ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ର ଲହୁଲୁହାଣ

ନରସିଂହପୁର,୧୧ା୭ (ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କେତେଜଣ ଶିକ୍ଷକ ନିୟମ ଉଲ୍ଲଂଘନ କରି ପିଲାଙ୍କୁ ମାଡ଼ ମାରୁଛନ୍ତି। କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ଦେବଭୂଇଁ ପଞ୍ଚାୟତର ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଡେପୁଟେଶନ୍‌ରେ ଆସିଥିବା ଜଣେ ଶିକ୍ଷକ ୫ ଜଣ ପିଲାଙ୍କୁ ବେତରେ ପିଟି ଲହୁଲୁହାଣ କରିଛନ୍ତି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶନିବାର ସେ ବିଦ୍ୟାଳୟ କାମରେ ବଡ଼ମ୍ବା ଯାଇଥିଲେ। ଏନେଇ ଦିନକ ପାଇଁ ଦେବଭୂଇଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାଧବ ରାଉଳ ଏହି ବିଦ୍ୟାଳୟକୁ ଡେପୁଟେଶନରେ ଆସିଥିଲେ। ସେ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଚେୟାରରେ ବସି କିଛି ସମୟ ପାଇଁ ଶୋଇଯାଇଥିଲେ। ଏହି ସମୟରେ ଜଣେ ପିଲା ଶୌଚ ଯିବାକୁ ସାର୍‌ଙ୍କ ଅନୁମତି ମାଗିଥିଲା। ନିଦ ବାଉଳାରେ ସାର୍‌ ତାଙ୍କୁ ହଁ କରିଦେଇଥିଲେ। ଏହାର ସୁଯୋଗ ନେଇ ଆଉ ୪ଜଣ ଛାତ୍ର ମଧ୍ୟ ବାହାରକୁ ଚାଲିଯାଇଥିଲେ । ଛାତ୍ରମାନେ କିଛି ସମୟ ପରେ ଶ୍ରେଣୀଗୃହକୁ ଫେରିଲାବେଳକୁ ସାର୍‌ଙ୍କ ନିଦ ଭାଙ୍ଗି ଯାଇଥିଲା। ବିନା ଅନୁମତିରେ ବାହାରକୁ କାହିଁକି ଯାଇଥିଲ ବୋଲି କହି ଶିକ୍ଷକ ରାଉଳ ସେମାନଙ୍କୁ ବେତରେ ନିର୍ଘାତ ପିଟିଥିଲେ। ଫଳରେ ଛାତ୍ରମାନେ ଯନ୍ତ୍ରଣା ଅନୁଭବ କରି ଘରେ ଜଣାଇଥିଲେ। ଏହାପରେ ଅଭିଭାବକମାନେ ସେମାନଙ୍କୁ ନେଇ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସହ ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ରବୀନ୍ଦ୍ର କୁମାର ପ୍ରଧାନ ଆହତ ଛାତ୍ରମାନଙ୍କୁ ଭେଟିବା ସହ ଘଟଣା ସମ୍ପର୍କରେ ଅଭିଭାବକଙ୍କ ସହ ଆଲୋଚନା କରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତଶ୍ରୁତି ଦେଇଥିଲେ। ଶିକ୍ଷକ ମାଧବ ରାଉଳ ସେହି ଗ୍ରାମର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ କିଛି ଗ୍ରାମବାସୀ ଓ ଜନପ୍ରତିନିଧି ଘଟଣାରେ ହସ୍ତକ୍ଷେପ କରି ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା କରିଦେଇଥିଲେ। ମାଡ଼ ମାରିବା ଘଟଣାକୁ ବିଇଓ ପ୍ରଧାନ ନିନ୍ଦା କରିବା ସହ ବୁଝାମଣା ହୋଇଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇଥିଲେ ମଧ୍ୟ ରାଉଳଙ୍କୁ ତାଗିଦ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri