ମତ୍ସ୍ୟଜୀବୀଙ୍କୁ ୨ ମାସ ସମୁଦ୍ର ମନା

ବାଲିଆପାଳ, ୨୨।୪(ସ୍ବ.ପ୍ର.) ଦକ୍ଷିଣ ବାଲିଆପାଳର ୨୪ କି.ମି. ସମୁଦ୍ରକୂଳିଆ ଅଞ୍ଚଳର ଲୋକମାନେ ସମୁଦ୍ରରୁ ମାଛ ଧରି ଜୀବିକାନିର୍ବାହ କରନ୍ତି। ସରକାର ମତ୍ସ୍ୟଜୀବୀମାନଙ୍କୁ ଏପ୍ରିଲ ୧୫ଠାରୁ ଜୁନ୍‌ ୧୪ପର୍ଯ୍ୟନ୍ତ ୨ମାସ ସମୁଦ୍ରରୁ ମାଛ ଧରିବା ଉପରେ ରୋକ ଲଗାଇଛନ୍ତି। ଫଳରେ ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ସମୁଦ୍ରରେ ମାଛମାନଙ୍କର ପ୍ରଜନନ ସମୟ। ସେଥିପାଇଁ ସରକାର ଦୁଇ ମାସ ସମୁଦ୍ରରୁ ମାଛଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ନମ୍ବର ୫୧୫୪ ମାଧ୍ୟମରେ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ସମୁଦ୍ର ଉପରେ ନିର୍ଭର କରି ନିଜର ପରିବାର ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ପରିବାର ମୁଣ୍ଡରେ ଚଡକ ପଡ଼ିଛି। ସମୁଦ୍ରରୁ ମାଛ ଧରି ସମୁଦ୍ର କୂଳିଆ ହଜାର ହଜାର ମତ୍ସ୍ୟ ଜୀବୀଙ୍କ ପରିବାର ଏବେ ଚିନ୍ତାରେ।
ସାମୁଦ୍ରିକ ମତ୍ସ୍ୟ ନିୟମ ୧୯୮୨ ଅନୁଯାୟୀ ମାଛ ଓ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ପ୍ରତିବର୍ଷ ଏହି ଦୁଇମାସ ସମୁଦ୍ରରେ ମାଛଧରା ବନ୍ଦ ରହିଥାଏ। ତେଣୁ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସମସ୍ତ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲର ଆଦି ସମୁଦ୍ରକୁ ନ ଯିବାକୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି। ଫଳରେ ବାଲିଆପାଳ ବ୍ଲକର ସମୁଦ୍ରକୂଳିଆ ୨୪ କି.ମି.ରୁ ଅଧିକ ସୁଦୀର୍ଘ ବେଳାଭୂମିର ସମୁଦ୍ରରୁ ମାଛ ଧରି ପେଟ ପୋଷୁଥିବା ଲକ୍ଷାଧିକ ଲୋକ ଏବେ ରୋଜଗାରଶୂନ୍ୟ। ଚଉମୁଖଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀ ଜୀବିକା ହରାଇ କୂଳରେ ଡଙ୍ଗା ବାନ୍ଧି ବେକାର ହୋଇ ବସିବା ଫଳରେ ଜୀବନଜୀବିକା ବିପନ୍ନ ହୋଇଛି। ମୁହଁରୁ ହସ ଲିଭିଯାଇଛି।
ସରକାର ଓ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ଦୁଇମାସ ମତ୍ସ୍ୟଜୀବୀମାନଙ୍କ ପାଇଁ ଆର୍ଥତ୍କ ସହାୟତା ରାଶି ପ୍ରଦାନ କରାଯାଉନାହିଁ। ଏପରିକି ମତ୍ସ୍ୟଜୀବୀମାନଙ୍କ ତାଲିକା ଠିକ୍‌ ଭାବେ ପ୍ରସ୍ତୁତ ହେଉନାହିଁ। ଫଳରେ ସରକାରୀ ସହାୟତା ମିଳୁନାହିଁ ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନେଇ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ସ୍ଥାନୀୟ ମତ୍ସ୍ୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri