Posted inଜାତୀୟ

ଜି-୨୦କୁ କିଏ ଆସୁଛି, କିଏ ନାହିଁ ଧ୍ୟାନ ନ ଦେଇ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ୍‌: ଜୟଶଙ୍କର

ନୂଆଦିଲ୍ଲୀ,୫।୯: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଅନୁପସ୍ଥିତି ନିଶ୍ଚିତ ହୋଇଛି। ଅନେକ ଲୋକ ମଧ୍ୟ ଏହି ବିଷୟରେ ପ୍ରଶ୍ନ ଉଠାଉଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଜି-୨୦ ଶିଖର ସମ୍ମିଳନୀରେ କିଏ ଯୋଗ ଦେଉଛନ୍ତି ଏବଂ କିଏ ନାହାଁନ୍ତି, ତାହାକୁ ଧ୍ୟାନ ଦେବା ପରିବର୍ତ୍ତେ ସଦସ୍ୟ ଦେଶ ଗ୍ରହଣ କରିଥିବା ଆଭିମୁଖ୍ୟ ଏବଂ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ୍‌।
ମନ୍ତ୍ରୀ କହିଛନ୍ତି ଯେ, ପରିଶେଷରେ କୌଣସି ଦେଶ ବାଛିଥିବା ପ୍ରତିନିଧି ଏଠାକୁ କରାଯିବ। ପ୍ରତିନିଧିତ୍ୱ ସ୍ତର ଏକ ଦେଶର ସ୍ଥିତିର ଅନ୍ତିମ ନିର୍ଦ୍ଧାରକ ହୋଇ ନ ଥାଏ।
ଜି-୨୦ ଶିଖର ସମ୍ମିଳନୀରେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭରୋଭ ପ୍ରତିନିଧିତ୍ୱ କରିବେ। ନିକଟରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ କରି ସୂଚନା ଦେଇଛନ୍ତି ଯେ, ସେ ୟୁକ୍ରେନରେ ସାମରିକ କାର୍ଯ୍ୟରେ ଧ୍ୟାନ ଦେବାକୁ ପଡୁଥିବାରୁ ସେ ଏହି ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ। ଗତ ବର୍ଷ ଡିସେମ୍ବରରେ ଇଣ୍ଡୋନେସିଆର ବାଲି ସହରରେ ଅନୁଷ୍ଠିତ ଶେଷ ଜି-୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ମଧ୍ୟ ଯୋଗ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ଉଲ୍ଲଂଘନ କରି ୟୁଏଇ ଉପରେ ଆକ୍ରମଣ କଲା ଇରାନ; ୩ ଭାରତୀୟ ଆହତ

ତେହରାନ,୫।୫: ୱାଶିଂଟନ ଏବଂ ତେହରାନ ମଧ୍ୟରେ ସଂଘର୍ଷର ଅନ୍ତ ନେଇ ସହମତିରେ ପହଞ୍ଚିବାରେ ବିଫଳ ହେବା ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଯୁଦ୍ଧବିରତି ଉଲ୍ଲଂଘନ…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

ଅଟୋରିକ୍ସା ଡ୍ରାଇଭର ନିର୍ବାଚନ ଜିତିଲେ: ବାହୁବଳୀଙ୍କୁ ନେତାଙ୍କୁ ଚଟେଇଲେ ଧୂଳି

ଚେନ୍ନାଇ,୫ା୫:ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର ୨…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଗୁଜରାଟରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶା ପାଇଁ…

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri