ବନ୍ଦ ପଡ଼ିଛି ରାଜ୍ୟର ୫ ଚିନିକଳ

ଯାଜପୁର ଅଫିସ,୨୬ା୪: ରାଜ୍ୟରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାର ଭାବେ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି ତାହା ଜଳଜଳ ହୋଇ ଦିଶୁଛି। କୃଷିଭିତ୍ତିକ ସମବାୟ ଶିଳ୍ପକୁ ସରକାର ଅଣଦେଖା କରୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚିନିକଳ ବନ୍ଦ ହେବାରେ ଲାଗିଛି। ବରଗଡ, ନୟାଗଡ, ବଡ଼ମ୍ବା, କୃଷ୍ଣନଗର ଓ ବିଜୟାନନ୍ଦ ଚିନିକଳକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଥିପାଇଁ ରାଜ୍ୟରେ ଆଖୁ ଚାଷ ଲୋପ ପାଇବାକୁ ବସିଛି।
ସଦ୍ୟ ସମାପ୍ତ ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାର(ମାର୍କେଟିଂ) ରାଜ୍ୟର ୫ ସମବାୟ ଚିନିକଳ ସମ୍ପର୍କରେ ତଥ୍ୟ ରଖିଛନ୍ତି। ଆସ୍କା, ବରଗଡ଼, ନୟାଗଡ଼, ବଡମ୍ବା ଓ ବିଜୟାନନ୍ଦ ସମବାୟ ଚିନିକଳ ପ୍ରତିଷ୍ଠା ହୋଇଥିଲା। ତନ୍ମଧ୍ୟରୁ ବଲାଙ୍ଗୀରରେ ଥିବା ବିଜୟାନନ୍ଦ ଚିନିକଳ, ବରଗଡ଼ରେ ଥିବା ବରଗଡ ଚିନିକଳ ଅଚଳ ଅବସ୍ଥାରେ ରହିଛି। ନୟାଗଡ଼ ଓ ବଡମ୍ବାରେ ଥିବା ଚିନିକଳ ଯଥାକ୍ରମେ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଲିଃ, ଲକ୍ଷ୍ମୀପତି ବାଲାଜୀ ସୁଗାର ଓ ଡିଷ୍ଟିଲେରୀ ପ୍ରାଇଭେଟ ଲିଃକୁ ୨୦୦୪ ଓ ୨୦୦୫ରୁ କ୍ରୟ ବିକ୍ରୟ ଚୁକ୍ତିନାମା ଅନୁଯାୟୀ ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ଆସ୍କା ସମବାୟ ଚିନିକଳ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ବରଗଡ଼ ଚିନି କଳ ୨୦୧୭-୧୮ ବର୍ଷରୁ କ୍ରମାଗତ କ୍ଷତି ତଥା ଆର୍ଥିକ ସଙ୍କଟ ଏବଂ ଏହାର ଯନ୍ତ୍ରପାତି ମରାମତି ଓ ନବୀକରଣ ହୋଇ ପାରି ନ ଥିବାରୁ ଆଖୁପେଡା, ଚିନି ଉପତ୍ାଦନ ବନ୍ଦ ଅଛି। ବିଜୟାନନ୍ଦ ଚିନି କଳର ଦୁର୍ବଳ ଆର୍ଥିକ ଅବସ୍ଥା ଓ ଅନ୍ୟାନ୍ୟ ଅନିୟମିତତା କାରଣ ଯୋଗୁ ୬ା୪ା୨୦୧୪ ତାରିଖରୁ ବନ୍ଦ ହୋଇଛି। ଏହି ଚିନିକଳ ଉପରେ ସମବାୟ ବ୍ୟାଙ୍କ ଲିଃ ଭୁବନେଶ୍ୱର ପ୍ରାୟ ୫୨.୨୩ କୋଟି ଟଙ୍କା ବକେୟା ଋଣ ପରିଶୋଧ ନିମନ୍ତେ ଚିନିକଳକୁ ନିଲାମ କରିବାକୁ ପ୍ରକ୍ରିୟା ଜାରି ରଖିଛି। ବରଗଡ଼ ଚିନିକଳକୁ ସଚଳ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ଜାତୀୟ ଚିନି ଗବେଷଣା ସଂସ୍ଥା ବା ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୁଗାର(ସିଆଇଏସ୍‌) କାନପୁରର ୨ ଜଣ ଗବେଷକ ଏହି କାରଖାନାକୁ ପରିଦର୍ଶନ କରିଛନ୍ତି। ଏଥିପାଇଁ ୨୧୮୪.୦୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଏକ ସବିଶେଷ ପ୍ରକଳ୍ପ ବିବରଣୀ(ଡିପିଆର) ସରକାରଙ୍କୁ ପ୍ରଦାନ କରାଯାଇଛି। ବରଗଡ଼ ଚିନିକଳ ପାଇଁ ଗତ ୧୧ ବର୍ଷରେ ୪୦୪୩.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ସରକାରଙ୍କ ଆବଣ୍ଟିତ ଏହି ଅର୍ଥକୁ ଉପଯୁକ୍ତ ଭାବେ ଖର୍ଚ୍ଚ ନ କରି ବ୍ୟାପକ ହେରଫେର କରାଯାଉଥିବାରୁ ଗତ ୪ ବର୍ଷ ହେଲା ବରଗଡ଼ ଚିନିକଳ ବନ୍ଦ ହୋଇଥିବା ମତପ୍ରକାଶ ପାଇଛି। ଏହି କାରଣରୁ ଶତାଧିକ ଅଧିକାରୀ ଓ କର୍ମଚାରୀ ରୋଜଗାର ହରାଇଛନ୍ତି।
ତେବେ ଯାଜପୁର ଜିଲାର ବରୀ ବ୍ଲକ ସେରପୁର ପଞ୍ଚାୟତ ଅଧୀନ କୃଷ୍ଣନଗର ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଏକ ସରକାରୀ ଚିନି କାରଖାନାକୁ ସରକାର ଭୁଲି ଯାଇଛନ୍ତି। ୧୯୭୫ରେ ତତ୍କାଳୀନ ଶିଳ୍ପମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଏହି ଚିନିକଳକୁ ଉଦ୍‌ଘାଟନ କରିିଥିଲେ। ଏଥିରେ ଜଣେ ମ୍ୟାନେଜରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଓ ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୦ଜଣ ଶ୍ରମିକଙ୍କୁ ସରକାର ନିଯୁକ୍ତି ଦେଇଥିବାବେଳେ ଅନ୍ୟ ଶ୍ରମିକମାନେ ଠିକାରେ କାମ କରି ସେମାନଙ୍କ ପାରିଶ୍ରମିକ ପାଉଥିଲେ। ବରୀ ବ୍ଲକର ଗମୁ, କୃଷ୍ଣନଗର, ସେରପୁର, ପାଣିକଣା, ବେଞ୍ଜରାପୁର, ମାଟିଆପଡା, ହଳଦୀବସନ୍ତ, ବାଲିଆ ଆଦି ଅଞ୍ଚଳର ଆଖୁ ଚାଷୀମାନେ ସେମାନଙ୍କ କ୍ଷେତରୁ ଶଗଡ଼ରେ ଆଖୁ ବୋଝେଇ କରି ଏହି ଚିନିକଳରେ ଦେଉଥିଲେ। ୨୧ା୧୧ା୧୯୮୮ ତାରିଖରୁ ଏହି ଚିନି କଳ ବନ୍ଦ ରହିଛି। ଏହାର ପୁନଃରୁଦ୍ଧାର ପାଇଁ ମଧ୍ୟ କାହାରି ଆନ୍ତରିକତା ଦିଶୁନାହିଁ। ଏଭଳି ସ୍ଥିତିରେ ଯାଜପୁର ଜିଲା ତଥା ରାଜ୍ୟ କୃଷିଭିତ୍ତିକ ସମବାୟ ଶିଳ୍ପ ଅଲୋଡ଼ା ହୋଇଛି। କଳିଙ୍ଗନଗରରେ ଶିଳ୍ପ ପ୍ରତିଷ୍ଠା କରି ଶିଳ୍ପପତିମାନେ ମାଲାମାଲ ହେଉଥିବାବେଳେ କୃଷି ଓ କୃଷକଙ୍କ ପ୍ରତି ଅବହେଳା ଏଥିରୁ ଜଳଜଳ ହୋଇ ଦିଶୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ଆସିକା,୧।୮(ଡି.ଏନ୍‌.ଏ): ଆସିକା-ବାଲିପଦର ମୁଖ୍ୟରାସ୍ତାର ଭେଟନୟୀ ପଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ସମୟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମହିଳା ଏଜେଣ୍ଟଙ୍କୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ...

