Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ବୋଉ ହାତରେ ଦେଇଥିଲି: ସତ୍ୟବତୀ ସ୍ବାଇଁ

ପ୍ରଥମ ରୋଜଗାର ଖୁସିକୁ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ କ’ଣ ଅଛି! ଏମିତି ଲାଗିଥିଲା ଏହା ମୋତେ ବେଜାଏ ଖୁସି ସହ ମେଞ୍ଚାଏ ଆତ୍ମବିଶ୍ୱାସ ଦେଇଥିଲା। ମୋ ବୋଉର ଖଡୁ ବିକି ମୁଁ ରେଭେନ୍ସାରେ ଆଡ଼ମିଶନ୍‌ କରିଥିଲି। ଆମ ଅଞ୍ଚଳର ମୁଁ ଥିଲି ପ୍ରଥମ ସାଇକେଲ ଚଢାଳି ଏବଂ ମାଟ୍ରିକ୍‌ରେ ଅଧିକ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ପ୍ରଥମ ଝିଅ। ଅଭାବୀ ଘର ନୁହେଁ ତଥାପି ଚାଷୀ ଘର ପିଲା। ମାତ୍ର ବନ୍ୟାରେ ଆମର ସବୁ ଜମି ଧୋଇ ହୋଇ ଯାଇଥାଏ। ଖାଇବାକୁ ମିଳୁ ନ ଥାଏ। ଭାଇ ପଚାରିଲେ ”ତୁ କେଉଁଠି ପଢିବୁ?“ ମୋର ଉତ୍ତର ଥିଲା ରେଭେନ୍ସା।

ପ୍ରଥମ ସିଲେକ୍ସନରେ ମୋ ପାଖକୁ ଆଡ଼ମିଟ୍‌ କାର୍ଡ ଆସିଗଲା। କିନ୍ତୁ ଭାଳେଣି ପଡିଲା ଟଙ୍କା କେଉଁଠୁ ଆସିବ। ବୋଉର ରୁପା ଖଡୁ ଯାହାକି ପାଖାପାଖି ତିରିଶି ଭରି ଥିଲା; ସେଇଟି ବିକ୍ରି କରି ରେଭେନ୍ସାରେ ମୋ ନାଁ ଲେଖା ହେଲା। ଗୋଟେ କାଠ ବାକ୍ସ ଭର୍ତ୍ତି ରୁପା ଗହଣା ଓ କେତୋଟି ରୁପା ଟଙ୍କା ମୋ ପଢ଼ାରେ ବିନିଯୋଗ ହୋଇଥିଲା। +୩ ପ୍ରଥମ ବର୍ଷ ହୋଇଥାଏ। ଛୁଟିରେ ଗାଁକୁ ଆସିଥାଏ। ତିନୋଟି ପିଲା ମାଟ୍ରିକ୍‌ରେ ବିଜ୍ଞାନ, ସଂସ୍କୃତ ଓ ଇଂରାଜୀ ବିଷୟରେ ଫେଲ୍‌ ହୋଇଥିବାରୁ ସପ୍‌ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଫର୍ମ ଫିଲପ୍‌ କରିଥାନ୍ତି। ସେମାନଙ୍କ ବାପାମା’ ମୋ ପାଖକୁ ଆସି ବହୁ ଅନୁନୟ ବିନୟ ହେଲେ ତାଙ୍କ ପିଲାଙ୍କୁ ଛୁଟିରେ ଟିକେ ପଢେଇବାକୁ। ମୋ ଭାଇ ମନା କଲେ ଆଉ କହିଲେ, ଯଦି ସେମାନଙ୍କୁ ପଢେଇବୁ ତା’ହେଲେ ତୁ କେତେବେଳେ ପଢିବୁ କହ। ଭାରି କାନ୍ଦୁଣୁ ମାନ୍ଦୁଣୁ ହେଲେ ସେଇ ତିନୋଟି ପିଲାଙ୍କ ବାପାମା’। ମାସେ ତ ଛୁଟି ଅଛି ଆସନ୍ତୁ ବୋଲି ଭାଇଙ୍କୁ ବୁଝାଇଲି। ମାସେ ପନ୍ଦର ଦିନ ପରେ ସେମାନଙ୍କ ପରୀକ୍ଷା ହେଲା। ଆଶ୍ଚର୍ଯ୍ୟ ଚକିତ କରି ସେ ତିନି ଜଣ ପିଲା ସେକେଣ୍ଡ କ୍ଲାସ ନମ୍ବର ରଖିଲେ ସେଇ ନିର୍ଦ୍ଦିଷ୍ଟ ତିନୋଟି ବିଷୟରେ।

ଭଲ ପଢିବା ଝିଅ ହିସାବରେ ରେକର୍ଡ ତ ଥିଲା। ଏ ତିନି ଜଣ ପିଲା ପାସ୍‌ କରିବା ପରେ ଗୋଟେ ହାଇସ୍କୁଲ ମୋତେ ପନ୍ଦର ଦିନେ ଥରେ କଲେଜରୁ ଆସି ଇଂରାଜୀ କ୍ଲାସ ନେବାକୁ ଡାକିଲେ କିନ୍ତୁ ଭାଇ ମନା କଲେ। ଏଠାରେ କହି ରଖେ ଯେ, ସେ ତିନି ପିଲାଙ୍କଠାରୁ ଗୋଟେ ପଇସା ଆଣି ନ ଥିଲି; ମାତ୍ର ଏହା ପରଠାରୁ ପଢାଇବା ପାଇଁ ମୋର ଏତେ ଡିମାଣ୍ଡ ହେଲା ଯେ ପାଖ ଆଖ ପାଞ୍ଚ/ଛଅ ଖଣ୍ଡି ଗାଁର ଦଶମ ଶ୍ରେଣୀ ପିଲା ଦିନେ ଦୁଇ ଦିନ ଘରକୁ ଗଲେ ବି ପଢିବାକୁ ଆସିଲେ।

ଏହା ପରଠାରୁ ମୋ ଜୀବନ ରାସ୍ତା ବଦଳି ଗଲା। +୩ ଫାଇନାଲ ପରୀକ୍ଷା ଦେଇ ଗାଁକୁ ଯାଇଥାଏ। ଆମ ଘରେ ପିଲାଙ୍କ ଭିଡ଼। ଦୁଇଜଣ ପିଲା ମାସ ଶେଷରେ ୧୬୦ ଟଙ୍କା ଆଣି ବହି ଖାତା କିଣିବା ପାଇଁ ସେମାନଙ୍କ ବାପା ଦେଇଛନ୍ତି କହି ଦେଲେ। ସେଇ ଥିଲା ମୋ ଜୀବନର ପ୍ରଥମ ରୋଜଗାର; ଯାହାକୁ ମୁଁ ମୋ ବୋଉ ହାତକୁ ଖୁସିରେ ବଢେଇ ଦେଇଥିଲି, ନେ ପାନ ଖାଇବୁ ବୋଲି। ବୋଉର ପାନ ପ୍ରତି ଥିଲା ବହୁତ ଦୁର୍ବଳତା। ସେ ବଲ ବଲ ହୋଇ ମୋ ମୁହଁକୁ ଚାହିଁ ରହିଲା। ତା’ ଚାହିଁବା ଜଣେଇ ଦେଉଥିଲା ଯେ ମୁଁ ଯେମିତି ଏକ ଅସାଧାରଣ କାର୍ଯ୍ୟ କରିଛି। କଥା ହେଲା ମୋର ଜନ୍ମ ହେବାକୁ ନେଇ ବୋଉ ସେହି ସମୟରେ ଆଦୌ ମାନସିକ ଭାବରେ ପ୍ରସ୍ତୁତ ନଥିଲା। ମୁଁ ଏମିତି ଜବରଦସ୍ତ ଭାବରେ ପୃଥିବୀକୁ ଆସିଯାଇଥିଲି ସମସ୍ତଙ୍କ ନଚାହିଁବା ସତ୍ତ୍ୱେ।

ତେବେ ସେ ଯାହା ହେଉ ଆସ୍ତେଆସ୍ତେ ମୋ ପାଖେ ପଢିବାକୁ ପିଲାଙ୍କ ସଂଖ୍ୟା ବଢିଲା। ମାସକ ପରେ ମୋ ପାଖରେ ଛଅ ହଜାର ଟଙ୍କା ହୋଇ ଯାଇଥିଲା ସେଇ ପଢେଇବାରୁ। ତେଣୁ ଏମ୍‌.ଏ. ଓ ବିଇଡି ପଢିବା ଖର୍ଚ୍ଚ ଆଉ ଘରୁ ନେଇ ନଥିଲି। ବରଂ ମୋ ଭାଇଙ୍କ ପିଲାଙ୍କ ପାଇଁ ଡ୍ରେସ୍‌ ପତ୍ର ଓ ବହି ଖାତା କିଣି ଦେବାରେ ସମର୍ଥ ହୋଇଥିଲି। ଆଜି ହୁଏତ ସେଇ ଅବସ୍ଥା ମୋର ନାହିଁ। ବଡ଼ ଘର ବୋହୂ ଏବଂ ଅଧିକ କିଛି ରୋଜଗାର ପାଇଁ ସରକାରୀ ଚାକିରୀଟାଏ ଅଛି, କିନ୍ତୁ ପ୍ରଥମ ୧୬୦ ଟଙ୍କାକୁ ହାତରେ ଧରିବା ବେଳର ସେହି ମାନସିକ ସ୍ତରର ଅନୁଭବ ଓ ଖୁସି ଏଯାଏଁ ଆଉ ପାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?