Posted inଖେଳ

ପ୍ରଥମ ଦିନିକିଆ: କ୍ରମାଗତ ବିଜୟରେ ଅଷ୍ଟ୍ରେଲିଆ ମହିଳା ଦଳର ରେକର୍ଡ

ମାଉଣ୍ଟ ମାଉନଗାନୁଇ, ୫।୪: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ମହିଳା ଦଳ ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ୨୧୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୩୮.୩ ଓଭରରେ ୪ ଉଇକେଟ ହରାଇ ୨୧୫ ରନ କରି ବିଜୟୀ ହୋଇଛି। ଏଥିସହିତ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆ ଦିନିକିଆ ଫର୍ମାଟ୍‌ରେ କ୍ରମାଗତ ୨୨ଟି ବିଜୟ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଏହି କ୍ରମରେ ମହିଳା ଦଳ ରିକି ପଣ୍ଟିଂଙ୍କ ୨୦୦୩ର ଅଷ୍ଟ୍ରେଲିଆ ଦଳର ରେକର୍ଡକୁ ପଛରେ ପକାଇଛି। କ୍ରମାଗତ ୩ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଏହି ବିଜୟଗୁଡିକ ହାସଲ କରିଛି। ଏହା ଦଳର ସ୍ଥିର ପ୍ରଦର୍ଶନକୁ ସୂଚାଉଛି ବୋଲି ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ କହିଛନ୍ତି। ୨୦୧୭ ଅକ୍ଟୋବର ପରଠାରୁ ଅଷ୍ଟ୍ରେଲିଆ ମହିଳା ଦଳ ଗୋଟିଏ ହେଲେ ବି ମ୍ୟାଚରେ ପରାସ୍ତ ହୋଇନାହିଁ। ମହିଳା କ୍ରିକେଟ ପାଇଁ ଏହା ଏକ ବଡ଼ ସଫଳତା ବୋଲି ଲାନିଙ୍ଗ୍‌ କହିଛନ୍ତି।
ଅଷ୍ଟ୍ରେଲିଆ ତରଫରୁ ବ୍ୟାଟିଂରେ ଓପନର ଆଲିସା ହିଲି ସର୍ବାଧିକ ୬୫ ରନକରି ଆଉଟ ହୋଇଥିବା ବେଳେ ଏଲିସ ପେରୀ ୫୬ ଓ ଆସଲେ ଗାର୍ଡନର ୫୩ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ। ନ୍ୟୁଜିଲାଣ୍ଡ ତରଫରୁ ବୋଲିଂରେ ଜେସ କେର, ହାନ ରୋଏ, ଆମେଲିଆ କେର ଓ ଏମି ସାଟେର୍ଥଓ୍ବେଟ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଓପନର ଲଉରେନ ଡାଉନ ସର୍ବାଧିକ ୯୦, ଅଧିନାୟିକା ଏମି ସାଟେର୍ଥଓ୍ବେଟ୍‌ ୩୨, ଆମେଲିଆ କେର ୩୩ ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ବୋଲିଂରେ ମେଗାନ ସ୍କଟ ସର୍ବାଧିକ ୪, ନିକୋଲା କାରେ ୩, ଆସଲେ ଗାର୍ଡନର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ମହିଳା ଦଳ ୪୮.୫ ଓଭରରେ ୨୧୨
(ଲଉରେନ ଡାଉନ- ୯୦, ଆମେଲିଆ କେର- ୩୩, ଏମି ସାଟର୍ଥଓ୍ବେଟ୍‌- ୩୨, ମେଗାନ ସ୍କଟ- ୪/୩୨, ନିକୋଲା କାରେ- ୩/ ୩୪)।
ଅଷ୍ଟ୍ରେଲିଆ ମହିଳା ଦଳ ୩୮.୩ ଓଭରରେ ୨୧୫/୪
(ଆଲିସା ହିଲି- ୬୫, ଏଲିସ ପେରୀ- ୫୬*, ଆସଲେ ଗାର୍ଡନର- ୫୩*, ସାଟର୍ଥଓ୍ବେଟ- ୧/୧୦, ଆମେଲିଆ- ୧/୬୦, ଜେସ କେର- ୧/୩୦, ହାନ ରୋଏ- ୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ବିଶ୍ୱସ୍ତରୀୟ: ମାର୍ଟିନ

ଭୁବନେଶ୍ୱର,୮।୯(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କ୍ରୀଡ଼ା ବିଜ୍ଞାନ ନେଇ ଶନିବାର ଏକ ବକ୍ତୃତାମାଳା ଆୟୋଜନ କରାଯାଇଛି। ଏଥିରେ ଇଂଲଣ୍ଡର...

ହାରିଗଲେ ଦୀପିକା: ପଦକ ଆଶା ଧୂଳିସାତ୍‌

ଟୋକିଓ,୩୦।୭: ଟୋକିଓ ଅଲିମ୍ପିକ୍ସରେ ଭାରତର ଦୀପିକା କୁମାରୀ କୋରିଆର ସାନ ଉନ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚକୁ ୦-୬ରେ ପରାସ୍ତ ହୋଇଛନ୍ତି। ଫଳରେ ନୀରନ୍ଦାଜୀରେ ଭାରତର...

ଟେଷ୍ଟରେ ଅଶ୍ୱିନ ବିଶ୍ୱର ଏକ ନମ୍ବର ବୋଲର, ଜାଡେଜା ଟପ-୧୦ ରେ…

କୋଲକାତା,୧।୩ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟରେ ବୋଲରଙ୍କ ମାନ୍ୟତାରେ ଶୀର୍ଷରେ ରହିଛନ୍ତି।...

ଉଗାଣ୍ଡା ଅଲିମ୍ପିକ ଟିମ୍‌ର ଜଣେ ସଦସ୍ୟଙ୍କୁ କରୋନା

ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍‌ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...

ଆଇପିଏଲ୍‌ ଟ୍ରଫି ହାରିବା ସତ୍ତ୍ୱେ ଇତିହାସ ରଚିଲେ ଏହି ବୋଲର୍‌

ଅହମ୍ମଦାବାଦ୍‌,୩୦।୫: ଆଇପିଏଲ ୨୦୨୨ର ଫାଇନାଲ ରାଜସ୍ଥାନ ରୟାଲ୍ସ ପାଇଁ ଆଦୌ ଭଲ ନ ଥିଲା। ରାଜସ୍ଥାନର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଏହି ମ୍ୟାଚରେ ବିଫଳ...

ଈଶାନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

ଅହମ୍ମଦାବାଦ,୨୪।୨: ଭାରତୀୟ ପେସର ଈଶାନ୍ତ ଶର୍ମା ବୁଧବାର କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଛନ୍ତି। ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହୋଇଥିବା ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ...

ଛକା ମାରିବାରେ ସଚିନଙ୍କ ସମକକ୍ଷ ଟିମ୍‌ ସୌଦି

ଗାଲେ,୧୬।୮: ନ୍ୟୁଜିଲାଣ୍ଡ କ୍ରିକେଟର ଟିମ୍‌ ସୌଦି ନିଜର ଉଇକେଟ ନେବାର ଦକ୍ଷତା, ସୁଇଂ ବୋଲିଂ ଓ ଚମତ୍କାର ଫିଲ୍ଡିଂ ଯୋଗୁ ଜଣାଶୁଣା। ଏହା ବ୍ୟତୀତ ତାଙ୍କର...

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବେ କି? ଟି୨୦ ବିଶ୍ୱକପ୍‌ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ…

ନୂଆଦିଲ୍ଲୀ,୧୨।୬: କ୍ରିକେଟରେ ଦ୍ରୁତ ବୋଲର ଅଲରାଉଣ୍ଡର କମ୍‌ ଦେଖିବାକୁ ମିଳିଥାଏ। ଦଳରେ ଏଭଳି ଖେଳାଳି ଥିଲେ ଫାଇଦା ମିଳିଥାଏ। ଭାରତୀୟ କ୍ରିକେଟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା...

Advertisement
Archives

Model This Week