Posted inଜାତୀୟ

ତିହାରରେ ତାଣ୍ଡବ: ନିଜକୁ ଆହତ କଲେ ୫ କଏଦୀ

ନୂଆଦିଲ୍ଲୀ,୭ ।୧: ତିହାରର ୩ ନମ୍ବର ଜେଲରେ ୫ ଜଣ କଏଦୀ ମୁଣ୍ଡ ବାଡେଇ ଲହୁ ଲୁହାଣ ହୋଇଥିବା ଜଣାପଡିଛି । ସିସି ଟିଭି କ୍ୟାମେରାରେ କଏଦୀଙ୍କର ଏହି କାଣ୍ଡ ଦେଖିବା ପରେ ତୁରନ୍ତ ଜେଲ କର୍ମଚାରୀ ସେଠାରେ ପହଞ୍ଚି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିଛିଦିନ ହେବ କଏଦୀମାନେ ପରସ୍ପର ଉପରକୁ ଆକ୍ରମଣ କରୁଥିବାରୁ ସେମାନଙ୍କ ଉପରେ କଡା ନଜର ରଖାଯାଇଛି । ଏଥିରେ ବ୍ୟସ୍ତ ବିବ୍ରତ ହୋଇ କଏଦୀମାନେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ଏମାନେ ସମସ୍ତେ ଜେଲରେ ଲାଗିଥିବା ଲୁହା ରଡରେ ମୁଣ୍ଡ ପିଟିପିଟି ଫଟାଇଥିବା ଦେଖିବାକୁ ମିଳିଛି । ଜେଲ ମହାନିର୍ଦ୍ଦେଶକ ସନ୍ଦିପ ଗୋୟଲ କହିଛନ୍ତି କଏଦୀମାନେ ନିଜେ ନିଜକୁ ଆଘାତ କରିଛନ୍ତି । ଏହା ମଙ୍ଗଳବାରର ଘଟଣା ବୋଲି ଜେଲ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଜଣେ କଏଦୀଙ୍କ ନିକଟରେ ମୋବାଇଲ ଥିବା ୱାଡର ସୂଚନା ଦେବା ପରେ ଏହାର ଯାଞ୍ଚ କରାଯିବା ସମୟରେ ଭୟରେ କଏଦୀ ଜଣକ ମୋବାଇଲଟିକୁ ଗିଳି ଦେଇଥିଲେ । ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଧୋନୀଙ୍କ ପ୍ରଶଂସକଙ୍କୁ ଲାଗିଲା ଶକ୍ତ ଝଟକା, ଆସିଲା ଏମିତି ଖବର

ନୂଆଦିଲ୍ଲୀ,୨୭।୪: ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ କହିଛନ୍ତି ଯେ 2026 ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ…

ପଶ୍ଚିମବଙ୍ଗରେ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରୋଡ୍‌ ଶୋ’ କରି ଭାଜପା ପ୍ରାର୍ଥୀଙ୍କ…

ଭୁବନେଶ୍ୱର,୨୭ା୪: ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରୋଡ୍‌ ଶୋ’ ସାଙ୍ଗକୁ ପରିବର୍ତ୍ତନ ସମାବେଶରେ ଯୋଗଦେବେ। ଏଥିସହିତ ବଗଡ଼ାରେ ରୋଡ୍‌ ଶୋ’…

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି, ଗରା ବାଲଟି ଧରି ଧାରଣାରେ ବସିଲେ

ଉଦଳା,୨୭ା୪(ସନ୍ତୋଷ କୁମାର ବାଚ୍ଛିନୀ): ଦୀର୍ଘ ବର୍ଷ ହେବ ଗ୍ରାମରେ ରହିଛି ପାନୀୟ ଜଳ ସମସ୍ୟା। ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ…

ଗଞ୍ଜାମ ଏନ୍‌ଏସିର ଠିକଣା ବଦଳିଲା, ଏଣିକି ନୂଆ ପରିଚୟ ହେଉଛି…

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ ଏବେ ଖାଁ ଖାଁ। ବର୍ତ୍ତମାନ ଗଞ୍ଜାମ ଏନ୍‌ଏସିର ନୂଆ ପରିଚୟ ଏବେ…

ପାକିସ୍ତାନକୁ ଭାରତୀୟ ସେନାର କଡ଼ା ଚେତାବନୀ, କହିଲା ‘ପ୍ରମାଣ ଯୁକ୍ତି କରେ ନାହିଁ; ଏହା ନିଷ୍ପତ୍ତି ନିଏ – କେବଳ ୨୨ ମିନିଟରେ…”

ନୂଆଦିଲ୍ଲୀ,୨୭।୪: ଅପରେଶନ ସିନ୍ଦୂରର ବାର୍ଷିକୀ ପୂର୍ବରୁ, ଭାରତୀୟ ସେନା ସୋମବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲା, ଯେଉଁଥିରେ ସେ ବର୍ଣ୍ଣନା କରିଥିଲା ଯେ କିପରି…

ରାଜ୍ୟସଭା ସଚିବାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଭାଜପାର ହେଲେ ରାଘବ ଚଢାଙ୍କ ସମେତ ସମସ୍ତ ୭ ବିଦ୍ରୋହୀ ଏଏପି ଏମପି

ନୂଆଦିଲ୍ଲୀ,୨୭।୪: ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (AAP) କୁ ବଡ଼ ଝଟକା ଲାଗିଛି। ରାଜ୍ୟ ସଭା ସମସ୍ତ ବିଦ୍ରୋହୀ AAP ଏମପିଙ୍କୁ – ରାଘବ ଚଡ୍ଡାଙ୍କ…

ଆନ୍ଧ୍ର ବି.ଇଡି ନାମଲେଖା ନାଁରେ ଠକେଇ, ୨ ଗିରଫ

ଝାରସୁଗୁଡ଼ା,୨୭।୪ (ଆଶିଷ ରଞ୍ଜନ ଦାଶ): ଓଡ଼ିଶାର ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଥିବା ଏକ ଆନ୍ତଃରାଜ୍ୟ ଶିକ୍ଷା ଠକେଇ ର଼୍ୟାକେଟକୁ ଝାରସୁଗୁଡ଼ା ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ…

ଆରମ୍ଭ ହେବ ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା, ରଙ୍ଗବେରଙ୍ଗ ଆଲୋକମାଳା ଝଲସୁଛି କୋରାପୁଟ ସହର

କୋରାପୁଟ,୨୭।୪(ଅମିତାଭ ବେହେରା ): ସୋମବାରଠୁ କୋରାପୁଟ ସହରରେ ଆରମ୍ଭ ହେବାକୁ ଯାଉଛି ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା । ତେଣୁ ମା’ଙ୍କ ପୁଚିଲାସାହିସ୍ଥିତ ଅସ୍ଥାୟୀ ମଣ୍ଡପ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri