ଜମ୍ବୁ-ମାର୍ଶାଘାଇ କେନାଲରେ ମତ୍ସ୍ୟଜୀବୀଙ୍କ ନୌଚାଳନା : ଚାମ୍ପିୟନ ଦଳକୁ ଟ୍ରଫି ସହ ଚେକ୍‌ ପ୍ରଦାନ

ମହାକାଳପଡ଼ା, ୩୦।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ବଉଳକଣି ପଞ୍ଚାୟତ ଅନ୍ତର୍ଗତ ସ୍କୁଲଘେରି ଗ୍ରାମରେ ନେତାଜୀ ୟୁନାଇଟେଡ୍‌ ଯୁବକ ସଂଘ ପକ୍ଷରୁ ୩୫ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଚତୁର୍ଥ ବାର୍ଷିକ ନୌଚାଳନା ପ୍ରତିଯୋଗିତା ଶୁକ୍ରବାର ଜମ୍ବୁ-ମାର୍ଶାଘାଇ କେନାଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ଦକ୍ଷ ଓ ଅଭିଜ୍ଞ ମତ୍ସ୍ୟଜୀବୀମାନେ ଅଂଶଗ୍ରହଣ କରିଥିଲେ।

ସମୁଦ୍ର ଓ ନଦୀନାଳ ଘେରା ଏହି ଅଞ୍ଚଳର ମତ୍ସ୍ୟଜୀବୀମାନେ ଝଡ଼ବର୍ଷା ଓ ପ୍ରତିକୂଳ ପାଗରେ ମାଛ ଧରି ଜୀବିକା ନିର୍ବାହ କରନ୍ତି। ମାଛ ଧରିବା ସମୟରେ ପ୍ରତିକୂଳ ପାଗରେ କିପରି ନିଜକୁ ସୁରକ୍ଷିତ ରଖି ସମୁଦ୍ରରୁ କୂଳକୁ ଫେରିବାକୁ ହୁଏ, ସେଥିପାଇଁ ମତ୍ସ୍ୟଜୀବୀଙ୍କ ନୌଚାଳନା ଦକ୍ଷତା ଏହି ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ପ୍ରତିଯୋଗିତାରେ ଦୁଇଟି ନୌକାରେ ମୋଟ ୧୦ ଜଣ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀଙ୍କ ଦକ୍ଷତା ମାପିବା ପାଇଁ କେତେକ ବରିଷ୍ଠ ବ୍ୟକ୍ତିଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା। ପ୍ରତିଯୋଗିତା ଶେଷରେ ବିଜୟୀ ଦଳକୁ ଆୟୋଜକ କମିଟି ପକ୍ଷରୁ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଫାଇନାଲ୍‌ ରାଉଣ୍ଡରେ ମା’ ଗଙ୍ଗାମାତା ନୌକା ଟିମ୍‌ ଜମ୍ବୁ ଓ ମା’ ଗଜଲକ୍ଷ୍ମୀ ନୌକା ଟିମ୍‌ ବନ୍ଧପଡ଼ା-ପ୍ରଭାକରପୁର ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ଚାମ୍ପିୟନ ମା’ ଗଙ୍ଗାମାତା ଟିମ୍‌ ଜମ୍ବୁକୁ ଟ୍ରଫି ସହ ୫ ହଜାର ଟଙ୍କାର ଚେକ୍‌ ଏବଂ ରନର୍ସଅପ୍‌ ମା’ ଗଜଲକ୍ଷ୍ମୀ ଟିମ୍‌ ବନ୍ଧପଡ଼ା-ପ୍ରଭାକରପୁରକୁ ଟ୍ରଫି ସହ ୩ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ହଳଧର ସ୍ୱାଇଁ, ସରୋଜକାନ୍ତ ସାହୁ, ପ୍ରତାପ ଚନ୍ଦ୍ର ଦାସ, ରଞ୍ଜନ ଚୌଧୁରୀ, କ୍ରିଷ୍ଣ ପଦ ମଣ୍ଡଳ, ଜଗନ୍ନାଥ ଦଳାଇ ଓ ଜମ୍ବୁ ସରପଞ୍ଚ ବିଶ୍ୱଜିତ ବସୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଯୁବକ ସଂଘ ପକ୍ଷରୁ ଦିଲୀପ ମଣ୍ଡଳ, କୃପାସିନ୍ଧୁ ହାଲଦାର, ଖଗେନ ମିସ୍ତ୍ରୀ, ବିନୋଦ ମଣ୍ଡଳ, କାଳୀପଦ ମଣ୍ଡଳ ଓ ନିରଞ୍ଜନ ବିଶ୍ୱାସଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂ ଓ ମୁନା ସେଠୀ ପ୍ରମୁଖ ବିଚାରକ ମଣ୍ଡଳୀରେ ସାମିଲ ହୋଇଥିଲେ। କେନାଲର ଉଭୟ ପାର୍ଶ୍ୱରେ ୩ ହଜାରରୁ ଅଧିକ ଲୋକ ଏହି ନୌଚାଳନା ପ୍ରତିଯୋଗିତା ଉପଭୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ…

ମେରୁଦଣ୍ଡ ଭାଙ୍ଗିଲା ‘ଅର୍ଣ୍ଣବ’: ଜକର ପଞ୍ଚାୟତରେ ଉଜୁଡ଼ିଗଲା ଚାଷଜମି, ବାସହରା ପରିବାର, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଜନିତ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର…

ହେଲିକପ୍ଟରରେ ଆସିଲା ରିଲିଫ ସାମଗ୍ରୀ: ଆକାଶମାର୍ଗରୁ ବନ୍ୟା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ…

ଆନ୍ଦୋଳନ ପରେ ଚେତିଲା ପ୍ରଶାସନ ପୋଲିସ ସୁରକ୍ଷାରେ ବିପନ୍ନଙ୍କ ପାଖକୁ ଗଲା ରିଲିଫ, ଭୋକ ଉପାସରେ ଜଳବନ୍ଦି ଜୀବନ କାଟୁଥିଲେ ବନ୍ୟା ପୀଡ଼ିତ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଭୟଙ୍କର ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି। ନଦୀର ବନ୍ୟାଜଳ…

ବନ୍ୟାରେ ମାନବିକତାର ମୃତ୍ୟୁ: ପାଣିଘେରରେ ଲୋକେ, ବ୍ଲକ କାର୍ଯ୍ୟାଳୟର ଉଚ୍ଚ ସ୍ଥାନରେ ସୁରକ୍ଷିତ ରଖାଗଲା କର୍ମଚାରୀଙ୍କ ଗାଡ଼ି

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଚାରିଆଡ଼େ ବନ୍ୟାଜଳ।…

୧୩୮ ଦିନ ପରେ ଶନିଙ୍କ ସିଧା ଚଳନ: ୩ ରାଶିରେ ପ୍ରବଳ ଧନବର୍ଷା, ଚାକିରିରେ ବଡ଼ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଙ୍କ ଗତି ସବୁଠାରୁ ମନ୍ଥର ତଥା ପ୍ରଭାବଶାଳୀ ହୋଇଥାଏ। ସୂଚନାଯୋଗ୍ୟ ଯେ,…

ବନ୍ୟାରେ ଉଜୁଡ଼ିଲା ଜୀବିକା, ପାଣି ଭିତରୁ ସ୍ୱପ୍ନ ସାଉଁଟୁଛନ୍ତି ବ୍ୟବସାୟୀ: କିଏ ଖୋଜୁଛି ହଜିଯାଇଥିବା ସାମଗ୍ରୀ, କିଏ ମୁଠାଏ ଖାଦ୍ୟ ପାଇଁ ଡହଳବିକଳ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାରୁ ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଦୋକାନ ବଜାରରେ…

ଜିଓ ପ୍ଲାଟଫର୍ମସର ଧମାକା: ବମ୍ପର ଲିଷ୍ଟିଂ ପରେ Q2ରେ ଆଦାୟ କଲା ୮,୩୮୯ କୋଟି ଟଙ୍କା

ନୂଆଦିଲ୍ଲୀ,୩୦।୧୦: ନିକଟରେ ଶେୟାର ବଜାରରେ ତାଲିକାଭୁକ୍ତ ହେବା ପରେ ଜିଓ ପ୍ଲାଟଫର୍ମସ୍‌ ପକ୍ଷରୁ ଶୁକ୍ରବାର ପ୍ରଥମ ତ୍ରୈମାସିକ (ସେପ୍ଟେମ୍ବର କ୍ୱାର୍ଟର) ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?