ସୀମାନ୍ତରୁ ଧରାପଡିଲେ ୫ ମାଓବାଦୀ

ମାଲକାନଗିରି,୨୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୋଲିସ ଏବଂ ସିଆରପିଏଫ-୧୫୧ବାଟାଲିୟନ ପକ୍ଷରୁ ସର୍ଚ୍ଚ ଅପରେଶନ ବେଳେ ଜାରପାଲି ଜଙ୍ଗଲରୁ ୫ ଜଣ ମାଓବାଦୀ ଧରାପଡିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାପଡିଛି। ଅନ୍ୟ ୩ ଜଣ ହେଲେ କୁଞ୍ଜାମ ଯୋଗ, କରିମ ଭୀମା ଓ ଲେକମ ଭୀମା। ଖବରରୁ ଜଣାପଡିଛି ବିଜାପୁର ଜିଲା ପାମେଡ ଥାନା ଅଞ୍ଚଳରେ ଥିବା ଏହି ଜଙ୍ଗଲରେ ମାଓବାଦୀ ଦମନ ନେଇ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ଯବାନଙ୍କୁ ଦେଖି ମାଓବାଦୀମାନେ ନିଜ ବାଇକ୍‌ ଛାଡି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଯବାନମାନେ ସମ୍ପୃକ୍ତ ମାଓବାଦୀଙ୍କୁ କାବୁ କରି ଧରିଥିଲେ। ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ବିସ୍ଫୋରକ ସାମଗ୍ରୀ, ୧୦୦ଟି ଜେଲାଟିନ୍‌, ୨ଟି ବଡ ଜେଲାଟିନ୍‌, ୩୫ ମିଟର ତାର, ୨୦ କିଲୋ ୟୁରିଆ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

ନୂଆଦିଲ୍ଲୀ,୨୬।୮: ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ବଡ଼ ଘୋଷଣା…

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri