Posted inଜାତୀୟ

କାନପୁରରେ ପ୍ରଥମ ଜିକା ଭାଇରସ ରୋଗୀ

କାନପୁର,୨୪ ।୧୦: ଉତ୍ତର ପ୍ରଦେଶର କାନପୁରରେ ଦେଶର ପ୍ରଥମ ଜିକା ଭାଇରସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାପରେ ଦିଲ୍ଲୀରୁ ବିଶେଷଜ୍ଞ ଟିମ କାନପୁରରେ ପହଞ୍ଚି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସାମ୍ପଲ କଲେକ୍ସନ କରିଛନ୍ତି । ଏହାପରେ ସମସ୍ତ ସାମ୍ପଲକୁ ଟେଷ୍ଟ ପାଇଁ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରୋଗୀ ଜଣଙ୍କ ବାୟୁସେନା ଷ୍ଟେଶନର କର୍ମଚାରୀ । ତାଙ୍କୁ ଏୟାରଫୋର୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲକ୍ଷଣ ଆଧାରରେ ହସ୍ପିଟାଲ ପକ୍ଷରୁ ତାଙ୍କର ସାମ୍ପଲ ଯାଞ୍ଚ ପାଇଁ ପୁଣେ ପଠାଯାଇଥିଲା । ଜିକା ଭାଇରସରେ ପୀଡ଼ିତ ବାୟୁସେନା ୱାରଂଟ ଅଧିକାରୀ ଗତ କିଛିଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ତେବେ ଭାଇରସର ପ୍ରସାର ହୋଇଛି କି ନା ଜାଣିବା ପାଇଁ ୧୦ଟି ଟିମ୍ ଗଠନ କରାଯାଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ...

ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗ୍‌ଜୋମ’: ନେଲୋର-ମଚ୍ଛଲିପଟନମ୍‌ ଦେଇ କରିବ ଅତିକ୍ରମ

ଚେନ୍ନାଇ,୫।୧୨: ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ...

ମୁଖ୍ୟ ଦାବିଦାର ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ଦ୍ୱିତୀୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ ସୋମବାର ବିଧାନସଭାକୁ...

ମହୁଆଙ୍କୁ ବହିଷ୍କାର ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ

ନୂଆଦିଲ୍ଲୀ,୫ା୧୨(ପି.ଟି.): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ୍‌ କରିଥିଲା। ଉକ୍ତ ରିପୋର୍ଟ...

ମିଗ୍‌ଜୋମ ତାଣ୍ଡବ: ୫ ମୃତ, ଅନେକ ଉଡ଼ାଣ ରଦ୍ଦ

ଚେନ୍ନାଇ,୫।୧୨: ଦେଶର ଦକ୍ଷିଣ ରାଜ୍ୟରେ ବାତ୍ୟା ମିଗ୍‌ଜୋମ ତାଣ୍ଡବ ରଚିଛି। ଚେନ୍ନାଇରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ସହିତ ଘଟଣାରେ ଅତି କମରେ ୫...

ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ, ଦେଶର ଆର୍ଥିକ ସ୍ଥିତିକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୨: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ମଙ୍ଗଳବାର ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଏହି ଅଧିବେଶନରେ ଅନେକ ପ୍ରମୁଖ ବିଲ...

ଆନ୍ଧ୍ର ମୁହାଁ ବାତ୍ୟା ମିଗଜୋମ, ପ୍ରବଳ ବର୍ଷାରେ ବୁଡ଼ିଲା ତାମିଲନାଡୁ

ଚେନ୍ନାଇ,୪ା୧୨: ବାତ୍ୟା ମିଗଜୋମ ଯୋଗୁଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ହେତୁ ଚେନ୍ନାଇ ସହର ଏବଂ...

ମିଜୋରାମ ବିଧାନସଭା ନିର୍ବାଚନରେ ସବୁଠୁ ପଛରେ କଂଗ୍ରେସ-ଭାଜପା, ଜାଣନ୍ତୁ କେତେ ପ୍ରତିଶତ ମିଳିଲା ଭୋଟ୍

ନୂଆଦିଲ୍ଲୀ,୪ା୧୨: ମିଜୋରାମରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ୨୭ ଟି ଆସନ ଜିତି ସରକାର ଗଠନ ପାଇଁ ଏକ ସ୍ୱଚ୍ଛ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri