Posted inଖେଳ

ଭୁବନେଶ୍ୱରରେ ପ୍ରଥମଥର ବି.ସି. ରୟ ଟ୍ରଫି

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌), ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟ୍‌ବଲ ଟୁର୍ନାମେଣ୍ଟ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱରରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାକୁ ଯାଉଛି। ମ୍ୟାଚଗୁଡ଼ିକ ୟୁନିଟ-୩ସ୍ଥିତ କ୍ୟାପିଟାଲ ଫୁଟବଲ ଆରେନା ଏବଂ ୭ମ ବାଟାଲିୟନ ପରିସରରେ ଥିବା ଓଡ଼ିଶା ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ହେବ। ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏ ଦଳ ସ୍ଥାନ ପାଇଛନ୍ତି।

ଗ୍ରୁପ୍‌ ‘ସି’ରେ ଓଡ଼ିଶା
ଗ୍ରୁପ୍‌ ‘ଏ’ରେ ମିଜୋରାମ, କର୍ନାଟକ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଗ୍ରୁପ୍‌ ‘ବି’ରେ ମେଘାଳୟ, କେରଳ, ପଶ୍ଚିମବଙ୍ଗ ଓ ଜମ୍ମୁ-କଶ୍ମୀର ଦଳ ସ୍ଥାନ ପାଇଛି। ଗ୍ରୁପ୍‌ ‘ସି’ରେ ରହିଛି ଓଡ଼ିଶା। ଏହି ଗ୍ରୁପ୍‌ର ଅନ୍ୟ ଦଳଗୁଡ଼ିକ ହେଲେ ଉତ୍ତର ପ୍ରଦେଶ, ହରିୟାଣା ଓ ଛତିଶଗଡ଼। ସେହିପରି ଗ୍ରୁପ୍‌ ‘ଡି’ରେ ପଞ୍ଜାବ, ଗୋଆ, ତାମିଲନାଡ଼ୁ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସ୍ଥାନ ପାଇଛି। ମଙ୍ଗଳବାର କ୍ୟାପିଟାଲ ଆରେନାରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ୪ଟି ମ୍ୟାଚ୍‌ ଖେଳାଯିବ। ପୂର୍ବାହ୍ନ ୮ଟାରେ କ୍ୟାପିଟାଲ ଆରେନାରେ ମିଜୋରାମ-ଝାଡ଼ଖଣ୍ଡ ଏବଂ ଓଡ଼ିଶା ଫୁଟବଲ ଏକାଡେମୀରେ କର୍ନାଟକ-ମହାରାଷ୍ଟ୍ର ମ୍ୟାଚ୍‌ ଅନୁଷ୍ଠିତ ହେବ। ସେହିପରି ଅପରାହ୍ନ ୩ଟା ୩୦ରେ କ୍ୟାପିଟାଲ ଆରେନାରେ ଓଡ଼ିଶା-ହରିୟାଣା ଏବଂ ଓଡ଼ିଶା ଫୁଟ୍‌ବଲ ଏକାଡେମୀରେ ଉତ୍ତର ପ୍ରଦେଶ-ଛତିଶଗଡ଼ ମ୍ୟାଚ୍‌ ଖେଳାଯିବ। ହରିୟାଣା ବିପକ୍ଷରୁ ଓଡ଼ିଶା ଏହାର ଅଭିଯାନ ଆରମ୍ଭ କରିବାପରେ ୭ ତାରିଖରେ ଦ୍ୱିତୀୟ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ ଏବଂ ୯ରେ ତୃତୀୟ ମ୍ୟାଚ୍‌ରେ ଛତିଶଗଡ଼କୁ ଭେଟିବ। ୧୩ ତାରିଖରେ ୨ଟି ସେମିଫାଇନାଲ ଏବଂ ୧୫ରେ ଫାଇନାଲ ଅନୁଷ୍ଠିତ ହେବ।

ଓଡ଼ିଶାରେ ୬ଷ୍ଠ
ଏହାକୁ ମିଶାଇ ଓଡ଼ିଶାରେ ୬ଷ୍ଠ ଥର ପାଇଁ ବି.ସି. ରୟ ଟ୍ରଫି ଜାତୀୟ ଫୁଟ୍‌ବଲ ଖେଳ ହେବାକୁ ଯାଉଛି। ତେବେ ଭୁବନେଶ୍ୱରରେ ଏହା ପ୍ରଥମ। ପୂର୍ବରୁ ୫ ଥର ଏହା କଟକରେ ଅନୁଷ୍ଠିତ ହୋଇଥିଲା। କଟକରେ ୧୯୬୫ରେ ଏହା ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା ଏବଂ ଫାଇନାଲରେ ଆନ୍ଧ୍ର ପ୍ରଦେଶକୁ ୧-୦ ଗୋଲରେ ହରାଇ ଦିଲ୍ଲୀ ଚାମ୍ପିୟନ ହୋଇଥିଲା। ୪ ବର୍ଷ ପରେ ୧୯୬୯ରେ ଏହା ଦ୍ୱିତୀୟ ଥର ପାଇଁ କଟକରେ ହୋଇଥିଲା। ଓଡ଼ିଶା ଓ କେରଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ଗୋଲଶୂନ୍ୟ ରହିବାରୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ୧୯୭୭ରେ କଟକରେ ଏହା ତୃତୀୟ ଥରପାଇଁ ଆୟୋଜିତ ହୋଇଥିଲା। ପୂରା ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡ଼ିଶା ଫାଇନାଲରେ ବେଙ୍ଗଲଠାରୁ ୦-୧ ଗୋଲରେ ହାରି ରନରଅପ୍‌ରେ ସନ୍ତୁଷ୍ଟ ରହିଥିଲା। ୧୯୭୯ରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଫାଇନାଲରେ ଆନ୍ଧ୍ର ପ୍ରଦେଶକୁ ୧-୦ ଗୋଲରେ ହରାଇ କର୍ନାଟକ ଟ୍ରଫି ଜିତିଥିଲା। କଟକରେ ଶେଷ ଥର ପାଇଁ ଏହା ୨୦୧୮-୧୯ରେ ଆୟୋଜିତ ହୋଇଥିଲା। ଏହାର ଫାଇନାଲରେ ପଞ୍ଜାବକୁ ୧-୦ ଗୋଲରେ ହରାଇ ମିଜୋରାମ ଟାଇଟଲ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?