Posted inଫୁରସତ

ମା’ର ପଣତକାନିରେ ପ୍ରଥମ ରୋଜଗାରର ଖୁସି ଖୋଜୁଥିଲି

ମାଲକାନଗିରି ଜିଲା ଖଇରପୁଟ ପୋଷ୍ଟ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗାଁରେ ମୋର ଜନ୍ମ। ଅଭାବି ପରିବାର ଭିତରେ ମୁଁ ବଡ଼ ହୋଇଛି। ବାପା ଇନ୍ଦ୍ରମଣି ପୂଜାରୀ ଗାଁଆରାଧ୍ୟ ଠାକୁର ଶ୍ରୀଶ୍ରୀ ଝାଡ଼େଶ୍ୱର ଶିବ ମନ୍ଦିରର ପୂଜକ ଭାବେ କାମ କରି ଯାହା ସ୍ବଳ୍ପ ରୋଜଗାର କରୁଥିଲେ, ସେଥିରେ ଦୁଃଖେକଷ୍ଟେ ପରିବାର ଚଳୁଥିଲା। ମା’ ଅନ୍ନପୂର୍ଣ୍ଣା ପୂଜାରୀ ଗୃହିଣୀ ହେଲେ ବି ମନ୍ଦିର ପୂଜାର୍ଚ୍ଚନାରେ ବାପାଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲା। ପ୍ରତିଦିନ ମଧ୍ୟାହ୍ନ ଭୋଗ ପାଇଁ ମନ୍ଦିରର ରୋଷଶାଳାରେ ସେ ଅନ୍ନ, ଡାଲମା, ଖଟା, ଖିରି ରାନ୍ଧୁଥିଲା। ଆଉ ମୋର କାମ ଥିଲା ପ୍ରତ୍ୟହ ଦୁଇଟି ଜରି ବ୍ୟାଗ ଧରି ଘରକୁ ଘର ବୁଲି ଭୋଗ ମାଗିବା। ସବୁ ଘର ଆଗରେ ‘ଭୋଗ ଦିଅ’ ବୋଲି ନମ୍ର ନିବେଦନ କରିବା। ଘରର ମା’ମାଉସୀମାନେ ଚାଉଳ, ଡାଲି, ଘିଅ, ପନିପରିବା ଆଦି ଦେଉଥିଲେ। ସୋମବାର, ସଂକ୍ରାନ୍ତି ଓ ଅନ୍ୟ ପର୍ବପର୍ବାଣି ଦିନମାନଙ୍କରେ ମିଳୁଥିବା ଭୋଗ ଚାଉଳରେ ଆମ ସଂସାର ରଥ କଷ୍ଟେମଷ୍ଟେ ଗଡ଼ୁଥିଲା। ମୋତେ ଏଭଳି କାମ କରୁଥିବାର ଦେଖି କେବେ କେମିତି ମା’ ଖୁବ୍‌ ମନଦୁଃଖ କରୁଥିଲା। ଲୁଚାଇ ଲୁଚାଇ ଲୁହ ଝରାଉଥିଲେ ବି ଉପର ମନରେ ମୋତେ ସାହସ ଓ ଧୈର୍ଯ୍ୟ ଦେଉଥିଲା। ପିଠି ଆଉଁଶି ଦେଇ କହୁଥିଲା, ‘ତୋ ଦ୍ୱାରା ଆମର ଦୁଃଖ ଦୂର ହେବ ବାବୁ। ମନ ଦେଇ ପାଠ ପଢ଼େ।’ ସେତେବେଳେ କୁଡୁମୁଲୁଗୁମ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଁ ପଢ଼ୁଥାଏ। ଭଲ ପଢ଼ୁଥିବା ଯୋଗୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୋତେ ଆଦର କରିବା ସହ କେବେକେବେ ଖାତା ପେନ୍‌ ସାହାଯ୍ୟ କରୁଥିଲେ। ମୁଁ ବି ଖୁବ୍‌ ମନ ଲଗାଇ ପଢ଼ୁଥିଲି, ଯେଉଁଥିପାଇଁ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ପାଇଁ ମୋ ନାଁ ମନୋନୀତ ହୋଇଥିଲା। ମୋ ସମେତ ଆମ ବିଦ୍ୟାଳୟର ଆଉ ତିନି ଜଣ ଝିଅ ବି ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଦେବାକୁ ବଛା ଯାଇଥିଲେ। ଘରକାମ, ବାପାଙ୍କୁ ସହଯୋଗ, ବିଦ୍ୟାଳୟର ନିତିଦିନିଆ ଟାସ୍କ ସହ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି; ବହୁତ କଷ୍ଟ ହେଉଥିଲେ ବି ମନରେ ମୋର ଥିଲା ଅଦମ୍ୟ ସାହସ। ନିର୍ଦ୍ଧାରିତ ଦିନ ପରୀକ୍ଷାରେ ଯୋଗଦେବାକୁ ଆମକୁ ଆମ ତରେଇ ସାର୍‌ ଗାଇଡ୍‌ ଶିକ୍ଷକ ଭାବରେ ମାଲକାନଗିରି ନେଇକି ଗଲେ। ମାଲକାନଗିରି ବୁଟିଗୁଡ଼ା ବିଦ୍ୟାଳୟରେ ଜିଲା ଶିକ୍ଷାଧୀଶ ମାଲକାନଗିରି କାର୍ଯ୍ୟାଳୟରେ ପରୀକ୍ଷା ଦେଇ ଆମେ ଫେରିଆସିଲୁ। ଏବେ କେବଳ ଅପେକ୍ଷା ଥିଲା ଫଳାଫଳକୁ। ଦିନେ ଶନିବାର ଉପରଓଳି ସ୍କୁଲ୍‌ ପ୍ରଧାନଶିକ୍ଷକ ପିଲାଙ୍କ ହାତରେ
ଖବର ପଠାଇଲେ ମୋ ବାପାଙ୍କୁ ବିଦ୍ୟାଳୟକୁ ଯିବାକୁ। ବାପା ସ୍କୁଲ୍‌ରେ ପହଞ୍ଚତ୍ବା କ୍ଷଣି ପ୍ରଧାନଶିକ୍ଷକ ଚେୟାରରୁ ଉଠିପଡ଼ି ବାପାଙ୍କୁ ସ୍ବାଗତ ମୁଦ୍ରାରେ କୁଣ୍ଢେଇ ଧରି କହିଲେ, ”ଆପଣଙ୍କ ପୁଅ ଏନ୍‌ଆର୍‌ଟିଏସ୍‌ ପରୀକ୍ଷାରେ ସମସ୍ତଙ୍କଠାରୁ ଅଧିକ ନମ୍ବର ରଖି ପାଶ୍‌ କରିବା ସହ ମାଲକାନଗିରି ସବ୍‌ଡିଭିଜନରେ ଭଲ ପିଲାଙ୍କ ତାଲିକାରେ ନାଁ ରଖିଛି। ଆପଣ ତୁରନ୍ତ କାଲି ଯାଇ ଆର୍‌ଆଇ ଅଫିସରୁ ଲିଗାଲ ହେୟାର ଓ ବାସିନ୍ଦା ପ୍ରମାଣପତ୍ର ଆଣନ୍ତୁ।“ ସାର୍‌ଙ୍କୁ ଧନ୍ୟବାଦ ଦେଇ ବାପା ସେଠାରୁ ଆସି ଖୁସିରେ ଗଦଗଦ ହୋଇ ମା’କୁ ସବୁକଥା ଏକାନିଃଶ୍ୱାସରେ କହି ପକାଇଲେ। ଦୁଇଦିନ ଭିତରେ ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ ହୋଇଯିବା ପରେ ସାର୍‌ ମାଲକାନଗିରି ଯାଇ ସ୍କଲାରଶିପ୍‌ ଟଙ୍କା ନେଇଆସିଲେ। ଆମ ବିଦ୍ୟାଳୟରୁ ଚାରିଜଣ ପରୀକ୍ଷା ଦେଇଥିଲୁ, କିନ୍ତୁ ତିନି ଜଣଙ୍କ ନାଁରେ ଟଙ୍କା ଆସିଥାଏ। ଦସ୍ତଖତ କଲାପରେ ମୋତେ ସାର୍‌ ୭୫୦ ଟଙ୍କା ଦେଲେ। ସାର୍‌ଙ୍କୁ ମୁଣ୍ଡିଆ ମାରି ସିଧା ଧାଇଁଲି ଘରକୁ ଆଉ ମା’ ହାତକୁ ବଢ଼ାଇଦେଲି ସେଇ ବହୁ ପ୍ରତୀକ୍ଷିତ ଟଙ୍କାକୁ। ଲୁହ ଜକେଇ ଆସିଥିଲା ତା’ ଆଖିରେ। ଖୁସିରେ ମୋତେ କୋଳେଇ ନେଇଥିଲା। ଆଉ ମୁଁ ତା’ର ସେଇ ଲୋଚାକୋଚା ବାର ସିଉଁନ୍ତା ଶାଢ଼ି ପଣତକାନି ଭିତରୁ ଅଣ୍ଡାଳୁଥିଲି ସେତେବେଳର ସେଇ ଆକାଶଭର୍ତ୍ତି ଖୁସିରେ ମୋର ପରିବାରକୁ ମିଳିଥିବା ମୁଠାମୁଠା ଖୁସିର ତଥାସ୍ତୁ।
ସତରେ ସମୟ ବଡ଼ ବଳବାନ୍‌। ଏବେ ମୁଁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକ ଭାବରେ ସରକାରଙ୍କଠାରୁ ପାଉଥିବା ମୋଟା ଅଙ୍କର ଦରମା ଆଗରେ କିନ୍ତୁ ସେଦିନର ସେହି ସ୍ବଳ୍ପ ରୋଜଗାରଟି ବେଶ୍‌ ଅମୂଲ ମୂଲ ଲାଗେ। ତା’ଛଡ଼ା ପିଲାଟି ଦିନରୁ ମାଲକାନଗିରି ମାଟିର କଥା, ବ୍ୟଥା, ଆଦିବାସୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଲୋକକଳା, ଲୋକନୃତ୍ୟ, ଲୋକ ସଂସ୍କୃତି ଓ ଲୋକବାଦ୍ୟ ଭିତରେ ବଢ଼ି କ୍ରମେ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ଖବରକାଗଜରେ ସ୍ତମ୍ଭଲେଖା, ଆଦିବାସୀ ନାଟକ ଲେଖିବାକୁ ବି ପ୍ରେରଣା ପାଇଛି। ୟା’ ଭିତରେ ୬ଟି କବିତା ସଂକଳନ ବି ମୋର ପ୍ରକାଶିତ ହୋଇସାରିଛି। ତଥାପି ଆଗକୁ ଆହୁରି ଯିବାକୁ ଅନେକ ରାସ୍ତା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?