ବନ୍ୟାରେ ଭାସିଗଲା ମତ୍ସ୍ୟଚାଷୀଙ୍କ ଜୀବିକା

କେନ୍ଦ୍ରାପଡ଼ା ଅଫିସ, ୨୪ା୮: ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏଥିରେ ଜିଲାର ୭ ବ୍ଲକ ଅଞ୍ଚଳର ୯୯ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ଚାଷ ଓ ବାସକୁ ଉଜାଡ଼ି ଦେଇଛି। ଖରିଫ ଧାନ, ପରିବା ସହ ଜିଲାର ମତ୍ସ୍ୟଚାଷୀଙ୍କ ଜୀବିକାକୁ ବନ୍ୟା ପାଣି ଭସାଇ ନେଇଛି। ପ୍ରାୟ ୧୦ ହଜାର ମତ୍ସ୍ୟଚାଷୀ ଏବେ ଋଣ ଶୁଝିବା ଚିନ୍ତାରେ ଥିବା ବେଳେ ପରିବାର ଭରଣପୋଷଣ ନେଇ ହତାଶ ହୋଇ ପଡ଼ିଛନ୍ତି। ଅଦ୍ୟାବଧି ଏହାର ତଦନ୍ତ କରାଯାଇନାହିଁ। ତେବେ ଏହି କ୍ଷତିର ଆକଳନ କରି ଅନୁଦାନ ଯୋଗାଇ ଦେବାକୁ ମତ୍ସ୍ୟଚାଷୀମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ମାର୍ଶାଘାଇ ବ୍ଲକ ଆଇତିପୁର ଗ୍ରାମର ପ୍ରସନ୍ନ ନାୟକ କହିଛନ୍ତି, ଗତ ୮ ଦିନ ଧରି ଲୁଣା ନଦୀ ବନ୍ୟାଜଳ ଘେରରେ ଏହି ଗ୍ରାମ ଅଛି। ଗ୍ରାମରେ ଅଧିକାଂଶ ଲୋକ ପରିବା ଓ ମାଛଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ବି ଗ୍ରାମରୁ ଜଳ ନିଷ୍କାସନ ହୋଇ ପାରି ନ ଥିବାରୁ ମାଛଚାଷୀଙ୍କ ପୋଖରୀ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଚଳିତବର୍ଷ ଦୁଇ ପୋଖରୀରୁ ମାଛ ଅମଳ ଆରମ୍ଭ ହୋଇଥିଲା। ମାତ୍ର ୮ ହଜାର ଟଙ୍କାର ମାଛ ବିକ୍ରି ହୋଇଛି। ବନ୍ୟାଜଳ ପୋଖରୀକୁ ନଷ୍ଟ କରିଥିବାରୁ ପ୍ରାୟ ୨ ଲକ୍ଷ ଟଙ୍କା ବନ୍ୟାପାଣିରେ ଭାସିଗଲା। ଚାଷ ପାଇଁ ସ୍ଥାନୀୟ ଅଞ୍ଚଳରୁ ଧାରକରଜ କରିଥିଲି। ଏହାକୁ କିପରି ଶୁଝିବି ସେହି ଚିନ୍ତା ଏବେ ଘାରିଛି। ଆଳି ବ୍ଲକ ପଦନିପାଳ ଗ୍ରାମର ଆଲୋକ ବେହେରା କହିଛନ୍ତି, ଖରସ୍ରୋତା ନଦୀର ବନ୍ୟାଜଳ ଜୀବନ ଓ ଜୀବିକାକୁ ଛଡ଼ାଇ ନେଇଛି। ଲିଜ୍‌ରେ ନେଇଥିବା ୨୩ଟି ପୋଖରୀ ଉପରେ ଏବେ ବି ପାଣି ଚାଲିଛି। ବଡ଼ ଧରଣର କ୍ଷତି ହୋଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଡିହବଳରାମପୁର ଗ୍ରାମର ବିବେକାନନ୍ଦ ମଲ୍ଲିକ କହିଛନ୍ତି, ମାଛ ବିକ୍ରି ପାଇଁ ବ୍ୟବସାୟୀଙ୍କଠାରୁ ଅଗ୍ରିମ ୩୦ ହଜାର ଟଙ୍କା ଆଣିଥିଲି। ବନ୍ୟା ପୋଖରୀକୁ ନଷ୍ଟ କରି ଦେଇଥିବାରୁ ଏହି ଟଙ୍କା ଫେରାଇବାକୁ ପଡ଼ିବ। କୁସୁନୁପୁର ଗ୍ରାମର ଅକ୍ଷୟ ମଣ୍ଡଳ କହିଛନ୍ତି, ଚଳିତ ବନ୍ୟା ଚିଙ୍ଗୁଡ଼ି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଘେରିରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ପରେ ବନ୍ୟାଜଳ ଚିଙ୍ଗୁଡ଼ି ଚାଷକୁ ବିପର୍ଯ୍ୟସ୍ତ କରିଦେଇଛି। ଜିଲାର ଉପକୂଳ ଅଞ୍ଚଳରେ ହୋଇଥିବା ବନ୍ୟାରେ ପ୍ରାୟ ୮ ହଜାର ଚିଙ୍ଗୁଡ଼ି ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ସଭାପତି ହଳଧର ସେଠୀ କହିଛନ୍ତି, ସାମୁଦ୍ରିକ କଟକଣା ପରେ ଚଳିତ ବନ୍ୟା ମତ୍ସ୍ୟଜୀବୀଙ୍କ ଜୀବିକା ଉପାର୍ଜନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭିନ୍ନ ସମୟରେ ସାମୁଦ୍ରିକ କଟକଣା ସହ ଜିଲା ମତ୍ସ୍ୟଜୀବୀ ସମ୍ମୁଖୀନ ହେଉଛନ୍ତି। ମାଛଙ୍କ ପ୍ରଜନନ ସମୟର କିଛିଦିନ ମଧ୍ୟରେ ବନ୍ୟା ଆସି ମାଛଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ବନ୍ୟାର ଗୋଳିଆ ପାଣିରେ ମାଛ ନିଃଶ୍ୱାସ ନେଇ ନ ପାରି ମରି ଯାଇଥିବା ଅସମ୍ଭବ ନୁହେଁ। ସେହିପରି ବନ୍ୟା ଜଳରେ ଅଧିକାଂଶ ପୋଖରୀ ଓ ଗଡ଼ିଆରେ ପାଣି ପଶିଥିବାରୁ ମାଛ ବାହାରକୁ ଭାସିଯିବା ସମ୍ଭାବନା ଅଧିକ ରହିଛି। ଏ ସମ୍ପର୍କରେ ତୁରନ୍ତ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସଭାପତି ସେଠୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ବିଭାଗ ଅଧିକାରିଣୀ ମମତା ମହାପାତ୍ରଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ମାଛଚାଷ କ୍ଷତି ଆକଳନ ଆରମ୍ଭ ହୋଇଛି। ୯ ବ୍ଲକର ସମ୍ପ୍ରସାରଣ ଅଧିକାରୀଙ୍କୁ ଏ ନେଇ ଚିଠି ହୋଇଛି। ଆସନ୍ତା ୨୭ ତାରିଖ ମଧ୍ୟରେ କ୍ଷୟକ୍ଷତି ପରିମାଣ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri