ଓମିକ୍ରନ୍‌ ନେଲା ପ୍ରଥମ ଜୀବନ

ଲଣ୍ଡନ,୧୪।୧୨:ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣରେ ପ୍ରଥମ ମୃତ୍ୟୁ ବ୍ରିଟେନରେ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏହି ସୂଚନା ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି। ଓମିକ୍ରନ୍‌ ସଂକ୍ରମଣ ପରେ ବ୍ରିଟେନରେ ରୋଗୀ ସଂଖ୍ୟା ବହୁତ ବଢ଼ିଯାଇଛି। ଲୋକଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍‌ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ଲଣ୍ଡନର ଏକ ଟିକାକରଣ କ୍ଲିନିକ୍‌କୁ ଯାଇ ବୋରିସ୍‌ ଲୋକଙ୍କୁ ଅଧିକ ସତର୍କ ହେବା ସହ ଓମିକ୍ରନ୍‌ ଏକ ସାଧାରଣ ଭାରିଆଣ୍ଟ ଏ ଧାରଣା ଭୁଲିଯିବାକୁ କହିଥିଲେ। ଚଳିତ ମାସ ଶେଷ ସୁଦ୍ଧା ୩୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ବୁଷ୍ଟର ଡୋଜ୍‌ ନେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ସୋମବାରଠାରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଲକ୍ଷାଧିକ ଲୋକ ବୁକିଂ କରିବାକୁ ଉଦ୍ୟମ କରୁଥିବାରୁ ଓ୍ବେବ୍‌ସାଇଟ୍‌ କ୍ରାସ୍‌ ହୋଇଛି। ଓମିକ୍ରନ୍‌ ସଂକ୍ରମଣ ପ୍ରତିହତ କରିବାରେ ବୁଷ୍ଟର ଡୋଜ୍‌ ସହାୟକ ହେବ ବୋଲି କୁହାଯାଉଛି। କାରଣ ସଂକ୍ରମଣ ରୋକିବା ଲାଗି କୋଭିଡ୍‌ ଭାକ୍ସିନ୍‌ର ଦୁଇଟି ଡୋଜ୍‌ ଯଥେଷ୍ଟ ନୁହେଁ ବୋଲି ପୂର୍ବରୁ ହୋଇଥିବା ଅନୁଧ୍ୟାନରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ତ୍ତମାନ ପର୍ଯ୍ୟନ୍ତ ବାୟୋ ବଦଳାଇନାହାନ୍ତି ଟୁଇଟରର ପୂର୍ବତନ ସିଇଓ

ଓ୍ବାଶିଂଟନ,୨୯ା୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜେ କିପରି ବିଗ୍‌ ବସ୍‌ ହୋଇଛନ୍ତି ତାହାର ଏକ ଉଦାହରଣ ଦେଇଛନ୍ତି। ଦୁଇ ହାତରେ ସିଙ୍କ୍‌...

ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ଜେରୁଜେଲମ୍‌,୧୪।୫: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମଧ୍ୟ ନିଜ ପଡ଼ୋଶୀ ଦେଶ ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଶୁକ୍ରବାର...

ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ...

ଆମେ କ୍ଷମା କରିବୁନି, ଆମେ ଭୁଲିବୁନି: ଜେଲେନ୍‌ସ୍କି

କ୍ୱିଭ,୭ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ କମ୍ ହେବା ପରିବର୍ତ୍ତେ ବଢି ବଢି ଚାଲିଛି । ଦେଶରେ ବହୁ ପରିମାଣରେ ଧନ ଜୀବନ କ୍ଷୟକ୍ଷତି...

କହ୍ନେୟାଲାଲଙ୍କ ହତ୍ୟା ଘଟଣାକୁ ନିନ୍ଦା କଲା ମିଳିତ ଜାତିସଂଘ

ନ୍ୟୁୟର୍କ,୩୦।୬: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ବୀଭତ୍ସ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ। ସମସ୍ତ ଧର୍ମକୁ ସମ୍ମାନ...

ଗଛ ଲଗାଇବା ବାଧ୍ୟତାମୂଳକ: ନ ହେଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ

ମାନିଲା, ୩୦।୫: ଫିଲିପାଇନ୍ସ ସରକାର ବିପର୍ଯ୍ୟସ୍ତ ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ଦେଶରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଛାତ୍ରୀଛାତ୍ର ୧୦ଟି...

ସମ୍‌ଝୋତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କଲା ପାକିସ୍ତାନ

ଲାହୋର, ୮।୮: ପାକିସ୍ତାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ବୁଧବାର ଭାରତ ସହିତ କୂଟନୈତିକ ତଥା ବ୍ୟବସାୟିକ ସମ୍ପର୍କ ଛିନ୍ନ...

୧୭ ଘଣ୍ଟା ଧରି ମିଲିଟାରୀ ସେଣ୍ଟରରେ ତାଲିବାନର କବ୍‌ଜା: ଅଧିକାରୀଙ୍କୁ କଲା ବନ୍ଧକ

ଇସ୍‌ଲାମାବାଦ୍‌,୧୯।୧୨: ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ପାକିସ୍ତାନ ତେହେରିକ୍‌-ଇ-ତାଲିବାନ (ଟିଟିପି) ଗଡ଼ରୁ...

Advertisement
Archives

Model This Week