ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏବେ ଆସିବେ ନାହିଁ ସ୍କୁଲ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଓଡ଼ିଶାରେ ମଧ୍ୟ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହି କାରଣରୁ ସତର୍କତା ଅବଲମ୍ବନ ପାଇଁ ପଦକ୍ଷେପ ନିଆଯାଉଛି। ଏସବୁ ଭିତରେ ପୁଣି ଶିକ୍ଷାନୁଷ୍ଠାନ ଖୋଳିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ର ଓ ଗୁଜରାଟରେ ପୁଣି ଥରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ତେଣୁ ଏପରି ସ୍ଥିତିରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନି। ଏନେଇ ବିଚାର ବିମର୍ଶ ଚାଲିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା କୋପ କମିବା ପରେ ଦୀର୍ଘ ୯ ମାସ ପରେ ଜାନୁଆରୀ ମାସରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିଥିଲା। ପରେ ପରେ ନବମ, ଏକାଦଶ ସହିତ ଅଙ୍ଗନବାଡି ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାଳୟାରେ ବିନ୍ଦୁସାଗର ମନା

ଭୁବନେଶ୍ୱର,୫।୧୦(ବ୍ୟୁରୋ): ବୁଧବାର ପବିତ୍ର ମହାଳୟା। ପିତୃ ପୁରୁଷଙ୍କ ଶ୍ରାଦ୍ଧ ତର୍ପଣ ପାଇଁ ବିନ୍ଦୁସାଗରରେ ଭିଡ଼ ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଇଛି ବିଏମ୍‌ସି।...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ଦାବିପତ୍ର: କେନ୍ଦୁପତ୍ର ଲାଭ ତୋଳାଳି, ଶ୍ରମିକଙ୍କୁ ଦିଅ

ଭୁବନେଶ୍ୱର,(ବ୍ୟୁରୋ)/  ପାଟଣା (ସ୍ବ.ପ୍ର.), ୧୪ ।୧୧:  କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ...

ସବୁ ଜିଲାରେ ସକାଳୁଆ ସ୍କୁଲ ପାଇଁ ଦାବି

ଭୁବନେଶ୍ୱର,୨୧।୬(ଅନୁରାଧା ମହାରଣା): ରାଜ୍ୟର କିଛି ଜିଲାକୁ ବାଦ୍‌ଦେଇ ପ୍ରାୟ ସମସ୍ତ ଜିଲାର ସ୍କୁଲ ବୁଧବାରଠାରୁ ଖୋଲୁଛି। ନିୟମିତ କାର୍ଯ୍ୟସୂଚୀ ଅନୁସାରେ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା...

୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ସତର୍କ ସୂଚନା ଜାରି

ସମ୍ବଲପୁର,୧୦ା୮(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ ଅଗଷ୍ଟ ୧୪ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥିର ହୋଇଛି।...

ଦଲାଲଙ୍କ ଗିରଫ ଦାବି କଲେ ଦାଦନ

ବ୍ରହ୍ମପୁର ଅଫିସ୍‌,୬ା୧୨- କର୍ନାଟକରୁ ଖସି ଆସିଥିବା ୪୨ ଦାଦନ ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଦଲାଲଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଣେ ମୁଖ୍ୟ ଦଲାଲ୍‌...

‘ସୁଶାନ୍ତ ସିଂଙ୍କ ସୁରକ୍ଷା ଦାୟିତ୍ୱ ବଢ଼ାଯାଉ’

ଭୁବନେଶ୍ବର, ୨୬।୧୧(ବ୍ୟୁରୋ): ବିଜେଡିର ଏକ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଭାଜପା ନେତାମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ୨୦୧୮ ବିଜେପୁର...

୨ ସପ୍ତାହ ସମୟ ମାଗିଲେ ଏଏସ୍‌ଆଇ, ରାଜ୍ୟ ସରକାର

କଟକ ଅଫିସ,୨୨ା୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏହି ମାମଲାରେ ବିସ୍ତୃତ ତଥ୍ୟ ରଖିବା...

ବାତ୍ୟାଞ୍ଚଳ ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩୦।୫(ବ୍ୟୁରୋ): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବାତ୍ୟା ‘ୟାସ’ରେ ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ। ଏହି ସର୍ଭେ ଆକାଶ ମାର୍ଗରୁ...

Advertisement
Archives

Model This Week