତ୍ୟୁ ଘଟିଥିଲା। ବ୍ରିଟିଶ ସରକାର ତାଙ୍କ ରାଣୀ ମୋହନ କୁମାରୀଙ୍କୁ ରାଜ୍ୟର ଶାସକ ଭାବରେ ଘୋଷଣା କରିଥିଲେ। ଏହା ସ୍ଥାନୀୟ ନିୟମ ବିରୁଦ୍ଧରେ ଥିଲା। ସେତେବେଳେ ସେଠାରେ କେବଳ ପୁରୁଷ ଶାସକମାନେ ହିଁ ଶାସନ ଡୋର ଧରିବା ଜନସାଧାରଣଙ୍କ ଲାଗି ଗ୍ରହଣୀୟ ଥିଲେ। ଫଳସ୍ବରୂପ ବ୍ରିଟିଶ୍‌ ସ୍ବୀକୃତିପ୍ରାପ୍ତ ଶାସକ ଏବଂ ବିରୋଧିମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା। ସମ୍ବଲପୁରର ସିଂହାସନ ପାଇଁ ସୁରେନ୍ଦ୍ର ସାଏ ଶାସକ ବଂଶର ଅନ୍ୟତମ ମୁଖ୍ୟ ଦାବିଦାର ଥିଲେ। ସମୟ ସହିତ ତାଳ ଦେଇ ରାଣୀ ମୋହନ କୁମାରୀ ଜନପ୍ରିୟ ହୋଇ ପାରି ନ ଥିଲେ। ତାଙ୍କର ରାଜସ୍ବ ନୀତି ଗୋଣ୍ଡ ଏବଂ ବିଞ୍ଝାଲ ଜନଜାତି ଜମିଦାରଙ୍କୁ ସନ୍ତୁଷ୍ଟ କରି ପାରି ନ ଥିଲା। ଫଳରେ ବ୍ରିଟିଶମାନଙ୍କ ମଧ୍ୟରେ କ୍ଷମତା ହରାଇବା ଆଶଙ୍କା ବୃଦ୍ଧି ପାଇଥିଲା। ବ୍ରିଟିଶ ଶାସକ ରାଣୀଙ୍କୁ କ୍ଷମତାରୁ ହଟାଇ ରାଜ ପରିବାରର ବଂଶଧରର ନାରାୟଣ ସିଂଙ୍କୁ ସମ୍ବଲପୁରର ରାଜା ଭାବରେ ନିଯୁକ୍ତ କରିଥିଲେ। ଉତ୍ତରାଧିକାରୀ ପାଇଁ ସୁରେନ୍ଦ୍ର ସାଇଙ୍କ ଦାବିକୁ ବ୍ରିଟିଶ ସରକାର ଅଣଦେଖା କରିବାରୁ ନାରାୟଣ ସିଂଙ୍କ ଶାସନରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସୁରେନ୍ଦ୍ର ସାଏ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଗୋଣ୍ଡ ଜମିଦାରମାନେ ଏହାକୁ ବିରୋଧ କରି ସ୍ବର ଉତ୍ତୋଳନ କରି ଥିଲେ।

୧୮୨୭ ମସିହାରେ ୧୮ ବର୍ଷ ବୟସରେ ବ୍ରିଟିଶଙ୍କ ବିରୁଦ୍ଧରେ ଯୁବକ ସାଏ ବିଦ୍ରୋହ କରିବା ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ତାଙ୍କୁ ୧୮୪୦ ମସିହାରେ ଗିରଫ କରାଯାଇ ହଜାରିବାଗ ଜେଲକୁ ପଠାଯାଇଥିଲା। ତାଙ୍କ ଭାଇ ଉଦୟନ୍ତ ସାଏ ଏବଂ ମାମୁଁ ବଳରାମ ସିଂଙ୍କୁ ମଧ୍ୟ ହଜାରିବାଗ ଜେଲକୁ ପଠାଯାଇଥିଲା। ସେଠାରେ ବଳରାମ ସିଂଙ୍କର ମୃତ୍ୟୁ ଘଟିଥିଲା।
ରାଜା ନାରାୟଣ ସିଂଙ୍କର ୧୮୪୯ ମସିହାରେ ମୃତ୍ୟୁ ହୋଇଥିଲା। ନାରାୟଣ ସିଂଙ୍କ ଅନ୍ତେ ଶାସନ ଭାର ଗ୍ରହଣ କରିବା ଲାଗି କୌଣସି ପୁରୁଷ ଉତ୍ତରାଧିକାରୀ ନ ଥିଲେ। ତେଣୁ ପ୍ରଚଳିତ ଡକ୍ଟରାଇନ ଅଫ ଲାପ୍ସ ଅନୁଯାୟୀ ସମ୍ବଲପୁରର ଶାସନ ବ୍ରିଟିଶ୍‌ ଶାସକଙ୍କ ହାତକୁ ଚାଲି ଯାଇଥିଲା।
ଜେଲ୍‌ରେ ରହି ମଧ୍ୟ ସୁରେନ୍ଦ୍ର ସାଏ ଆନ୍ଦୋଳନକୁ ପରିଚାଳନା କରୁଥିଲେ। ୧୮୫୭ରେ ସିପାହୀ ବିଦ୍ରୋହ ସମୟରେ ବିଦ୍ରୋହୀ ହଜାରିବାଗ ଜେଲ୍‌କୁ ଭାଙ୍ଗି ଦେଇଥିଲେ। ସାଏ ବାହାରକୁ ଆସିଥିଲେ।

ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସମ୍ବଲପୁରରେ ପୁଣି ବ୍ରିଟିଶମାନଙ୍କ ବିରୋଧରେ ସଂଗ୍ରାମ ଜାରି ରହିଲା। ତାଙ୍କୁ ସାଏଙ୍କୁ ତାଙ୍କ ଭାଇ, ପୁଅ, ସମ୍ପର୍କୀୟ ଏବଂ କେତେକ ଜମିଦାର ସମର୍ଥନ ମଧ୍ୟ କରିଥିଲେ। ତେବେ ସାଏ ହଜାରିବାଗ ଜେଲ୍‌ରେ ୧୭ ବର୍ଷ ରହିଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ସୁଦୂର ଅସୀରଗଡ ପାହାଡିଆ ଦୁର୍ଗରେ ପ୍ରାୟ ୧୯ ବର୍ଷ ବନ୍ଦୀ ହୋଇ ରହିଥିଲେ। ତେବେ ବି ସେ ବ୍ରିଟିଶ୍‌ ସରକାରଙ୍କ ଆଗରେ ମୁଣ୍ଡ ନୋଇ ନ ଥିଲେ। ୨୮ ଫେବୃୟାରୀ ୧୮୮୪ରେ ଅସୀରଗଡ଼ ଦୁର୍ଗରେ ସାଏଙ୍କ ମୃତ୍ୟୁ ଘଟିଥିଲ। ମାତ୍ର ସାଏଙ୍କ ଦ୍ୱାରା ଦେଶପ୍ରେମ ବହ୍ନି ପରବର୍ତ୍ତୀ ସମୟରେ ଦେଶ ସ୍ବାଧୀନୀ ପଥକୁ ଆଲୋକିତ କରିଥିଲା। ସେ ପାଲଟି ଥିଲେ ସଂଗ୍ରାମୀଙ୍କର ପ୍ରେରଣାର ଉତ୍ସ ତଥା ସ୍ବାଧିନତା ପଥର ଆଲୋକ ଶିଖା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?