କବି ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଶ୍ରେଷ୍ଠ ସାହିତ୍ୟକୃତି ଲାଗି ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି...

ରାଜ୍ୟରେ ପୁଣି ବଢ଼ିଲାଣି କରୋନା: ଆଜି ୬୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୬୧ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୧୨୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ...

ଆନ୍ତରିକତାହୀନ ମିଶନ

ଦୈନନ୍ଦିନ ଖାଦ୍ୟ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ଓଡ଼ିଶାରେ ଚାହିଦା ମୁତାବକ ଉତ୍ପାଦନ ହୋଇ ପାରୁନାହିଁ। ଫଳରେ ୮୦ ପ୍ରତିଶତ ଆଳୁ...

କଲେଜ ଯିବେନି ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ ବାରଣ କରିଛି ଉଚ୍ଚଶିକ୍ଷା ବିଭାଗ।...

ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ, ଜାରି ହେଲା ନିର୍ବାଚନୀ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ସହ କିଛି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ...

ଅନ୍ଧାର କୋଠରୀରେ ୧୦ ବର୍ଷ

ସୋର,୪।୪(ଡି.ଏନ.ଏ.)-ଗୋଟିଏ ଘରେ ରହିବା, ଖାଇବା ସହ ସେହିଠାରେ ଶୌଚ। ଫ୍ୟାନ ବୁଲିବା ତ ଦୂରର କଥା, ଲାଇଟ୍‌ ମଧ୍ୟ ଲାଗିନି। ଏମିତି ୧୦ ବର୍ଷ ହେଲା...

ଆରମ୍ଭ ହେଲା ନ୍ୟାଶନାଲ ଆର୍ଟ, କ୍ରାଫ୍ଟ ମେଳା

ସମ୍ବଲପୁର,୨୪।୪(ବ୍ୟୁରୋ): ନ୍ୟାଶନାଲ ଆର୍ଟ ଏବଂ କ୍ରାଫ୍ଟ କଟନ୍‌ ସିଲ୍କ ଏକ୍ସପୋ-୨୦୨୨ (ପ୍ରଦର୍ଶନୀ ଓ ମେଳା) ସମ୍ବଲପୁର ଅଇଁଠାପାଲିସ୍ଥିତ ପିଏଚ୍‌ଡି ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ୧ଲକ୍ଷରୁ...

Advertisement
Archives

Model This Week