ମାଛବଂଶ ଲୋପ, ଚିନ୍ତାରେ ମତ୍ସ୍ୟଜୀବୀ

ରାଉରକେଲା,୧୦।୩(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହର ଦେଇ ପ୍ରବାହିତ ବ୍ରାହ୍ମଣୀ, କୋଏଲ ଏବଂ ଶଙ୍ଖ ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହି ୩ ନଦୀ କ୍ରମେ ପ୍ରଦୂଷିତ ହେବାରେ ଲାଗିଛି। ଏହା ନଦୀରେ ମାଛବଂଶ ବୃଦ୍ଧିରେ ବାଧକ ସାଜିବା ସହ ଏହାର ସିଧାସଳଖ ପ୍ରଭାବ ତଟବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପଡୁଛି।
ସୂଚନା ଅନୁସାରେ, ଏହି ପ୍ରମୁଖ ୩ ନଦୀରୁ ପ୍ରତ୍ୟେହ ମାଛ ମାରି ସହର ତଥା ତଟବର୍ତ୍ତୀ ମତ୍ସ୍ୟଜୀବୀ ଜୀବିକା ନିର୍ବାହ କରନ୍ତି। ମାତ୍ର ବାରମ୍ବାର ପ୍ରଶାସନର ବାରଣ ଏବଂ ତାଗିଦ ସତ୍ୱେ ତିନି ପ୍ରମୁଖ ନଦୀ ଗର୍ଭକୁ ରାସାୟନିକ ଏବଂ ବିଶାକ୍ତ ଦ୍ରବ୍ୟଯୁକ୍ତ ଉପାଦାନ ଛଡାଯାଉଛି। ଯାହାର ପ୍ରଭାବ ସିଧାସଳଖ ନଦୀ, ନଦୀରେ ଥିବା ଜଳଜୀବ ଓ ମତ୍ସ୍ୟଜୀବୀଙ୍କ ଉପରେ ପଡୁଥିବା ଅଭିଯୋଗ ହେଉଛି। ଉକ୍ତ ନଦୀରୁ ପୂର୍ବରୁ ପ୍ରବଳ ମାତ୍ରାରେ ବଳିଆ, କଣା, ବାମୀ ବା ବଏଁରା, ରୋହୀ, ଶେଉଳ ମାଛ ଏବଂ ବଡ ଚିଙ୍ଗୁଡି ମିଲୁଥିଲେ। ମାତ୍ର ବର୍ତ୍ତମାନ ଜଳଜୀବ ବଂଶ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଗଲେଣି। ଫଳରେ ନଦୀରେ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ କୌଳିକ ବୃତ୍ତି ଠପ୍‌ ହୋଇଯାଇଛି। ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ସେମାନେ ନଦୀରୁ ପ୍ରବଳ ମାଛ ମାରି ଭଲ ରୋଜଗାର କରୁଥିଲେ। ମାତ୍ର ଗତ କିଛିବର୍ଷ ହେଲା ସକାଳୁ ସନ୍ଧ୍ୟା ଯାଏଁ ପରିଶ୍ରମ କଲେ ମଧ୍ୟ ଆଉ ମାଛ ଜାଲରେ ପଡୁ ନ ଥିବା କୁହାଯାଉଛି। ରାଉରକେଲା ଆମିଷ ବଜାରରେ ଦେଶୀ ମାଛ ମିଳୁନାହିଁ। ନଦୀ ପ୍ରଦୂଷଣ ନେଇ ପ୍ରଦୂଷଣ ବିଭାଗ, ମତ୍ସ୍ୟ ବିଭାଗ ଓ ଆରଏମସି ଅବଗତ ଥିଲେ ସୁଦ୍ଧା ନଦୀ ଗୁଡିକୁ ଅପମିଶ୍ରଣ ମୁକ୍ତ କରାଯାଇପାରୁନାହିଁ। ସେହିପରି ଦିନସାରା ପରିଶ୍ରମ କଲେ ଗୋଟିଏ କେଜି ମାଛ ମିଳୁନି। ବାଳିଆ, କଣା, ବାମୀ, ଶେଉଳ, ରୋହି, ଭାକୁର ଓ ବଡ ଚିଙ୍ଗୁଡି ଆଦି ନଦୀରୁ ବିଲୁପ୍ତ ହୋଇଗଲେଣି। ଏହାର ନଦୀଜଳ ପ୍ରଦୂଷଣ ଏହାର ମୁଖ୍ୟ କାରଣ ବୋଲି ନଦୀକୂଳିଆ ମତ୍ସ୍ୟଜୀବୀ ଅର୍ଜନ ନାଏକ, ଅଜୟ ନାଏକ ଏବଂ ବିପିନ ଟପ୍ପୋ ପ୍ରମୁଖ ମତ ଦେଇଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୈବର୍ତ୍ତ ସମାଜ ପକ୍ଷରୁ ଦାବି ହେଉଛି।
ଏ ନେଇ ରାଉରକେଲା କମିଶନର ଆଶୁତୋଷ କୁଲକର୍ଣ୍ଣୀଙ୍କୁ ପଚାରିବାରୁ ସେ କହିଥିଲେ, ନଦୀଗୁଡିକରୁ ମାଛବଂଶ ଲୋପ ପାଉଥିବା ଅଭିଯୋଗ କେତେଦୂର ଯୁକ୍ତିଯୁକ୍ତ ତାର ସମୀକ୍ଷା କରାଯିବ। ମାତ୍ର ମୋ ଜାଣିବାରେ ନଦୀଗୁଡିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହ ନଦୀ ପ୍ରଦୂଷଣ ରୋକିବା ସକାଶେ ବାଲୁଘାଟରେ ସୁଦୀର୍ଘ ପୋଖରୀ ନିର୍ମାଣ ହୋଇସାରିଛି। ଏହାସତ୍ତ୍ୱେ ଯଦି ନଦୀରେ ରାସାୟନିକ ଉପାଦାନ ମିଶ୍ରଣ ହେଉଛି ତାହା ଉପରେ ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି କୁଲକର୍ଣ୍ଣୀ କହିଥିଲେ। ଏ ସମ୍ପର୍କରେ ରାଉରକେଲା ସହର କୈବର୍ତ୍ତ ସମାଜ ସଭାପତି ନଟବର ବେହେରା କୁହନ୍ତି, ସହରରେ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୯ହଜାରରୁ ଊର୍ଦ୍ଧ୍ୱ ହେବ। ୪ଶହରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ବାହାରୁ ମାଛ କିଣି ସହରରେ ବିକ୍ରି କରୁଛନ୍ତି। ପୂର୍ବଭଳି ସହରରେ ନଦୀମାଛ ମିଲୁନାହିଁ। ନଦୀଗୁଡିକରେ ଅପମିଶ୍ରିତ ଉପାଦାନ ବୃଦ୍ଧି ଯୋଗୁ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେଉଛି। ଆଗକୁ କୈବର୍ତ୍ତ ସମାଜ ଏହା ବିରୋଧରେ ସ୍ବର ଶାଣିତ କରିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଗାଧୋଇ ଶ୍ୱେତଗଙ୍ଗାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ, ୮।୮(ଅଜିତ୍‌ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri