Posted inUncategorized

ଶାଢ଼ି ଦେଖି ବୋଉ ବହୁତ କାନ୍ଦିଥିଲା: ସାହିତ୍ୟିକ କାମଦେବ ମହାରଣା

ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅଧୀନ ବଡଗୋଲା ଗାଁରେ ମୋର ଜନ୍ମ। ଏକ ପାର୍ଶ୍ୱରେ ଆସମୁଦ୍ର ବିସ୍ତୃତ ଗୋବରୀ ପାଟ, ପାଟ ଭିତରେ ଅବଶିଷ୍ଟ ଚାଖଣ୍ଡେ ଲମ୍ବର ଦରମରି ସୁନାମୁହିଁ ନଈ ଓ ଅନ୍ୟ ପାଶର୍‌ବରେ ବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ର। ସେଇଠି କଟିଛି ମୋର ଶୈଶବ, କୈଶୋର ଓ ଆଦ୍ୟ ଯୌବନ। ସେଇଠୁ ଶିଖିଛି ଜୀବନ ଜିଇବାର ଗୂଢ଼ ରହସ୍ୟ। ଆମର ଚାଷୀବନ୍ଦୀ ଘର, ଅଭାବଗ୍ରସ୍ତ ପରିବାର। ସେ ଘରେ ବୋଉ ବାପାଙ୍କ ଅର୍ଥନୈତିକ ପରାମର୍ଶଦାତ୍ରୀ। ରୋଜଗାର କହିଲେ ସାତମାଣ ଚାଷଜମିର ଧୋଇମରୁଡ଼ିଗ୍ରସ୍ତ ଫସଲ, ନଡ଼ିଆ ଆଉ ବାଉଁଶରୁ ଯାହା ବାର୍ଷିକ ଆୟ। ସେଥିରେ ପୁଣି ଦଶଦିଗରେ ଖର୍ଚ୍ଚ। ବାପା ଅଣନିଃଶ୍ୱାସୀ ହୁଅନ୍ତି, ବୋଉ ଚାରିକଣ ଓଳେଇ ଘର ଚଳାଏ। ବୋଉ କହେ ପିଲାଦିନେ ମୁଁ ଥିଲି ପ୍ରବଳ ଜିଦିଖୋର। ମତେ ସବୁ ଦରକାର। ନ ହେଲେ ଅବିଶ୍ରାନ୍ତ କାନ୍ଦ, ଆଡରୁଷା। ବୋଉ ବିରକ୍ତ ହୁଏ। ମତେ ତୁନି କରାଇ ଖୁଆଇ ଦେଇ କହେ- ତୁ ପାଠପଢ଼ି ମଣିଷ ହୋଇ ରୋଜଗାର କଲେ ସିନା ସବୁ କିଛି କିଣିପାରିବୁ।

ପ୍ରଥମ ରୋଜଗାର କଥା ଉଠିଲେ ସ୍ମୃତିପଟରେ ଅନେକ କଥା ଉଙ୍କି ମାରେ। ପିଲାଦିନେ ଗାଁରେ ସାଙ୍ଗମାନଙ୍କ ସହିତ ମିଶି ଚକୋଲେଟ ଆଉ ବାଦାମର ବିଫଳ ବେପାର। ପୁଣି ମନେପଡ଼େ ଭୋର ଯୌବନରେ ଘରୋଇ ଟ୍ୟୁସନ। ଜୀବନ ସଂଘର୍ଷ ଭିତରେ ରୋଜଗାର ଖୋଜିଖୋଜି ରେଲ୍‌ଓ୍ବେ କୋଚିଂ ଡିପୋରେ ବେସରକାରୀ ଠିକା ଚାକିରି। ସେଥିରୁ ମିଳୁଥିବା ଅର୍ଥ ପେଟ ପାଇଁ ନିଅଣ୍ଟ।

୨୦୦୬ ମସିହାରେ ଭାରତୀୟ ରେଳପଥରେ ସ୍ଥାୟୀ କର୍ମଚାରୀ ଭାବରେ ଯୋଗଦାନ ପରେ ମିଳିଥିବା ପ୍ରଥମ ଦେଢ଼ମାସର ଦରମା ହିଁ ଥିଲା ମୋର ପ୍ରଥମ ରୋଜଗାର। ମନେଅଛି ସେ ଲୁହ ସଜ୍ଜଳ ଖୁସିର ଦିନ। ସେପ୍ଟେମ୍ବର ମାସର ୧ତାରିଖ ଦିନ ମୋ ବିଭାଗୀୟ ଯନ୍ତ୍ରୀ ଫୋନ କଲେ ଶୀଘ୍ର ଅଫିସ ଆସିବା ପାଇଁ। ଆଜି ପେ ଅଫିସର ଆସିଛନ୍ତି, ଦରମା ମିଳିବ। ଅଫିସରେ ପହଞ୍ଚିଲା ବେଳକୁ ସେଠାରେ ପ୍ରବଳ ଭିଡ଼। କିଛି ସମୟ ପରେ ମୋ ନାଁ ଡକାହେଲା। ରେଭିନ୍ୟୁ ଷ୍ଟାମ୍ପ ଉପରେ ଦସ୍ତଖତ କରି ସବୁତକ ଟଙ୍କା ହାତରେ ଧରୁଧରୁ ମୋ ଆଖିରୁ ଦୁଇଟୋପା ଲୁହ ଗଡିଗଲା। ମନେପଡ଼ିଲା ବୋଉ କହିଥିବା ପିଲାଦିନର ଏକ ଘଟଣା।

ଦିନେ ଆମର ଅଭାବ ଥିଲା। ବୋଉ ବାପା ମଝିଆପା ସେମାନଙ୍କର ଯାବତୀୟ ସୁଖ ତ୍ୟାଗକରି ଆମ ଚାରିଭାଇଙ୍କୁ ମଣିଷ କରିବାରେ ଲାଗିଥିଲେ। ସେଥିରେ ବେଶି ହୀନିମାନି ଦିଶୁଥିଲା ବୋଉ। ଦିନେ ବୋଉ ମତେ କାଖେଇନେଇ ଗ୍ରାମଦେବତୀଙ୍କ ପାଖରେ ସଞ୍ଜ ଦେଉଥିଲା। ମୋ ଆଖିରେ ପଡିଲା ତା’ର ଚିରା କାନି। ମୁଁ କେଉଁଠି ଠାକୁରାଣୀ ପାଖରେ ମୁଣ୍ଡିଆ ମାରି କହିଲି – ମା’ ନାରାୟଣୀ, ମତେ ବହୁତ ପାଠ ଦିଅ। ମୁଁ ଚାକିରି କଲେ ବୋଉ ପାଇଁ ନୂଆଲୁଗା କିଣିଦେବି। ଏକଥା ବୋଉ ଯେତେଥର ମନେପକାଏ ସେତେଥର କାନ୍ଦେ। ମୋ ମୁଣ୍ଡରେ ହାତବୋଳି କୁହେ- ମୋ ଧନର କେତେ ବୁଦ୍ଧି। ପ୍ରଥମ ରୋଜଗାରର ଟଙ୍କାତକ ହାତରେ ଧରିବା ବେଳେ ମନେପଡ଼ିଲା ବୋଉର ଲୁହଓଦା ମୁହଁ। ସେଇଠୁ ସିଧା ଯାଇ ଖରିଆର ରୋଡ ମାର୍କେଟରୁ ଗୋଟିଏ ସୂତା ଶାଢ଼ି କିଣିଲି। ପୁଣି କିଣିଲି ବାପାଙ୍କ ପାଇଁ ଖଦି ପଞ୍ଜାବି ଓ ଏକ କାନ୍ଧଝୁଲା ବ୍ୟାଗ୍‌।

ଦଶହରାକୁ ଛୁଟି ନେଇ ଗାଁକୁ ଗଲି। ବୋଉ ସେ ଶାଢ଼ି ଦେଖି ଖୁବ୍‌ କାନ୍ଦିଲା। ସେଇଠୁ ସିଧା ମତେ ନେଇ ଠାକୁରାଣୀଙ୍କ ପାଖକୁ ଗଲା। ମାଟିରେ ମୁଣ୍ଡ ବାଡ଼େଇ ଜଣେଇଲା ଧନ୍ୟବାଦ। ମୋ ମୁଣ୍ଡ ମାଟିରେ ଲଗେଇ କହିଲା ମା’ ଲୋ ତୋ ଦୟାରେ ମୋ ପୁଅ ତା’ କଥା ରଖିଲା। ତାକୁ ଘଣ୍ଟ ଘୋଡ଼େଇ ରଖିଥା ଲୋ ମା’। ସେ ଦିନ ସବୁ କାଲି ପରି ଲାଗେ। ବାପା ବୋଉ ଏବେ ଆକାଶର ତାରା। ହେଲେ ତାଙ୍କରି ଆଶୀର୍ବାଦରୁ ଏବେ ମୁଁ ଚାକିରି ସାଙ୍ଗକୁ ଗପ, କବିତା, ଉପନ୍ୟାସ ଆଦି ଲେଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୟା’ଭିତରେ କବି, ଛାଇ ସହ ସବୁଦିନ, କଫି ବଗିଚା ନାମରେ ତିନୋଟି କବିତା ସଂକଳନ ତଥା ଦେବୀ ନାମରେ ଏକ ଉପନ୍ୟାସ ପ୍ରକାଶିତ ହୋଇ ମୋତେ ଅନେକ ପାଠକୀୟ ସ୍ବୀକୃତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Prize Money: RCB ଉପରେ ହେଲା ଟଙ୍କା ବର୍ଷା, ଛାଇ ଗଲେ କୋହଲି-ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟାଇଟଲ ହାସଲ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ହିନ୍ଦୁ ପୁଅ ସହ କଥା ହେବାରୁ ନାବାଳିକା ଝିଅକୁ ହତ୍ୟା କଲେ ବାପା, ମୃତଦେହକୁ ଖଣ୍ଡ ଖଣ୍ଡ କରି ରଖିଦେଲେ ଟ୍ରେନ ବଗିରେ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୨୧।୫: ରାଜଧାନୀ ଲକ୍ଷ୍ନୌରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋମତୀନଗର ଏକ୍ସପ୍ରେସର ଏକ ସ୍ଲିପର କୋଚର ବାକ୍ସ ଏବଂ ବ୍ୟାଗ ଭିତରୁ…

୫ ଦେଶ ବୁଲି ଭାରତ ପାଇଁ ‘ଗେମ୍‌ଚେଞ୍ଜର ଡିଲ୍‌’ କଲେ ମୋଦି: ଜାଣନ୍ତୁ କ’ଶ ଘଟିଲା

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ…

test

Test

ବିଜୟ-ରଶ୍ମିକାଙ୍କ ଗ୍ଲୋବାଲ ରେକର୍ଡ: ମେସି-ରୋନାଲ୍ଡୋଙ୍କୁ ପକାଇଲେ ପଛରେ

ସାଉଥ୍‌ ଇଣ୍ଡଷ୍ଟ୍ରିର ମୋଷ୍ଟ ଲଭେବଲ୍‌ କପଲ୍‌ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଗତ କିଛି ମାସ ହେବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହକୁ…

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri