ପ୍ରଶ୍ନବାଚୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡରେ ପାରାଦୀପ ପୋର୍ଟ ଏହାର ଉନ୍ନତୀକରଣ କରିବ। ୨୦୨୦ ଡିସେମ୍ବରରେ ଏହି ସ୍ଥାନକୁ ପୂର୍ବତନ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ଓ ଏମ୍‌ଓୟୁ ପାଇଁ ରାଜ୍ୟ ସରକାରଙ୍କ ସହିତ ସେହି ବର୍ଷ ମାର୍ଚ୍ଚରେ ଆର୍ସେଲର ମିତ୍ତଲ ସହିତ କଥାବାର୍ତ୍ତା ଜିଲାବାସୀଙ୍କୁ ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର କରିଥିଲା। ତେବେ ପରିବର୍ତ୍ତିତ ଓ ସମ୍ଭାବ୍ୟ ରାଜ୍ୟନୀତି ଯୋଗୁ ରାଜ୍ୟର ଏହି ପ୍ରଥମ ନଦୀଭିତ୍ତିକ ବନ୍ଦର ଏବେ ପ୍ରଶ୍ନବାଚୀରେ ଗତି କରୁଛି। ଇତିମଧ୍ୟରେ ୫ ବର୍ଷ ବିତିଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଏବେ ବିଜେଡି ପରିବର୍ତ୍ତେ ଭାଜପା ସରକାର ଗଠନ ହେବାକୁ ଯାଉଥିବା ବେଳେ ବନ୍ଦରର ଭାଗ୍ୟ ପଥର କିମ୍ବା ପତର ତଳେ ରହିବ ଆଗକୁ ଦେଖିବାକୁ ବାକି ରହିଛି ବୋଲି କେନ୍ଦ୍ରାପଡ଼ା ଜିଲାର ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି।
ଚିତ୍ତରଞ୍ଜନ ସାହୁ, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ସାମାଜିକ କର୍ମୀ ଗୟାଧର ଧଳ, ପ୍ରତାପ କୁମାର ତ୍ରିପାଠୀ, ସୁଶୀଲ କୁମାର ରାଉତ ପ୍ରମୁଖ କହିଛନ୍ତି, ଅର୍ଥନୈତିକ ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଥିବା କେନ୍ଦ୍ରାପଡ଼ା ଜିଲାକୁ ସର୍ବଦା ଅବହେଳା କରାଯାଇଛି। ଲୋକସମ୍ଭଳ ବିନିଯୋଗ ପାଇଁ ସୁଚିନ୍ତିତ ଯୋଜନା ନାହିଁ। ତେବେ ରାଜନେତାମାନେ ଏଠାରେ ପ୍ରତିଶ୍ରୁତି ଦେବାରେ ସିଦ୍ଧହସ୍ତ ହୋଇଛନ୍ତି। ୨୦୦୯ ମସିହାରେ ଉପାନ୍ତ ଅଞ୍ଚଳରେ ଥିବା ବରୁଣେଇଠାରେ ବନ୍ଦର ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା।
୨୦୧୪ ମସିହାରେ କେନ୍ଦ୍ରାପଡ଼ା ସହରର ବିକାଶ ସହିତ ମାର୍ଶାଘାଇ ବ୍ଲକ ଅଳାଇଲୋଠାରେ ପାୱାର ପ୍ଲାଣ୍ଟ ପାଇଁ ଘୋଷଣା ନିର୍ବାଚନ ପୂର୍ବରୁ ହେଲା। ଏହି ଦୁଇ ପ୍ରକଳ୍ପର ଆରମ୍ଭ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ଆଖଡାଶାଳୀ ବନ୍ଦର, ମହାକାଳପଡ଼ାରେ ଏସିଆର ସର୍ବବୃହତ ଶିଳ୍ପ ପ୍ରକଳ୍ପର ଘୋଷଣା ହେଲା। ମହାକାଳପଡ଼ା ଆଖଡାଶାଳୀଠାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ ଏହି ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ। ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଜୁଲାଇରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ସେହିପରି ବାର୍ଷିକ ୧୮.୪୩ ନିୟୁତ ଟନ୍‌ ପଣ୍ୟ କାରବାର ହେବ ବୋଲି ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାରଙ୍କ ବୈଠକକୁ ୬ ବର୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ୫ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣକୁ ନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ଫଳରେ ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ ନିର୍ବାଚନ ପୂର୍ବର ବରୁଣେଇ ବନ୍ଦର, ପାୱାର ପ୍ଲାଣ୍ଟ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ସହରକୁ ଗୁରଗଁାଓ ପରି ଗଢ଼ି ତୋଳିବା ପ୍ରତିଶ୍ରୁତି ପରି ମିଳେଇ ଯାଉଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଏହି ପ୍ରତିଶ୍ରୁତି ପାଳନ ପାଇଁ ରାଜନେତା ଓ ପ୍ରଶାସକଙ୍କ କସରତ ୨୦୧୯ ନିର୍ବାଚନ ପରେ ଦେଖିବାକୁ ମିଳିଥିଲା।
ପୋର୍ଟ ସହଯୋଗରେ ଆଖଡାଶାଳୀର ଉନ୍ନତୀକରଣ ଓ ଆର୍ସେଲର ମିତ୍ତଲ ସହିତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ ହେଉଥିବା ଆଲୋଚନା ହେଲା। ଏପରିକି ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବନ୍ଦର ପ୍ରତିଷ୍ଠା ହେବ ବୋଲି ଜିଲା ଗସ୍ତରେ ଆସି ଦୃଢ଼ ପ୍ରତିଶ୍ରୁତି ଦେଇଗଲେ। ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ ହୋଇଥିବା ଏହି କସରତର ଫଳ ଜିଲାବାସୀଙ୍କ ପାଇଁ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିତ୍ତଲଙ୍କ ଇସ୍ପାତ କାରଖାନା ନିର୍ମାଣ କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇ ଶେଷ ହେବ, କଞ୍ଚାମାଲ କେଉଁଠୁ ଆସିବ, କାରଖାନାରୁ କେବେ ଉପତ୍ାଦ ବାହାରିବ ଆଦି ପ୍ରଶ୍ନର ଉତ୍ତର ଅଦ୍ୟାବଧି ଜିଲାବାସୀ ପାଇ ପାରୁନାହାନ୍ତି। ରାଜ୍ୟ ସରକାର ପରିବର୍ତ୍ତନ ପରେ ଏହି ପ୍ରକଳ୍ପ କିପରି ରହିବ ବୋଲି ଆଶଙ୍କା ରହିଛି। ଏହି ବନ୍ଦର ପ୍ରତିଷ୍ଠା ହୋଇଥିଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲାର ୧୫ ହଜାରରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ମିଳିବାର ଆଶା ଥିଲା ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?