ଘିଡ଼ିପାବାଲି ଉଦ୍ଧାର କାର୍ଯ୍ୟ ସାମୟିକ ସ୍ଥଗିତ: ପରମ୍ପରା ଅନୁଯାୟୀ ଶେଷକୃତ୍ୟ ପାଇଁ ପ୍ରଶାସନର ସହଯୋଗ

ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ଘିଡ଼ିପାବାଲି ଭୂସ୍ଖଳନ ଘଟଣାରେ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଥିବା ଅଭିଯାନକୁ ପାଣିପାଗ ଖରାପ ଥିବାରୁ ବୁଧବାର ପାଇଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ ଦୁଇଦିନ ଭଲ ପାଗ ରହିଲେ ପୁଣି ଥରେ ଶେଷ ପ୍ରୟାସ କରାଯିବ।
ମଙ୍ଗଳବାର ଗଞ୍ଜାମ ଜିଲାପାଳ ଓ କନ୍ଧମାଳ ଜିଲାପାଳଙ୍କ ସମେତ କନ୍ଧମାଳ ଏସ୍‌ପିଙ୍କ ନେତୃତ୍ୱରେ ଉଭୟ ଜିଲାର ପ୍ରଶାସନିକ ଅଧିକାରୀମାନେ କିଲାପଙ୍ଗାସ୍ଥିତ ରିଲିଫ କ୍ୟାମ୍ପରେ ରହୁଥିବା ଘିଡ଼ିପାବାଲିର ୯ଟି ପ୍ରଭାବିତ ପରିବାରକୁ ଭେଟିଥିଲେ। ଏହି ଦୁଃଖଦ ବିପର୍ଯ୍ୟୟକୁ ଗ୍ରହଣ କରି ପରିବାରବର୍ଗ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ନିଜ ନିଜ ପରମ୍ପରା ଓ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରିବାକୁ ସେମାନେ ଇଚ୍ଛା ପ୍ରକାଶ କରିଥିବାବେଳେ ପ୍ରଶାସନ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ଆଶ୍ୱାସନା ଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଇଛି। ଜୀବନ ସନ୍ଧାନକାରୀ ଯନ୍ତ୍ର, ସନ୍ଧାନୀ କୁକୁର, ଆଇଆଇଟି ବିଶେଷଜ୍ଞ, ଏନ୍ଡିଆର୍‌ଏଫ ଟିମ, ରେଳବାଇର ବିଶେଷଜ୍ଞ ଦଳ, ଏସ ଓ ଜି ନିୟୋଜିତ ହେବା ସହ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ମଧ୍ୟ ଉଦ୍ଧାର ପ୍ରୟାସ କରାଯାଇଛି। ତେବେ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଘଟଣାସ୍ଥଳରେ ପ୍ରାୟ ୩୦ ଫୁଟ ଉଚ୍ଚତାର ମାଟି ଓ ପଥରର ଆବର୍ଜନା ଜମା ହୋଇ ରହିଛି। ଏହି ଅଞ୍ଚଳରେ ତିନିଟି ପର୍ଯ୍ୟାୟରେ ଭୂସ୍ଖଳନ ହୋଇଥିବାରୁ ଏହାକୁ ହଟାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ଅଧିକ ବିସ୍ଫୋରଣ କଲେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ରହିଥିବାବେଳେ ଏହା ଉଦ୍ଧାରକାରୀ ଦଳର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ। ଏହି ଜଟିଳ ପରିସ୍ଥିତିକୁ ବିଚାରକୁ ନେଇ ପରିବାରବର୍ଗ ମଧ୍ୟ ଉଦ୍ଧାର ଅଭିଯାନର ସମାପ୍ତି ଏବଂ ଶେଷକୃତ୍ୟ ପାଇଁ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି।

ଅନ୍ୟପକ୍ଷରେ, ପ୍ରଭାବିତ ୯ଟି ପରିବାରଙ୍କୁ ପୁନର୍ବାର ଜୀବନ ଆରମ୍ଭ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଉଭୟ ଜିଲାର ପ୍ରଶାସନ ଆଶ୍ୱାସନା ଦେଇଛି। ପାଣିପାଗ ସୱାଭାବିକ ହେବା ପରେ ଆଉ ଥରେ ଉଦ୍ଧାର ଅଭିଯାନ କରାଯାଇ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଖତଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର, କୋଳକୁ ନେଲେ ନିଃସନ୍ତାନ ଦମ୍ପତ୍ତି: ଆଉ ତା’ପରେ ଘଟିଲା…

ଭେଡେନ,୪।୧୧(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଅନ୍ତର୍ଗତ ଝରାପାଲି ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ଖତଗଦାରୁ ମଙ୍ଗଳବାର ଭୋରରେ ନବଜାତ ଶିଶୁପୁତ୍ର…

ଭୋରୁ ଭୋରୁ ସ୍କୁଟିରେ ଚାଲିଥିଲା ଗଞ୍ଜେଇ ଚାଲାଣ: ମାଡ଼ିବସିଲା ପୋଲିସ

ହାଟଡିହୀ/ଛେନାପଦି,୪।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ…

ଗାଁ ପାଖରେ ବାଘର ପାଦଚିହ୍ନ, ଆତଙ୍କରେ ଗ୍ରାମବାସୀ: ବନ ବିଭାଗର ତଦନ୍ତ ଜାରି

ବରଗଡ଼,୪।୧୧(ପ୍ରେମାନନ୍ଦ ଖମାରୀ): ବାରପାହାଡ ପାଦଦେଶ ନିକଟ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ କଣ୍ଡପଲା ପଞ୍ଚାୟତ ରମ୍ପେଲା ଗ୍ରାମ ପାଖରେ ଏକ ବାଘ ବୁଲୁଥିବା ନେଇ ଚର୍ଚ୍ଚା ଚାଲିଛି।…

ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ: ପୁରୀ ଯାଉଥିଲେ ସନ୍ଧ୍ୟା ୬ରୁ…

ପୁରୀ, ୪।୧୧: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି…

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ: ଝୁରୁଛି କଳାହାଣ୍ଡି

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ):କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିତ ରାତିରେ ଭବାନୀପାଟଣାସ୍ଥିତ ବାସ ଭବନରେ ପରଲୋକ…

ବାତ୍ୟା ‘ଅର୍ଣ୍ଣବ’ ପରେ ପିଇବା ପାଣି ପାଇଁ ହାହାକାର: ୨୦୦ ପରିବାର ହନ୍ତସନ୍ତ

ଦାରିଙ୍ଗବାଡ଼ି, ୪/୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ରାସ୍ତା ବିଚ୍ଛିନ୍ନ ତ ଆଉ କେଉଁଠି ଭୂସ୍ଖଳନ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ…

“ଆମ ଗାଁରେ ଆମ ସରକାର, ବିଦେଶୀ କମ୍ପାନୀ ନାହିଁ ଦରକାର”: ଖଣ୍ଡୁଆଲ ମାଳି ବଞ୍ଚାଇବାକୁ କୋରାପୁଟ-କଳାହାଣ୍ଡି ସୀମାନ୍ତରେ ବିଶାଳ ଗର୍ଜନ

ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳର ଖଣ୍ଡୁଆଲ ମାଳିରେ ଖଣି ଖନନକୁ ବିରୋଧ କରି ଜନଆନ୍ଦୋଳନ ତୀବ୍ରରୁ ତୀବ୍ରତର…

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?