ବିଏମ୍‌ସି କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟାରମ୍ଭ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନିର୍ମିତ ହୋଇଥିବା କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ ପ୍ରାୟ ୩ ବର୍ଷ ପରେ କାର୍ଯ୍ୟାରମ୍ଭ ହୋଇଛି। ଏ ନେଇ ବୁଧବାର ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ନିର୍ବାହୀ ଯନ୍ତ୍ରୀ ବସନ୍ତ ପାଢୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଏହି ପ୍ରକଳ୍ପ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ପରିଦର୍ଶନ ବେଳେ ଆଲୋଚନା କରିଥିଲେ। ବିଶେଷକରି ଆବର୍ଜନା ପୃଥକୀକରଣ ସମୟରେ ପଲିଥିନ ଓ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ଜରିଆରେ ସେଥିରୁ ପ୍ରସ୍ତୁତ ମେଟାଲ, ସାର ଓ ଖତକୁ କିଭଳି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ସେ ନେଇ ସମୀକ୍ଷା କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୦୮ ରେ ମହୁଡାଠାରେ ବିଏମ୍‌ସି ପକ୍ଷରୁ ୩୧.୬୨ ଏକର ଜାଗାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ କରିବାକୁ ସ୍ଥାନ ଚିହ୍ନଟ ହୋଇଥିଲା। ଏ ନେଇ କାଉନ୍‌ସିଲ ବୈଠକରେ ପ୍ରସ୍ତାବକୁ ମଞ୍ଚୁରୀ ମିଳିଥିଲା। କିନ୍ତୁ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ହୋଇପାରି ନ ଥିଲା। ଏହାପରେ ୨୦୧୩ ରେ ଟେଣ୍ଡର ଡକାଯାଇଥିଲା। କିନ୍ତୁ ୨୦୧୪ରେ ସ୍ବଚ୍ଛ ଭାରତ ମିଶନକୁ ଗୁରୁତ୍ୱ ଦିଆଯାଇ ୧୫ ଲକ୍ଷ ଟଙ୍କା ବ୍ୟୟରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ର୍‌କଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଫଳରେ ପ୍ରକଳ୍ପ କାର୍ଯ୍ୟ ଅଗ୍ରସର ହୋଇଥିଲା। ଏଥିସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଜନ ଶୁଣାଣୀରେ ଅଞ୍ଚଳବାସୀଙ୍କ ପ୍ରକଳ୍ପ କାର୍ଯ୍ୟ ନେଇ ସମର୍ଥନ ମଧ୍ୟ ମିଳିଥିଲା। ଏହାପରେ ବିଏମ୍‌ସି ପକ୍ଷରୁ ବରୋଦାର ଏକ କମ୍ପାନୀକୁ ଟେଣ୍ଡର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା। କିନ୍ତୁ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବରୁ ବିଏମସି ପକ୍ଷରୁ ପୁଣି ଥରେ ଟେଣ୍ଡର ଆହ୍ବାନ ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଥିଲା। ଫଳରେ ପୁଣେର ଏକ କମ୍ପାନୀକୁ ୨୦୧୭ରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଟେଣ୍ଡର ଦିଆଯାଇଥିଲା। ଏଥିସହ ୨୦୧୮ରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସମ୍ପୃକ୍ତ କମ୍ପାନୀର କେତେକ ସମସ୍ୟାରୁ ପ୍ରକଳ୍ପ କାର୍ଯ୍ୟ ସମୟ ସୀମା ବୃଦ୍ଧି ପାଇ ୨୦୧୯ ଜାନୁୟାରୀରେ ଶେଷ ହେବାର ଥିଲା। କିନ୍ତୁ ପ୍ରାୟ ୩ ବର୍ଷ ପରେ ବର୍ତ୍ତମାନ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟାରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri