ବନ ବିଭାଗର ନାଲିଆଖିରେ ମତ୍ସ୍ୟଜୀବୀ ଅତିଷ୍ଠ

ଅନୁଗୋଳ ଅଫିସ, ୨୩।୧୨:  ଅନୁଗୋଳ ଜିଲା ସାତକୋଶିଆ ମହାନଦୀ ଗଣ୍ଡ ଅଞ୍ଚଳରେ ମାଛଧରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀଙ୍କୁ ବନ ବିଭାଗର ବାରମ୍ବାର ନାଲିଆଖି ଅତିଷ୍ଠ କରୁଛି। ମାଛ ଧରିବାରେ କଟକଣା ଯୋଗୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ମାଛ ଧରି ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି। ତଥାପି ବନବିଭାଗର ତାଗିଦା ବଢ଼ି ଚାଲିଛି। ଆଇନ୍‌କାନୁନ୍‌ ଆଳରେ ବିକଳ୍ପ ବ୍ୟବସ୍ଥା ନ କରି ଜୀବିକାକୁ ଧ୍ୱଂସ କରିବାର ପ୍ରଚେଷ୍ଟାକୁ ସାତକୋଶିଆ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବିରାଧ କରାଯାଇଛି। ବୁଧବାର ରାମିଡହଠାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜୀବିକାର ସୁରକ୍ଷା ପାଇଁ ଜିଲା ପ୍ରଶାସନକୁ ଲିଖିତଭାବେ ଜଣାଇବା ସହ ଆବଶ୍ୟକସ୍ଥଳେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ ସଂଘ କର୍ମକର୍ତ୍ତା ରବୀନ୍ଦ୍ର ବାରିକ, ଅରୁଣ ବେହେରା, ଜ୍ଞାନରଞ୍ଜନ ସାହୁ, ଦଣ୍ଡଧର ନାୟକ, ସୁଦର୍ଶନ ବେହେରା, ଚେରୁ ସେଠ ପ୍ରମୁଖ ପ୍ରକାଶ କରିନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହର ଅଳିଆକୁ ନେଇ ତୁଟୁନି ବିବାଦ: ଆବର୍ଜନା ଗାଡ଼ି ଅଟକାଇଲେ ଲୋକେ

ଅନୁଗୋଳ ଅଫିସ, ୨୦।୯-ଅନୁଗୋଳ ପୌରପାଳିକାର ଅଳିଆ ବିବାଦ ଥମିବାର ନା ଧରୁନି। ଯୁଆଡ଼େ ଅଳିଆ ନେଇ ଗଲେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ...

ୟୁପିରେ ଉତ୍ସାହ, ଓଡ଼ିଶାରେ ନିରାଶା

ତାଳଚେର,୫।୩ (ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରଠାରେ ଥିବା ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)କୁ ଅଧିଗ୍ରହଣ କରିବାର ୫ ବର୍ଷ ପରେ ଏନ୍‌ଟିପିସି ଉତ୍ତରପ୍ରଦେଶ(ୟୁପି)ର...

ଶୌଚାଳୟ ଅବସ୍ଥା ଶୋଚନୀୟ

ମାଧପୁର, ୨୩ା୮:  ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୪ବର୍ଷ ତଳେ...

ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ: ମାନବସେବା ହିଁ ମାଧବ ସେବା: ଜିଲାପାଳ

ତାଳଚେର,୬।୧୨(ନି.ପ୍ର.): ଅନୁଗୋଳ ଜିଲା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ୫୭ତମ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ମନୋଜ...

ରାତିରେ ଭାତ ନୁହେଁ, ରୁଟି ଦିଅ

ଅନୁଗୋଳ ଅଫିସ, ୧୫।୫ – ସଙ୍ଗରୋଧ କେନ୍ଦ୍ରରେ କିପରି ଖାଦ୍ୟ ଦିଆଯିବ ସେ ନେଇ ସରକାରଙ୍କ ଗାଇଡ୍‌ଲାଇନ୍‌ ରହିଛି। ହେଲେ ଅନୁଗୋଳ ସହରର ଦୁଇଟି କ୍ବାରାଣ୍ଟାଇନ୍‌...

୩ ଘଣ୍ଟା ଉଡିଲା ପାଉଁଶ

କଣିହାଁ, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ୩ ଘଣ୍ଟା ଧରି ଏନ୍‌ଟିପିସି ପ୍ରକଳ୍ପରୁ ପ୍ରବଳ ମାତ୍ରାରେ ପାଉଁଶ ଉଡିଥିଲା। ଏଥିଯୋଗୁ...

ପୋକତୁଙ୍ଗା ଡମସାହିରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା; ଦୂଷିତ କୂଅ ପାଣି ମୁଖ୍ୟ କାରଣ

ବନ୍ତଳା,୭।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ପ୍ରତିନିଧି ଦଳ ବୁଧବାର...

କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି

ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍‌) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫...

Advertisement
Archives

Model This Week