Posted inଖେଳ

ପ୍ରଥମ ଟେଷ୍ଟ: ବାଂଲାଦେଶ ୨୪୨/୫

ଚଟୋଗ୍ରାମ,୪।୨: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଆଭରେଜ ପ୍ରଦର୍ଶନ କରିଛି। ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ଶଦମନ ଇସ୍‌ଲାମଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୯୦ ଓଭରରେ ୫ ଉଇକେଟ ହରାଇ ୨୪୨ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଭିଜ୍ଞ ଅଲରାଉଣ୍ଡର ସାକିବ ଅଲ ହାସନ ୩୯ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଲିଟନ ଦାସ ୩୪ ରନ କରି ଅପରାଜିତ ରହିଛନ୍ତି।
ଇନିଂସ ଆରମ୍ଭରୁ ବାଂଲାଦେଶ ଓପନର ତାମିମ ଇକ୍‌ବାଲଙ୍କୁ ସଅଳ ହରାଇଥିଲା। ତାମିମ ମାତ୍ର ୯ ରନ କରି କେମର ରୋଚଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟ ଯୋଡିରେ ଇସ୍‌ଲାମ ଓ ନାଜମୁଲ ହୋସେନ ସାଣ୍ଟୋ ୪୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ସାଣ୍ଟୋ ୨୫ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହେବା ପରେ ଅଧିନାୟକ ମୋମିନୁଲ ହକ୍‌ ୨୬ ରନ କରିଥିବା ବେଳେ ଜୋମେଲ ଓ୍ବାରିକାନଙ୍କ ବଲ୍‌ରେ ଶର୍ଟ ମିଡ୍‌ ଉଇକେଟରେ ଜନ୍‌ କ୍ୟାମ୍ପବେଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ୧୫୪ଟି ବଲ୍‌ ଖେଳି ୬ ଚୌକା ସହ ୫୯ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଶଦମନ ଇସଲାମ ଓ୍ବାରିକାନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ମୁଶଫିକର ରହିମ ୩୮ ରନକରି ପ୍ରଥମ ସ୍ଲିପ୍‌ରେ ରାହକିମ କର୍ନଓ୍ବାଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ପଞ୍ଚମ ଉଇକେଟରେ ମୁସ୍‌ଫିକର ଓ ସାକିମ ୫୯ ରନର ଭାଗୀଦାରି ସ୍ଥାପନ କରିଥିଲେ। ସେହିପରି ଷଷ୍ଠ ଉଇକେଟରେ ସାକିବ ଓ ଲିଟନ ଅପରାଜିତ ୪୯ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଜୋମେଲ ଓ୍ବାରିକାନ ୩ ଓ କେବର ରୋଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଓ୍ବେଷ୍ଟଇଣ୍ଡିଜ ଦଳ ତରଫରୁ ୩ ଜଣ ଖେଳାଳି ଲେଗ୍‌ ସ୍ପିନର ଏନ୍‌କ୍ରୁମା ବୋନର ଓ ଅଲରାଉଣ୍ଡର କାଏଲ ମେୟର୍ସ, ଶାୟେନ ମୋସେଲେ ପଦାର୍ପଣ କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୯୦ ଓଭରରେ ୨୪୨/୫
(ଶଦମନ ଇସ୍‌ଲାମ- ୫୯, ମୁଶଫିକର ରହିମ- ୩୮, ସାକିବ ଅଲ ହାସନ- ୩୯*, ଲିଟନ ଦାସ- ୩୪*, ମୋମିନୁଲ ହକ- ୨୬, ନାଜମୁଲ ହାସନ ସାଣ୍ଟୋ- ୨୫, ଜୋମେଲ ଓ୍ବାରିକାନ- ୩/୫୮, କେମର ରୋଚ- ୧/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri