ବନ୍ୟାରେ ଭାସିଗଲା ମତ୍ସ୍ୟଚାଷୀଙ୍କ ଜୀବିକା

କେନ୍ଦ୍ରାପଡ଼ା ଅଫିସ, ୨୪ା୮: ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏଥିରେ ଜିଲାର ୭ ବ୍ଲକ ଅଞ୍ଚଳର ୯୯ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ଚାଷ ଓ ବାସକୁ ଉଜାଡ଼ି ଦେଇଛି। ଖରିଫ ଧାନ, ପରିବା ସହ ଜିଲାର ମତ୍ସ୍ୟଚାଷୀଙ୍କ ଜୀବିକାକୁ ବନ୍ୟା ପାଣି ଭସାଇ ନେଇଛି। ପ୍ରାୟ ୧୦ ହଜାର ମତ୍ସ୍ୟଚାଷୀ ଏବେ ଋଣ ଶୁଝିବା ଚିନ୍ତାରେ ଥିବା ବେଳେ ପରିବାର ଭରଣପୋଷଣ ନେଇ ହତାଶ ହୋଇ ପଡ଼ିଛନ୍ତି। ଅଦ୍ୟାବଧି ଏହାର ତଦନ୍ତ କରାଯାଇନାହିଁ। ତେବେ ଏହି କ୍ଷତିର ଆକଳନ କରି ଅନୁଦାନ ଯୋଗାଇ ଦେବାକୁ ମତ୍ସ୍ୟଚାଷୀମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ମାର୍ଶାଘାଇ ବ୍ଲକ ଆଇତିପୁର ଗ୍ରାମର ପ୍ରସନ୍ନ ନାୟକ କହିଛନ୍ତି, ଗତ ୮ ଦିନ ଧରି ଲୁଣା ନଦୀ ବନ୍ୟାଜଳ ଘେରରେ ଏହି ଗ୍ରାମ ଅଛି। ଗ୍ରାମରେ ଅଧିକାଂଶ ଲୋକ ପରିବା ଓ ମାଛଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ବି ଗ୍ରାମରୁ ଜଳ ନିଷ୍କାସନ ହୋଇ ପାରି ନ ଥିବାରୁ ମାଛଚାଷୀଙ୍କ ପୋଖରୀ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଚଳିତବର୍ଷ ଦୁଇ ପୋଖରୀରୁ ମାଛ ଅମଳ ଆରମ୍ଭ ହୋଇଥିଲା। ମାତ୍ର ୮ ହଜାର ଟଙ୍କାର ମାଛ ବିକ୍ରି ହୋଇଛି। ବନ୍ୟାଜଳ ପୋଖରୀକୁ ନଷ୍ଟ କରିଥିବାରୁ ପ୍ରାୟ ୨ ଲକ୍ଷ ଟଙ୍କା ବନ୍ୟାପାଣିରେ ଭାସିଗଲା। ଚାଷ ପାଇଁ ସ୍ଥାନୀୟ ଅଞ୍ଚଳରୁ ଧାରକରଜ କରିଥିଲି। ଏହାକୁ କିପରି ଶୁଝିବି ସେହି ଚିନ୍ତା ଏବେ ଘାରିଛି। ଆଳି ବ୍ଲକ ପଦନିପାଳ ଗ୍ରାମର ଆଲୋକ ବେହେରା କହିଛନ୍ତି, ଖରସ୍ରୋତା ନଦୀର ବନ୍ୟାଜଳ ଜୀବନ ଓ ଜୀବିକାକୁ ଛଡ଼ାଇ ନେଇଛି। ଲିଜ୍‌ରେ ନେଇଥିବା ୨୩ଟି ପୋଖରୀ ଉପରେ ଏବେ ବି ପାଣି ଚାଲିଛି। ବଡ଼ ଧରଣର କ୍ଷତି ହୋଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଡିହବଳରାମପୁର ଗ୍ରାମର ବିବେକାନନ୍ଦ ମଲ୍ଲିକ କହିଛନ୍ତି, ମାଛ ବିକ୍ରି ପାଇଁ ବ୍ୟବସାୟୀଙ୍କଠାରୁ ଅଗ୍ରିମ ୩୦ ହଜାର ଟଙ୍କା ଆଣିଥିଲି। ବନ୍ୟା ପୋଖରୀକୁ ନଷ୍ଟ କରି ଦେଇଥିବାରୁ ଏହି ଟଙ୍କା ଫେରାଇବାକୁ ପଡ଼ିବ। କୁସୁନୁପୁର ଗ୍ରାମର ଅକ୍ଷୟ ମଣ୍ଡଳ କହିଛନ୍ତି, ଚଳିତ ବନ୍ୟା ଚିଙ୍ଗୁଡ଼ି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଘେରିରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ପରେ ବନ୍ୟାଜଳ ଚିଙ୍ଗୁଡ଼ି ଚାଷକୁ ବିପର୍ଯ୍ୟସ୍ତ କରିଦେଇଛି। ଜିଲାର ଉପକୂଳ ଅଞ୍ଚଳରେ ହୋଇଥିବା ବନ୍ୟାରେ ପ୍ରାୟ ୮ ହଜାର ଚିଙ୍ଗୁଡ଼ି ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ସଭାପତି ହଳଧର ସେଠୀ କହିଛନ୍ତି, ସାମୁଦ୍ରିକ କଟକଣା ପରେ ଚଳିତ ବନ୍ୟା ମତ୍ସ୍ୟଜୀବୀଙ୍କ ଜୀବିକା ଉପାର୍ଜନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭିନ୍ନ ସମୟରେ ସାମୁଦ୍ରିକ କଟକଣା ସହ ଜିଲା ମତ୍ସ୍ୟଜୀବୀ ସମ୍ମୁଖୀନ ହେଉଛନ୍ତି। ମାଛଙ୍କ ପ୍ରଜନନ ସମୟର କିଛିଦିନ ମଧ୍ୟରେ ବନ୍ୟା ଆସି ମାଛଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ବନ୍ୟାର ଗୋଳିଆ ପାଣିରେ ମାଛ ନିଃଶ୍ୱାସ ନେଇ ନ ପାରି ମରି ଯାଇଥିବା ଅସମ୍ଭବ ନୁହେଁ। ସେହିପରି ବନ୍ୟା ଜଳରେ ଅଧିକାଂଶ ପୋଖରୀ ଓ ଗଡ଼ିଆରେ ପାଣି ପଶିଥିବାରୁ ମାଛ ବାହାରକୁ ଭାସିଯିବା ସମ୍ଭାବନା ଅଧିକ ରହିଛି। ଏ ସମ୍ପର୍କରେ ତୁରନ୍ତ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସଭାପତି ସେଠୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ବିଭାଗ ଅଧିକାରିଣୀ ମମତା ମହାପାତ୍ରଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ମାଛଚାଷ କ୍ଷତି ଆକଳନ ଆରମ୍ଭ ହୋଇଛି। ୯ ବ୍ଲକର ସମ୍ପ୍ରସାରଣ ଅଧିକାରୀଙ୍କୁ ଏ ନେଇ ଚିଠି ହୋଇଛି। ଆସନ୍ତା ୨୭ ତାରିଖ ମଧ୍ୟରେ କ୍ଷୟକ୍ଷତି ପରିମାଣ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri