ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ର ଲହୁଲୁହାଣ

ନରସିଂହପୁର,୧୧ା୭ (ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କେତେଜଣ ଶିକ୍ଷକ ନିୟମ ଉଲ୍ଲଂଘନ କରି ପିଲାଙ୍କୁ ମାଡ଼ ମାରୁଛନ୍ତି। କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ଦେବଭୂଇଁ ପଞ୍ଚାୟତର ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଡେପୁଟେଶନ୍‌ରେ ଆସିଥିବା ଜଣେ ଶିକ୍ଷକ ୫ ଜଣ ପିଲାଙ୍କୁ ବେତରେ ପିଟି ଲହୁଲୁହାଣ କରିଛନ୍ତି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶନିବାର ସେ ବିଦ୍ୟାଳୟ କାମରେ ବଡ଼ମ୍ବା ଯାଇଥିଲେ। ଏନେଇ ଦିନକ ପାଇଁ ଦେବଭୂଇଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାଧବ ରାଉଳ ଏହି ବିଦ୍ୟାଳୟକୁ ଡେପୁଟେଶନରେ ଆସିଥିଲେ। ସେ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଚେୟାରରେ ବସି କିଛି ସମୟ ପାଇଁ ଶୋଇଯାଇଥିଲେ। ଏହି ସମୟରେ ଜଣେ ପିଲା ଶୌଚ ଯିବାକୁ ସାର୍‌ଙ୍କ ଅନୁମତି ମାଗିଥିଲା। ନିଦ ବାଉଳାରେ ସାର୍‌ ତାଙ୍କୁ ହଁ କରିଦେଇଥିଲେ। ଏହାର ସୁଯୋଗ ନେଇ ଆଉ ୪ଜଣ ଛାତ୍ର ମଧ୍ୟ ବାହାରକୁ ଚାଲିଯାଇଥିଲେ । ଛାତ୍ରମାନେ କିଛି ସମୟ ପରେ ଶ୍ରେଣୀଗୃହକୁ ଫେରିଲାବେଳକୁ ସାର୍‌ଙ୍କ ନିଦ ଭାଙ୍ଗି ଯାଇଥିଲା। ବିନା ଅନୁମତିରେ ବାହାରକୁ କାହିଁକି ଯାଇଥିଲ ବୋଲି କହି ଶିକ୍ଷକ ରାଉଳ ସେମାନଙ୍କୁ ବେତରେ ନିର୍ଘାତ ପିଟିଥିଲେ। ଫଳରେ ଛାତ୍ରମାନେ ଯନ୍ତ୍ରଣା ଅନୁଭବ କରି ଘରେ ଜଣାଇଥିଲେ। ଏହାପରେ ଅଭିଭାବକମାନେ ସେମାନଙ୍କୁ ନେଇ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସହ ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ରବୀନ୍ଦ୍ର କୁମାର ପ୍ରଧାନ ଆହତ ଛାତ୍ରମାନଙ୍କୁ ଭେଟିବା ସହ ଘଟଣା ସମ୍ପର୍କରେ ଅଭିଭାବକଙ୍କ ସହ ଆଲୋଚନା କରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତଶ୍ରୁତି ଦେଇଥିଲେ। ଶିକ୍ଷକ ମାଧବ ରାଉଳ ସେହି ଗ୍ରାମର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ କିଛି ଗ୍ରାମବାସୀ ଓ ଜନପ୍ରତିନିଧି ଘଟଣାରେ ହସ୍ତକ୍ଷେପ କରି ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା କରିଦେଇଥିଲେ। ମାଡ଼ ମାରିବା ଘଟଣାକୁ ବିଇଓ ପ୍ରଧାନ ନିନ୍ଦା କରିବା ସହ ବୁଝାମଣା ହୋଇଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇଥିଲେ ମଧ୍ୟ ରାଉଳଙ୍କୁ ତାଗିଦ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବେ ଡିଆଇଜି

ଅନୁଗୋଳ ଅଫିସ, ୩।୭ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ.ସାର୍ଥକ ଷଡ଼ଙ୍ଗୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିଛନ୍ତି। ସେ ନ୍ୟୁୟର୍କସ୍ଥିତ...

ଦୁର୍ଦ୍ଦାନ୍ତ ଅପରାଧୀ ମୁଜାଫରଙ୍କୁ କୋର୍ଟଚାଲାଣ

ଝୁମ୍ପୁରା,୮।୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍‌ଡି ମୁଜାଫରଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଚୋରି,...

ଭଙ୍ଗା ଘରେ ବିତୁଛି ଜୀବନ

ବଡଗାଁ ,୧୧।୧(ଡି.ଏନ.ଏ.): ୩୦ ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଏକମାତ୍ର ପୁଅର ଲାଳନପାଳନ ଦାୟିତ୍ୱ ଏକାକୀ ସମ୍ଭାଳିବାକୁ ପଡ଼ିଲା। ଯେଉଁ ମାଟି ଘର ଖଣ୍ଡିଏ...

ନୂଆ କୋଲ୍‌ ବ୍ଲକ ଅଞ୍ଚଳ ପାଇଁ ହେବ ବନ୍ୟଜନ୍ତୁ ପରିଚାଳନା ଯୋଜନା

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଖଣି ଖନନ ଯୋଗୁ ରାଜ୍ୟରେ ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ ହେଉଛି। ନୂତନ ଭାବେ ପ୍ରଦାନ କରାଯାଇଥିବା କୋଇଲା ଖଣି ଅଞ୍ଚଳରେ ହାତୀ ସମେତ ବନ୍ୟ ଜୀବଜନ୍ତୁମାନଙ୍କର...

କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ...

ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ମାଗଣା ମାସ୍କ ବଣ୍ଟନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ସଚେତନତା ପରିପ୍ରେକ୍ଷୀରେ ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ନିମାପଡ଼ା ପୂର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ୫ଶହ ଲୋକଙ୍କୁ...

ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣରେ ଲାଞ୍ଚ ଅଭିଯୋଗ

ଯାଜପୁର ଅଫିସ,୨୮।୮: ଯାଜପୁର ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସିରେ ଫାଇଲ୍‌ ଘୁଞ୍ଚେ ନାହିଁ ବୋଲି ଠିକାଦାରମାନେ ଅଭିଯୋଗ କରିଆସୁଛନ୍ତି। ଏଭଳି...

ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ, ଆଗୁଆ ଦିଆଯିବ ୩ ମାସର ପିଡିଏସ୍‌ ସାମଗ୍ରୀ: ମନ୍ତ୍ରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ। କିଛି ଗୁଜବକାରୀ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ଲୋକେ ସଚେତନ ହେବା ଦରକାର, ଆମେ...

Advertisement
Archives

Model This Week