୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର,୧୦ା୩ (ସ୍ମୃତିରଞ୍ଜନ ମହାଲିକ):ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ଅନେକ ଦୋକାନରେ ୫ରୁ ୧୦ ଟଙ୍କା ଭିତରେ ଶସ୍ତାରେ ପାଣି ବୋତଲ ମିଳୁଛି। ତେବେ ଏହାର ବିଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଛି।
ପ୍ରଥମତଃ ପାଣି ବୋତଲ ପ୍ରସ୍ତୁତ ପାଇଁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ ଅନୁମତି ଆଣିବାକୁ ପଡିଥାଏ। ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନଳକୂପ ପାଣି, ଆର୍‌ଓ ମେଶିନ, ପାଣି ବୋତଲ ପ୍ରସ୍ତୁତ ପରେ ପରୀକ୍ଷା କରାଯାଇ ପାଣି ବିକ୍ରି ନିମନ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲାଇସେନ୍ସ ମିଳିଥାଏ ବୋଲି ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ପାଣି ପ୍ରସ୍ତୁତି ଓ ଏକ୍ସପାଏରି ତାରିଖ ବୋତଲରେ ରହିବା ନିୟମ ରହିଛି। ସହରରେ ଫାଷ୍ଟ ଗେଟ, ଲାଞ୍ଜିପଲୀ ଜାତୀୟ ରାଜପଥ ପାର୍ଶ୍ୱ ଓ ମହୁରୀ କାଳୁଆଠାରେ ୪ ଲାଇସେନ୍ସପ୍ରାପ୍ତ ପାଣି ବୋତଲ ପ୍ରସ୍ତୁତିକାରୀ କମ୍ପାନୀ ରହିଛି। ସେହିପରି ଲାଇସେନ୍ସ ପ୍ରାପ୍ତ ୮ଟି ସୋଡ଼ା ଓ ମୃଦ୍ୟୁ ପାନୀୟ ପ୍ରସ୍ତୁତକାରୀ କମ୍ପାନୀ ରହିଛି। କିନ୍ତୁ ସହରର ଗଳିକନ୍ଦିରେ ବିନା ଲାଇସେନ୍ସପ୍ରାପ୍ତ ପାଣି ବୋତଲ କାରଖାନା ଗଢି ଉଠିଛି; ଯେଉଁଠାରେ କେବଳ ଆରଓ ମେଶିନ ବ୍ୟବହାର ହେଉଛି। ଏ ବାବଦରେ ଖାଦ୍ୟ ସୁରକ୍ଷା ବିଭାଗ ଅବଗତ ଥାଇ ମଧ୍ୟ କାୈଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବିଆଇଏସ ଲାଇସେନ୍ସପ୍ରାପ୍ତ ପାଣି ବୋତଲ ପ୍ରସ୍ତୁତକାରୀ କମ୍ପାନୀଗୁଡିକରେ ବିଭାଗ ପକ୍ଷରୁ ୨ ଥର ଯାଞ୍ଚ ନିୟମ ରହିଛି। ଯାଞ୍ଚ ସମୟରେ କମ୍ପାନୀର ସ୍ବଚ୍ଛତା ଓ ଆରଓ ମେଶିନ ତଦାରଖକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏଥିସହ ବିଆଇଏସ୍‌ ଲାଇସେନ୍ସ ନବୀକରଣ ଯାଞ୍ଚ ନିୟମ ମଧ୍ୟ ରହିଛି। କିନ୍ତୁ ତାହା ଠିକ୍‌ ଭାବେ ହେଉ ନ ଥିବା ଅଭିଯୋଗ ହେଉଛି।
ଏ ନେଇ ବିଇଏମ୍‌ସି ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡଙ୍ଗାଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ଜାନୁଆରୀ ମାସରେ ସହରର ଗାୈରାଙ୍ଗ ବିହାରଠାରେ ଏକ ବେଆଇନ ପାଣି ବୋତଲ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢ଼ଉ କରାଯାଇ ମାଲିକଙ୍କୁ ଗିରଫ କରାଯାଇଥିଲା। ସେହିପରି ଗୁଡ୍‌ସ ରୋଡ୍‌ ଓ ଗୋପାଳପୁର ଜଙ୍କ୍‌ସନଠାରେ ଥିବା ବେଆଇନ ପାଣି ବୋତଲ କାରଖାନାରେ ଚଢ଼ାଉ କରାଯାଇ କମ୍ପାନୀ ସିଲ୍‌ କରାଯାଇଥିଲା। ଆମ ନିକଟକୁ କାୈଣସି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଏମ୍‌କେସିଜିର ଭେଷଜ ବିଭାଗର ଡା. ନୀହାର ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଲେ, ପ୍ଲାଷ୍ଟିକ ବୋତଲରେ ମିଳୁଥିବା ପିଇବା ପାଣିରେ ଆର୍ଦ୍ରତା ନ ଥାଏ। ଖରାଦିନେ ଜଳୀୟ ଅଂଶ କମ୍‌ ରହୁଥିବାରୁ କମ୍‌ ଆର୍ଦ୍ରତାଯୁକ୍ତ ପାଣି ପିଇବା ଦ୍ୱାରା ଖାଦ୍ୟ ବିଷାକ୍ତ ସହ ଜଣ୍ଡିସ, ଟାଇଫଏଡ୍‌ ଭଳି ରୋଗରେ ଶିକାର ହେବା ସମ୍ଭାବନା ରହିଛି। ବୁଦ୍ଧିଜୀବୀ ବିକାଶ ପ୍ରଧାନ କହିଛନ୍ତି ଯେ, ସହରର ବିଭିନ୍ନ ଦୋକାନରେ ମିଳୁଥିବା ପାଣି ବୋତଲଗୁଡ଼ିକର କାୈଣସି ବୈଧତା ରହୁନି। ପ୍ଲାଷ୍ଟିକ ବୋତଲଗୁଡ଼ିକ ଭଲ କି ଖରାପ ତାହା ଜଣାପଡୁନି। ପ୍ରଶାସନ ପକ୍ଷରୁ ଯାଞ୍ଚ ନ ହେବାରୁ ବହୁ ଅସାଧୁ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ପାଣି ପ୍ରସ୍ତୁତ କରି କମ୍‌ ମୂଲ୍ୟରେ ବଜାରକୁ ଛାଡୁଛନ୍ତି। ଫଳରେ ଲୋକେ ପେଟ ରୋଗରେ ପଡୁଛନ୍ତି। ବୋତଲ ପାଣି କେତେ ବିଶୁଦ୍ଧ ତାହା ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ, ଭାଙ୍ଗି ପଡ଼ିଲା କାନ୍ଥ: ଚାଲିଗଲା ବୃଦ୍ଧଙ୍କ ଜୀବନ

ପାଟଣା ,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମର ଢିପା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ…

ସମୁଦ୍ରରେ ଗାଧୋଇ ଶ୍ୱେତଗଙ୍ଗାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ, ୮।୮(ଅଜିତ୍‌ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri