Posted inଖେଳ

ପ୍ରଥମ ଦିନିକିଆ: କ୍ରମାଗତ ବିଜୟରେ ଅଷ୍ଟ୍ରେଲିଆ ମହିଳା ଦଳର ରେକର୍ଡ

ମାଉଣ୍ଟ ମାଉନଗାନୁଇ, ୫।୪: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ମହିଳା ଦଳ ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ୨୧୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୩୮.୩ ଓଭରରେ ୪ ଉଇକେଟ ହରାଇ ୨୧୫ ରନ କରି ବିଜୟୀ ହୋଇଛି। ଏଥିସହିତ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆ ଦିନିକିଆ ଫର୍ମାଟ୍‌ରେ କ୍ରମାଗତ ୨୨ଟି ବିଜୟ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଏହି କ୍ରମରେ ମହିଳା ଦଳ ରିକି ପଣ୍ଟିଂଙ୍କ ୨୦୦୩ର ଅଷ୍ଟ୍ରେଲିଆ ଦଳର ରେକର୍ଡକୁ ପଛରେ ପକାଇଛି। କ୍ରମାଗତ ୩ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଏହି ବିଜୟଗୁଡିକ ହାସଲ କରିଛି। ଏହା ଦଳର ସ୍ଥିର ପ୍ରଦର୍ଶନକୁ ସୂଚାଉଛି ବୋଲି ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ କହିଛନ୍ତି। ୨୦୧୭ ଅକ୍ଟୋବର ପରଠାରୁ ଅଷ୍ଟ୍ରେଲିଆ ମହିଳା ଦଳ ଗୋଟିଏ ହେଲେ ବି ମ୍ୟାଚରେ ପରାସ୍ତ ହୋଇନାହିଁ। ମହିଳା କ୍ରିକେଟ ପାଇଁ ଏହା ଏକ ବଡ଼ ସଫଳତା ବୋଲି ଲାନିଙ୍ଗ୍‌ କହିଛନ୍ତି।
ଅଷ୍ଟ୍ରେଲିଆ ତରଫରୁ ବ୍ୟାଟିଂରେ ଓପନର ଆଲିସା ହିଲି ସର୍ବାଧିକ ୬୫ ରନକରି ଆଉଟ ହୋଇଥିବା ବେଳେ ଏଲିସ ପେରୀ ୫୬ ଓ ଆସଲେ ଗାର୍ଡନର ୫୩ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ। ନ୍ୟୁଜିଲାଣ୍ଡ ତରଫରୁ ବୋଲିଂରେ ଜେସ କେର, ହାନ ରୋଏ, ଆମେଲିଆ କେର ଓ ଏମି ସାଟେର୍ଥଓ୍ବେଟ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଓପନର ଲଉରେନ ଡାଉନ ସର୍ବାଧିକ ୯୦, ଅଧିନାୟିକା ଏମି ସାଟେର୍ଥଓ୍ବେଟ୍‌ ୩୨, ଆମେଲିଆ କେର ୩୩ ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ବୋଲିଂରେ ମେଗାନ ସ୍କଟ ସର୍ବାଧିକ ୪, ନିକୋଲା କାରେ ୩, ଆସଲେ ଗାର୍ଡନର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ମହିଳା ଦଳ ୪୮.୫ ଓଭରରେ ୨୧୨
(ଲଉରେନ ଡାଉନ- ୯୦, ଆମେଲିଆ କେର- ୩୩, ଏମି ସାଟର୍ଥଓ୍ବେଟ୍‌- ୩୨, ମେଗାନ ସ୍କଟ- ୪/୩୨, ନିକୋଲା କାରେ- ୩/ ୩୪)।
ଅଷ୍ଟ୍ରେଲିଆ ମହିଳା ଦଳ ୩୮.୩ ଓଭରରେ ୨୧୫/୪
(ଆଲିସା ହିଲି- ୬୫, ଏଲିସ ପେରୀ- ୫୬*, ଆସଲେ ଗାର୍ଡନର- ୫୩*, ସାଟର୍ଥଓ୍ବେଟ- ୧/୧୦, ଆମେଲିଆ- ୧/୬୦, ଜେସ କେର- ୧/୩୦, ହାନ ରୋଏ- ୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri